ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଦିନିକିଆ ସୁସ୍ଥତା ହାରରେ ଭାରତର ଆଉ ଏକ ରେକର୍ଡ
● ଗତ 24 ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ 62,282 ରୋଗୀ
● ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ଓ ଆରୋଗ୍ୟ ହାର ବୃଦ୍ଧି
Posted On:
21 AUG 2020 12:37PM by PIB Bhubaneshwar
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 62,282 ଜଣ ରୋଗୀ ସୁସ୍ଥ ହେବା ଫଳରେ ସୁସ୍ଥତା କ୍ଷେତ୍ରରେ ଭାରତର ଆଉ ଏକ ରେକର୍ଡ ସୃଷ୍ଟି ହୋଇଛି ।
ଅଧିକରୁ ଅଧିକ ରୋଗୀ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ଦୃଷ୍ଟିରୁ ମୋଟ ଆରୋଗ୍ୟ ସଂଖ୍ୟା 21.5 ଲକ୍ଷ ଅର୍ଥାତ 21,58,946କୁ ଅତିକ୍ରମ କରିଛି । ଆଜି ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ 14,66,918 ହୋଇଛି । ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ତଥା ଏହି ଧାରା ଅବ୍ୟାହତ ରହିବା ଫଳରେ ସକ୍ରିୟ ରୋଗୀଙ୍କ ହାରାହାରି ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଦେଶରେ ସୁସ୍ଥତା ହାର ଶତକଡା 74ରୁ ବୃଦ୍ଧି ପାଇ ଆଜି 74.28 ପ୍ରତିଶତରେ ପହଞ୍ଚିଛି, ଯାହା ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବା ସୁନିଶ୍ଚିତ କରିଛି । ଦେଶର 33ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସୁସ୍ଥତା ହାର ଶତକଡା 50ରୁ ଅଧିକ ହୋଇଛି । ବର୍ତ୍ତମାନ 6,92,028 ଜଣ ସକ୍ରିୟ ରୋଗୀ ରହିଥିବା ବେଳେ ଏହା ଦେଶର ସମୁଦାୟ ସଂକ୍ରମିତ ରୋଗୀ ସଂଖ୍ୟାର ଶତକଡା 23.82 ବୋଲି ଜଣାପଡିଛି । ସମସ୍ତ ସକ୍ରିୟ ରୋଗୀ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ସକ୍ରିୟ ଉପଚାର, ଉତ୍କୃଷ୍ଟ ଆମ୍ବୁଲାନ୍ସ ସେବା ଓ ଏମ୍ସ ନୂଆଦିଲ୍ଲୀ ପକ୍ଷରୁ କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ଉଚିତ ପରାମର୍ଶ ଇତ୍ୟାଦି ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ଭ୍ରାସ ପାଇଛି । ବିଶ୍ଵରେ ଅନ୍ୟାନ୍ୟ ଦେଶ ତୁଳନାରେ ଏହା କମ ଥିବା ବେଳେ ହାରାହାରି ମୃତ୍ୟୁହାର 1.89 ପ୍ରତିଶତରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ 8,05,985ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ନମୁନା ପରୀକ୍ଷା ସଂଖ୍ୟା 3,03,467,237ରେ ପହଞ୍ଚିଛି । ସେହିପରି ନମୁନା ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପରୀକ୍ଷାଗାରର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ 1504ଟି ପରୀକ୍ଷାଗାରେ ରହିଛି । ସେଥିମଧ୍ୟରୁ 978ଟି ସରକାରୀ ଓ 526ଟି ଘରୋଇ ପରୀକ୍ଷାଗାରଗୁଡିକରେ ନମୁନା ପରୀକ୍ଷଣ କରାଯାଉଛି ।
କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ ।
*********
(Release ID: 1647741)
Visitor Counter : 218
Read this release in:
English
,
Urdu
,
Hindi
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam