ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଅଧିକ ନମୁନା ପରୀକ୍ଷଣ ଅଭିମୁଖେ ଭାରତ

• କ୍ରମାଗତ ଦ୍ଵିତୀୟ ଦିନରେ 8 ଲକ୍ଷରୁ ଅଧିକ ପରୀକ୍ଷା
• ପରୀକ୍ଷଣ କ୍ରମାଗତ ବୃଦ୍ଧି ପାଇ ନିୟୁତ ପିଛା 23,002ରେ ପହଞ୍ଚିଲା
• ସଂକ୍ରମଣ ହାର 8 ପ୍ରତିଶତରେ ସ୍ଥିର

Posted On: 19 AUG 2020 4:33PM by PIB Bhubaneshwar

ପରୀକ୍ଷା, ଚିହ୍ନଟ, ଉପଚାର ରଣନୀତିକୁ ଆଧାର କରି ଭାରତ କ୍ରମାଗତ ଦ୍ଵିତୀୟ ଦିନ ପାଇଁ 8 ଲକ୍ଷରୁ ଅଧିକ କରୋନା ନମୁନା ପରୀକ୍ଷା କରିଛି ଦିନ ପିଛା ଏହି ସଂଖ୍ୟା 10 ଲକ୍ଷକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ କେବଳ ଗତ 24 ଘଣ୍ଟା ମଧ୍ୟରେ 8,01,518 ନମୁନା ପରୀକ୍ଷା କରାଯାଇଛି

ମୋଟ ନମୁନା ପରୀକ୍ଷା ସଂଖ୍ୟା 3,17,42,782ରେ ପହଞ୍ଚିଥିବା ବେଳେ ପ୍ରତି ନିୟୁତ ପିଛା ନମୁନା ପରୀକ୍ଷଣ ଦ୍ରୁତ ଗତିରେ 23,002କୁ ବୃଦ୍ଧି ପାଇଛି

ବ୍ୟାପକ ପରୀକ୍ଷା ଦ୍ଵାରା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଏକମାତ୍ର ଉପାୟ ଥିବା ବେଳେ ସଂକ୍ରମିତ ଚିହ୍ନଟ ସହ ସମୟୋଚିତ ମେଡିକାଲ ଚିକିତ୍ସା ମଧ୍ୟ ଦିଆଯାଇପାରୁଛି ଅଧିକ ପରୀକ୍ଷଣ ଧାରାକୁ ଅବ୍ୟାହତ ରଖିବା ଫଳରେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇଛି ଆରୋଗ୍ୟ ଓ ସଂକ୍ରମିତଙ୍କ ମଧ୍ୟରେ ସଂଖ୍ୟାଗତ ପାର୍ଥକ୍ୟ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ହାର ମଧ୍ୟ ଆଶାନୁରୂପ ହ୍ରାସ ପାଇଛି ।

ସ୍ୱାସ୍ଥ୍ୟ ଭିତ୍ତିଭୂମି ସଂପ୍ରସାରଣ ଯୋଗୁଁ ଦେଶରେ ରୋଗ ନିରୂପଣ ପାଇଁ ପରୀକ୍ଷାଗାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଚଳିତ ବର୍ଷ ଜାନୁଆରୀ ମାସରେ ଦେଶରେ ଗୋଟିଏ ମାତ୍ର ପରୀକ୍ଷାଗାର ଥିବା ବେଳେ ବର୍ତ୍ତମାନ 975ଟି ସରକାରୀ ଓ 511 ଘରୋଇ ଏହିପରି ମୋଟ 1486ଟି ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି ।  

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

 

 



(Release ID: 1647120) Visitor Counter : 229