ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଣୀ ଲକ୍ଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ଵବିଦ୍ୟାଳୟର କଲେଜ ଏବଂ ପ୍ରଶାସନିକ କୋଠା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 28 AUG 2020 8:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 12.30 ସମୟରେ ରିମୋଟ ଭିଡିଓ କନଫରେନ୍ସ ମାଧ୍ୟମରେ ରାଣୀ ଲକ୍ଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ଵବିଦ୍ୟାଳୟର କଲେଜ ଏବଂ ପ୍ରଶାସନିକ କୋଠାକୁ ଉଦ୍ଘାଟନ କରିବେ

ଆରଏଲବି କେନ୍ଦ୍ରୀୟ କୃଷି ବିଶ୍ଵବିଦ୍ୟାଳୟ ଝାନ୍ସିରେ ଅବସ୍ଥିତ ଏବଂ ଏହା ବୁନ୍ଦେଳଖଣ୍ଡ କ୍ଷେତ୍ରର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ

 2014-15ରେ ବିଶ୍ଵବିଦ୍ୟାଳୟ ଏହାର ପ୍ରଥମ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ କୃଷି, ଉଦ୍ୟାନ କୃଷି ଏବଂ ବନ ବିଭାଗରେ ସ୍ନାତ୍ତକ ଏବଂ ସ୍ନାତ୍ତୋକତର ଶିକ୍ଷାଦାନ କରୁଛି

ମୁଖ୍ୟ କୋଠାଗୁଡ଼ିକ ନିର୍ମାଣ ପର୍ଯ୍ୟାୟରେ ଏହା ବର୍ତ୍ତମାନ ଝାନ୍ସିସ୍ଥିତ ଭାରତୀୟ ଗ୍ରାସଲ୍ୟାଣ୍ଡ ଏବଂ ଫୋଡର୍ ରିସର୍ଚ୍ଚ ଇନଷ୍ଟଚ୍ୟୁଟରେ କାର୍ଯ୍ୟକ୍ଷମ ରହିଛି

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱବିଦ୍ୟାଳୟର ବିଭିନ୍ନ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ମତ ବିନିମୟ କରିବେ

 

**********


(रिलीज़ आईडी: 1649371) आगंतुक पटल : 196
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam