ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଣୀ ଲକ୍ଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ଵବିଦ୍ୟାଳୟର କଲେଜ ଏବଂ ପ୍ରଶାସନିକ କୋଠା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 AUG 2020 8:30PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 12.30 ସମୟରେ ରିମୋଟ ଭିଡିଓ କନଫରେନ୍ସ ମାଧ୍ୟମରେ ରାଣୀ ଲକ୍ଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ଵବିଦ୍ୟାଳୟର କଲେଜ ଏବଂ ପ୍ରଶାସନିକ କୋଠାକୁ ଉଦ୍ଘାଟନ କରିବେ ।

ଆରଏଲବି କେନ୍ଦ୍ରୀୟ କୃଷି ବିଶ୍ଵବିଦ୍ୟାଳୟ ଝାନ୍ସିରେ ଅବସ୍ଥିତ ଏବଂ ଏହା ବୁନ୍ଦେଳଖଣ୍ଡ କ୍ଷେତ୍ରର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ।

 2014-15ରେ ବିଶ୍ଵବିଦ୍ୟାଳୟ ଏହାର ପ୍ରଥମ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ କୃଷି, ଉଦ୍ୟାନ କୃଷି ଏବଂ ବନ ବିଭାଗରେ ସ୍ନାତ୍ତକ ଏବଂ ସ୍ନାତ୍ତୋକତର ଶିକ୍ଷାଦାନ କରୁଛି ।

ମୁଖ୍ୟ କୋଠାଗୁଡ଼ିକ ନିର୍ମାଣ ପର୍ଯ୍ୟାୟରେ ଏହା ବର୍ତ୍ତମାନ ଝାନ୍ସିସ୍ଥିତ ଭାରତୀୟ ଗ୍ରାସଲ୍ୟାଣ୍ଡ ଏବଂ ଫୋଡର୍ ରିସର୍ଚ୍ଚ ଇନଷ୍ଟଚ୍ୟୁଟରେ କାର୍ଯ୍ୟକ୍ଷମ ରହିଛି ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱବିଦ୍ୟାଳୟର ବିଭିନ୍ନ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ମତ ବିନିମୟ କରିବେ ।

 

**********


(ରିଲିଜ ଆଡି: 1649371) ପରିଦର୍ଶକ କାଉଣ୍ଟର : 223