ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ଇଏସ୍ଆଇସିର ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ଅଧୀନରେ ଯୋଗ୍ୟତା ମାନଦଣ୍ଡ କୋହଳ ଏବଂ ବେକାରୀ ଲାଭ ପେମେଣ୍ଟ ବ୍ୟବସ୍ଥାର ସମ୍ପ୍ରସାରଣ

● ସର୍ବାଧିକ 90 ଦିନ ବେକାରୀ ପାଇଁ ପୂର୍ବର 25% ପରିବର୍ତ୍ତେ ଏଣିକି ହାରାହାରି ମଜୁରିର 50% ପେମେଣ୍ଟ କରାଯିବ, ଏହା 24-3-2020ରୁ 31-12.2020 ପର୍ଯ୍ୟନ୍ତ ଲାଗୁହେବ
● ଇଏସ୍ଆଇସି ହସ୍ପିଟାଲଗୁଡ଼ିକରେ ମୋଟ ଶଯ୍ୟାର 10%ରେ ଆଇସିୟୁ/ ଏଚଡିୟୁ ସେବା ସ୍ଥାପନ ହେବ
● କୋଭଡ୍-19 ମହାମାରୀ ସମୟରେ ଇଏସ୍ଆଇସି ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଇଏସ୍ଆଇ କର୍ପୋରେସନ ସଦସ୍ୟଙ୍କ ପ୍ରଶଂସା

Posted On: 21 AUG 2020 11:04AM by PIB Bhubaneshwar

କେନ୍ଦ୍ର ଶ୍ରମ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଇଏସ୍ଆଇ କର୍ପୋରେସନର 182ତମ ବୈଠକରେ ଏହାର ସେବା ଯୋଗାଣ ବ୍ୟବସ୍ଥାରେ ସୁଧାର ପାଇଁ ତଥା କୋଭିଡ୍-19 ଦ୍ୱାରା ପ୍ରଭାବିତ ଶ୍ରମିକଙ୍କୁ ରିଲିଫ୍ ପ୍ରଦାନ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୈଠକ ସମୟରେ ନିମ୍ନଲିଖିତ ପ୍ରମୁଖ ନିଷ୍ପତ୍ତିଗୁଡ଼ିକ ନିଆଯାଇଛି:

ଇଏସ୍ଆଇସି ପକ୍ଷରୁ ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ଅଧୀନରେ ଇଏସ୍ଆଇସି ସ୍କିମରେ କଭର ହେଉଥିବା ଶ୍ରମିକଙ୍କୁ ବେକାରୀ ଫାଇଦା ପ୍ରଦାନ କରାଯାଉଛି ଇଏସ୍ଆଇ କର୍ପୋରେସନ ଏହି ସ୍କିମକୁ 30 ଜୁନ୍ 2021 ଯାଏଁ ଆଉ ଏକ ବର୍ଷ ପାଇଁ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି କୋଭିଡ୍-19 ମହାମାରୀ ଅବଧିରେ ନିଯୁକ୍ତି ହରାଇଥିବା ଶ୍ରମିକଙ୍କ ପାଇଁ ପୂର୍ବର ସର୍ତ୍ତାବଳି କୋହଳ ଏବଂ ରିଲିଫ୍ ପରିମାଣ ବୃଦ୍ଧି ପାଇଁ ଏଥିରେ ନିଷ୍ପତ୍ତି ହୋଇଛି କୋହଳ ସର୍ତ୍ତାବଳି ଅଧୀନରେ ସମ୍ପ୍ରସାରିତ ରିଲିଫ୍ ପେମେଣ୍ଟ ଅବଧିକୁ 24-03-2020ରୁ 31-12-2020 ଯାଏଁ ବୃଦ୍ଧି କରାଯାଇଛି ଏହା ପରଠାରୁ ଏହି ସ୍କିମ୍ ବାସ୍ତବ ଯୋଗ୍ୟତା ସର୍ତ୍ତାବଳି ସହ 01-01-2121ରୁ 30-06-2021 ଯାଏଁ ଉପଲବ୍ଧ ହେବ 31-12-2020 ପରେ କୋହଳ ସର୍ତ୍ତାବଳିର ଆବଶ୍ୟକତା ଚାହିଦା ଅନୁସାରେ ଏହି ସର୍ତ୍ତାବଳିର ସମୀକ୍ଷା କରାଯିବ

ଏହି ରିଲିଫ୍ ପାଇଁ ଯୋଗ୍ୟତା ମାନଦଣ୍ଡକୁ ନିମ୍ନଲିଖିତ ଆଧାରରେ କୋହଳ କରାଯାଇଛି:

1. ସର୍ବାଧିକ 90 ଦିନ ବେକାରୀ ପାଇଁ ରିଲିଫ୍ ପେମେଣ୍ଟକୁ ପୂର୍ବର ହାରାହାରି ମଜୁରିର 25%ରୁ ବର୍ତ୍ତମାନ 50%କୁ ସମ୍ପ୍ରସାରଣ କରାଯାଇଛି

