ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ସଫଳତାର ସହ 6 ବର୍ଷ ପୂର୍ତ୍ତି ଅବସରରେ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 AUG 2020 11:03AM by PIB Bhubaneswar

ଜନ ଧନ ଯୋଜନା ଆରମ୍ଭ ହେବାର 6 ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ)କୁ ସଫଳ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ସେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆଜକୁ 6 ବର୍ଷ ତଳେ ବ୍ୟାଙ୍କ ଖାତା ନଥିବା ଜନସାଧାରଣଙ୍କୁ ବ୍ୟାଙ୍କରେ ଖାତା ଖୋଲିବା ଲକ୍ଷ୍ୟ ରଖି ଏହି ବହୁ ଆକାଂକ୍ଷିତ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରାଯାଇଥିଲା । ଏହି ପଦକ୍ଷେପ ଏକ ପରିବର୍ତ୍ତନର ବାର୍ତ୍ତାବହ ଭାବେ କାର୍ଯ୍ୟ କୋଟି କୋଟି ଜନସାଧାରଣଙ୍କ ପାଇଁ ଦାରିଦ୍ର୍ୟ ଦୂରୀକରଣର ଆଧାର ଭାବେ କାର୍ଯ୍ୟ କରିଛି ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଯୋଗୁଁ ଅନେକ ପରିବାରର ଭବିଷ୍ୟତ ଆଜି ସୁଦୃଢ ହୋଇପାରିଛି । ହିତାଧିକାରୀମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଗରିବ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି । ପିଏମଜେଡିୱାଇକୁ ସଫଳ କରିବା ଦିଗରେ ଯଥେଷ୍ଟ ପରିଶ୍ରମ କରିଥିବା ସମସ୍ତଙ୍କୁ ମୁଁ ସାଧୁବାଦ ଜଣାଉଛି” ।

 

**********


(ରିଲିଜ ଆଡି: 1649347) ପରିଦର୍ଶକ କାଉଣ୍ଟର : 281