ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଅଧିକ ସଂଖ୍ୟକ ରୋଗୀ ସୁସ୍ଥ ହେବା ସହିତ ଭାରତରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ପ୍ରାୟ 21 ଲକ୍ଷରେ ପହଞ୍ଚିଲା

• ସୁସ୍ଥତା ହାର ପାଖାପାଖି 74 ପ୍ରତିଶତରେ ପହଞ୍ଚିଲା
• ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା 3 ଗୁଣ

Posted On: 20 AUG 2020 3:01PM by PIB Bhubaneshwar

ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଏବଂ ଘରୋଇ ଏକାନ୍ତବାସ (ସାଧାରଣ ଏବଂ ମଧ୍ୟମ ଲକ୍ଷଣଯୁକ୍ତ ମାମଲା କ୍ଷେତ୍ରରେ)ରୁ ମୁକ୍ତ ହେବା ସହିତ ଭାରତର ସମୁଦାୟ କୋଭିଡ-19 ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ସଂଖ୍ୟା ଆଜି ପାଖାପାଖି 21 ଲକ୍ଷରେ ପହଞ୍ଚିଛି ବ୍ୟାପକ ପରୀକ୍ଷଣ, ଦ୍ରୁତ ଚିହ୍ନଟ ଏବଂ ପ୍ରଭାବଶାଳୀ ଚିକିତ୍ସା ନୀତି ଯୋଗୁଁ 20,96,664 ରୋଗୀ ସଂକ୍ରମଣରୁ ମୁକ୍ତ ହେବା ସମ୍ଭବ ହୋଇପାରିଛି । ଚିକିତ୍ସା ମାନଦଣ୍ଡ ନିୟମାବଳୀକୁ ଦୃଷ୍ଟିରେ ରଖି ଅମ୍ଳଜାନ, ଆଇସିୟୁ ଏବଂ ହସ୍ପିଟାଲଗୁଡିକରେ ଦକ୍ଷ ଚିକିତ୍ସକ ଏବଂ ଉନ୍ନତ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ଦ୍ଵାରା ଆଶାନୁରୂପ ଫଳ ମିଳିପାରିଛି ।

ଗତ 24 ଘଣ୍ଟା ମଧ୍ୟରେ 58,794 ରୋଗୀ ସୁସ୍ଥ ହୋଇଥିବା ବେଳେ ସୁସ୍ଥତା ହାର ପାଖାପାଖି 74 ପ୍ରତିଶତ (73.91)ରେ ପହଞ୍ଚିଛି ଓ ଏହା କ୍ରମାଗତ ଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି

ଦେଶରେ ସକ୍ରିୟ ରୋଗୀ (6,86,395)ଙ୍କ ତୁଳନାରେ 14 ଲକ୍ଷ (14,10,269) ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଅଧିକ ସୁସ୍ଥତା ହାର ରହିଥିବାରୁ ପ୍ରକୃତପକ୍ଷେ ମୋଟ ସଂକ୍ରମଣଙ୍କ ମଧ୍ୟରୁ କେବଳ 24.19 ପ୍ରତିଶତ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି ।

ଅଧିକ ସଂଖ୍ୟକ ନମୁନା ପରୀକ୍ଷା କରାଯାଇ ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ, ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ ଓ ସମୟୋଚିତ ଚିକିତ୍ସା ଯୋଗୁଁ ଆଜି ଦେଶରେ ମୃତ୍ୟୁ ହାର ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ କମ ହୋଇପାରିଛି । ଏହା କ୍ରମଶଃ ହ୍ରାସ ପାଇ ବର୍ତ୍ତମାନ 1.89 ଶତକଡାରେ ପହଞ୍ଚିଛି । ଖୁବ କମ ସଂଖ୍ୟକ ରୋଗୀ ଭେଣ୍ଟିଲେଟର ସହାୟତାରେ ଚିକିତ୍ସିତ ହେଉଛନ୍ତି ।

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

 

 



(Release ID: 1647429) Visitor Counter : 221