2. ପୂର୍ବରୁ 90 ଦିନ ବେକାର ହେବାପରେ ରିଲିଫ୍ ପ୍ରଦାନ କରାଯାଉଥିବା ବେଳେ ଏବେ ଏହାକୁ 30 ଦିନ ପରେ ପ୍ରଦାନ କରାଯିବ

3. ବୀମାଭୁକ୍ତ ବ୍ୟକ୍ତି ନିଜର ଦାବୀକୁ (କ୍ଳେମ) ସିଧାସଳଖ ଇଏସ୍ଆଇସି ଶାଖା କାର୍ଯ୍ୟାଳୟରେ ଦାଖଲ କରିପାରିବେ ପୂର୍ବରୁ ଏହା ଶେଷ ନିଯୁକ୍ତିଦାତାଙ୍କ ଦ୍ୱାରା କ୍ଲେମ୍ ପ୍ରଦାନ ପାଇଁ ଦାଖଲ କରାଯାଉଥିଲା ସେହିଭଳି ପେମେଣ୍ଟକୁ ସିଧାସଳଖ ବୀମାଭୁକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରାଯିବ

4. ବୀମାଭୁକ୍ତ ବ୍ୟକ୍ତି ବେକାର ହେବା ପୂର୍ବରୁ ସର୍ବନିମ୍ନ 2 ବର୍ଷ ପାଇଁ ବୀମାଯୋଗ୍ୟ ନିଯୁକ୍ତି ପାଇଥିବେ ଏବଂ ବେକାର ହେବା ପୂର୍ବରୁ 78 ଦିନରୁ କମ୍ ଇଏସ୍ଆଇ ଅବଦାନ ଦେଇ ଥିବେ ଏବଂ ବେକାର ହେବାର 2 ବର୍ଷ ପୂର୍ବରୁ ବଳକା 3ଟି ଅବଦାନ ଅବଧିର ଗୋଟିଏରେ ସର୍ବନିମ୍ନ 78 ଦିନ ଅବଦାନ ଦେଇଥିବେ

କୋଭିଡ୍-19 ପରିସ୍ଥିତିରେ ଇଏସ୍ଆଇସି ହସ୍ପିଟାଲଗୁଡ଼ିକରେ ଆଇସିୟୁ/ଏଚଡିୟୁ ସେବାକୁ ମଜଭୂତ କରିବା ଉଦ୍ଦେଶ୍ୟରେ ସମସ୍ତ ଇଏସ୍ଆଇସି ହସ୍ପିଟାଲରେ ଥିବା ମୋଟ ଶଯ୍ୟାର 10% ପର୍ଯ୍ୟନ୍ତ ଆଇସିୟୁ/ଏଚ୍ଡିୟୁ ସେବା ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି

1. କୋଭିଡ୍-19 ମୁକାବିଲା ଉଦ୍ଦେଶ୍ୟରେ ସାଧାରଣ ଜନତାଙ୍କ ପାଇଁ ନିଜର ମେଡିକାଲ କେୟାର ଭିତ୍ତିଭୂମି ଯୋଗାଣ ସହ ଇଏସ୍ଆଇସି ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ବୈଠକରେ ଇଏସ୍ଆଇସି କର୍ପୋରେସନର ସଦସ୍ୟମାନେ ପ୍ରଶଂସା କରିଥିଲେ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ପ୍ରାୟ 2600 ଏକାନ୍ତବାସ ଶଯ୍ୟା ଏବଂ ପାଖାପାଖି 1350 କ୍ୱାରେଂଟାଇନ୍ ଶଯ୍ୟା ସହ 23ଟି ଇଏସ୍ଆଇସି ହସ୍ପିଟାଲ ସମର୍ପିତ କୋଭିଡ୍-19 ହସ୍ପିଟାଲ ଭାବେ କାର୍ଯ୍ୟ କରୁଛି, ଯାହାକି ନିକଟସ୍ଥ ଅଂଚଳର ସାଧାରଣ ଜନତାଙ୍କୁ ସ୍ୱତନ୍ତ୍ର ଭାବେ କୋଭିଡ୍ ମେଡିକାଲ ସେବା ଯୋଗାଉଛି ଏହାବ୍ୟତୀତ ଦେଶବ୍ୟାପୀ ଅନ୍ୟ ବଳକା ଇଏସ୍ଆଇସି ହସ୍ପିଟାଲରେ ପ୍ରାୟ 961 କୋଭିଡ୍ ଏକାନ୍ତବାସ ଶଯ୍ୟା ଉପଲବ୍ଧ ଅଛି ଫଳରେ ଇଏସ୍ଆଇସି ହସ୍ପିଟାଲଗୁଡ଼ିକରେ ମୋଟ କୋଭିଡ୍ ଏକାନ୍ତବାସ ଶଯ୍ୟା ସଂଖ୍ୟା 3597ରେ ପହଞ୍ଚିଛି ପୁନଶ୍ଚ ଏହି ହସ୍ପିଟାଲଗୁଡ଼ିକରେ ମୋଟ 555 ଆଇସିୟୁ/ଏଚଡିୟୁ ଶଯ୍ୟା ଏବଂ 2133 ଭେଂଟିଲେଟର ଉପଲବ୍ଧ କରାଯାଇଛି

