ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦିନକୁ 8 ଲକ୍ଷରୁ ଅଧିକ ନମୁନା ପରୀକ୍ଷଣ ସହ ମୋଟ ସଂଖ୍ୟା ଟପିଲା 3.5 କୋଟି

• ନିୟୁତ ପିଛା ପରୀକ୍ଷଣ ଆଜି 25,574ରେ ପହଞ୍ଚିଛି

Posted On: 23 AUG 2020 1:30PM by PIB Bhubaneshwar

ଜାନୁୟାରୀ ମାସରେ ଦେଶର ଗୋଟିଏ ମାତ୍ର ପୁଣେ ପରୀକ୍ଷାଗାରରୁ ଆରମ୍ଭ କରାଯାଇଥିବା କରୋନା ସଂକ୍ରମଣ ପରୀକ୍ଷଣ ଆଜି 3.5 କୋଟି ଅତିକ୍ରମ କରିଛି ଗତ 6 ଦିନ ଧରି ଦୈନିକ 8 ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା କରାଯାଉଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 8,01,147 ନମୁନା ପରୀକ୍ଷା କରାଯାଇପାରିଛି ଏଥିସହିତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା 3,52,92,220ରେ ପହଞ୍ଚିଛି

ବ୍ୟାପକ ନମୁନା ପରୀକ୍ଷଣ କାର୍ଯ୍ୟକ୍ରମକୁ ଦକ୍ଷତାର ସହିତ କାର୍ଯ୍ୟକାରୀ କରାଯାଉଛି ଗତ 3 ସପ୍ତାହ ମଧ୍ୟରେ ହୋଇଥିବା ହାରାହାରି ନମୁନା ପରିକ୍ଷଣକୁ ଅନୁଧ୍ୟାନ କଲେ ଏହା କିପରି ଅଗ୍ରଗତି କରିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି ଦୈନିକ ନମୁନା ପରୀକ୍ଷଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ହାରାହାରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି

ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ଦକ୍ଷତାର ସହିତ କାର୍ଯ୍ୟକାରୀ କରାଯିବା ଦ୍ଵାରା ନିୟୁତ ପିଛା ଏହି ହାର ଆଜି 25,574 ପହଞ୍ଚିଛି ବ୍ୟାପକ ପରୀକ୍ଷଣ ଦ୍ଵାରା ସଂକ୍ରମିତଙ୍କୁ ସଅଳ ଚିହ୍ନଟ କରାଯିବା ସହ ସେମାନଙ୍କୁ ଏକାନ୍ତବାସରେ ରଖାଯିବା ଓ ଅଧିକ ଲକ୍ଷଣଯୁକ୍ତ ରୋଗୀମାନଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇପାରୁଛି ନମୁନା ପରୀକ୍ଷଣକୁ ଜୋରଦାର କରାଇବା ଯୋଗୁଁ ଦେଶରେ ପରୀକ୍ଷାଗାର ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟାଯାଇଛି 983ଟି ସରକାରୀ ଓ 532ଟି ବେସରକାରୀ ପରୀକ୍ଷାଗାର ଏହିପରି 1515ଟି ପରୀକ୍ଷାଗାରରେ ଅଧିକରୁ ଅଧିକ ଲୋକଙ୍କ ପରୀକ୍ଷା ସମ୍ଭବ ହୋଇପାରୁଛି ।  

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

 

 



(Release ID: 1648114) Visitor Counter : 145