2. ଫରିଦାବାଦ୍ (ହରିୟାଣା), ସନଥ ନଗର, ହାଇଦ୍ରାବାଦ (ତେଲଙ୍ଗାନା), ଗୁଲବର୍ଗ (କର୍ଣ୍ଣାଟକ) ଇଏସ୍ଆଇସି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ସ ଏବଂ ଇଏସ୍ଆଇସି ପିଜିଆଇଏମ୍ଏସ୍ଆର୍, ବସାଇଦରାପୁର (ଦିଲ୍ଲୀ)ରେ ଆଇସିଏମ୍ଆର୍ ଅନୁମୋଦିତ ଇନ୍-ହାଉସ୍ କୋଭିଡ୍-19 ଲ୍ୟାବ ପରୀକ୍ଷଣ ସେବା ଆରମ୍ଭ ହୋଇଛି

3. ଫରିଦାବାଦ (ହରିୟାଣା) ଏବଂ ସନଥ ନଗର, ହାଇଦ୍ରାବାଦ (ତେଲଙ୍ଗାନା) ଇଏସ୍ଆଇସି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ଲାଜମା ଥେରାପୀ ଚିକିତ୍ସା ଯୋଗାଇ ଦିଆଯାଉଛି

4. ଦିଲ୍ଲୀ/ଏନସିଆର ଅଂଚଳରେ ଥିବା ସମସ୍ତ ବୃହତ ଇଏସ୍ଆଇସି ହସ୍ପିଟାଲରେ ରାପିଡ୍ କୋଭିଡ୍-19 ଆଣ୍ଟିଜେନ ପରୀକ୍ଷା ଆରମ୍ଭ ହୋଇଛି

5. ବୀମାଭୁକ୍ତ ବ୍ୟକ୍ତି ସେମାନଙ୍କ ପରିବାର ସଦସ୍ୟଙ୍କୁ ଚୁକ୍ତିବଦ୍ଧ ହସ୍ପିଟାଲରେ ଅଣ-କୋଭିଡ୍ ମେଡିକାଲ ସେବା ଯୋଗାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି

ଉପରୋକ୍ତ ବିଷୟ ବ୍ୟତୀତ ବୀମାଭୁକ୍ତ ବ୍ୟକ୍ତି ସେମାନଙ୍କ ହିତାଧିକାରୀଙ୍କୁ ସେବା/ଫାଇଦା ପ୍ରଦାନ ସହ ଅନ୍ୟ ପ୍ରଶାସନିକ ପ୍ରସଙ୍ଗରେ ସୁଧାର ଆଣିବା ଉଦ୍ଦେଶ୍ୟରେ ପ୍ରାୟ 30ଟି ଅନ୍ୟ ଏଜେଣ୍ଡା/ରିପୋର୍ଟିଂ ବିଷୟ ଉପରେ ବୈଠକରେ ଆଲୋଚନା ଅନୁମୋଦନ ହୋଇଥିଲା

ନିଯୁକ୍ତିଦାତାଙ୍କ ପ୍ରତିନିଧି, କର୍ମଚାରୀଙ୍କ ପ୍ରତିନିଧି, ପେସାଦାର ବିଶେଷଜ୍ଞ ରାଜ୍ୟ ସରକାରଙ୍କ ପ୍ରତିନିଧି ସମେତ କର୍ପୋରେସନର ପ୍ରାୟ 60 ଜଣ ସଦସ୍ୟ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକରେ ଅଂଶଗ୍ରହଣ କରିଥିଲେ ବୈଠକରେ ଅଂଶଗ୍ରହଣ କରିଥିବା ଅନ୍ୟ ସଦସ୍ୟମାନେ ହେଲେ, ଶ୍ରୀ ହୀରାଲାଲ ସମରିୟା, ସଚିବ, ଶ୍ରମ ନିଯୁକ୍ତି ମନ୍ତ୍ରାଳୟ, ଶ୍ରୀ ରାମ କୃପାଳ ଯାଦବ, ସାଂସଦ, ଶ୍ରୀମତୀ ଡୋଲା ସେନ୍, ସାଂସଦ, ଶ୍ରୀମତୀ ଅନୁରାଧା ପ୍ରସାଦ, ମହାନିର୍ଦ୍ଦେଶକ ଏବଂ ମିସ୍ ଶିବାନୀ ସ୍ୱାଇଁ, ଏସ୍ଆଣ୍ଡଏଫ୍ଏ, ଶ୍ରମ ନିଯୁକ୍ତି ମନ୍ତ୍ରାଳୟ

 

**********



(Release ID: 1647746) Visitor Counter : 304