ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦିନକରେ ସର୍ବାଧିକ 57,584 ଆରୋଗ୍ୟ

• ସୁସ୍ଥତା ହାର 72%ରୁ ଅଧିକ
• ଅତିଶୀଘ୍ର 2 ନିୟୁତ ଅତିକ୍ରମ କରିବ ଆରୋଗ୍ୟ ସଂଖ୍ୟା

Posted On: 17 AUG 2020 1:46PM by PIB Bhubaneshwar

ପ୍ରତିଦିନ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ଭାରତ ଏବେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି ଗତ 24 ଘଣ୍ଟା ମଧ୍ୟରେ 57,584 ଜଣ କୋଭିଡ-19 ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ସହିତ ଆଜି ଦେଶରେ ଗୋଟିଏ ଦିନର ସର୍ବାଧିକ ଆରୋଗ୍ୟ ସଂଖ୍ୟା  ପଞ୍ଜୀକୃତ ହୋଇଛି ।

ଏହି 72% ମାଇଲଖୁଣ୍ଟକୁ ସଫଳତାର ସହ ଅତିକ୍ରମ କରିବା ଭାରତର ଆରୋଗ୍ୟ ହାରକୁ ଆହୁରି ଉନ୍ନତ କରିଛି ଏହାକୁ ପ୍ରଭାବଶାଳୀ ଆବଧାଞ୍ଚଳ କୌଶଳ, ଦୃଢ ଏବଂ ବିସ୍ତୃତ ପରୀକ୍ଷଣ, ଜଟିଳ ରୋଗୀଙ୍କ ଉନ୍ନତ ମାନର ଚିକିତ୍ସା ପରିଚାଳନା ସହିତ ସଫଳ ତଥା ସମନ୍ୱିତ କାର୍ଯ୍ୟକାରିତାର ଫଳ ଭାବେ ବିବେଚନା କରାଯାଉଛି କୋଭିଡ-19 ରୋଗୀଙ୍କୁ ସାମାନ୍ୟ, ମଧ୍ୟମ ଏବଂ ଜଟିଳ ଭାବେ ବିଭକ୍ତ କରିବା ପାଇଁ ଭାରତ ଏକ ଚିକିତ୍ସା ମାନକ ଅନୁସରଣ କରିଛି ଯାହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଚିକିତ୍ସା ପରିଚାଳନା ନିୟମାବଳୀରେ ସ୍ପଷ୍ଟ ଭାବରେ ସୂଚିତ କରାଯାଇଛି

ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଏବଂ ଘରୋଇ ଏକାନ୍ତବାସରୁ ମୁକ୍ତ ହେବା (ସାମାନ୍ୟ ଏବଂ ମଧ୍ୟମ କ୍ଷେତ୍ରରେ) ଦ୍ଵାରା ଭାରତର ଆରୋଗ୍ୟ ସଂଖ୍ୟା ପ୍ରାୟ 2 ନିୟୁତରେ ପହଞ୍ଚିଛି (19,19,842) ଏହାଫଳରେ ସକ୍ରିୟ ରୋଗୀଙ୍କ ତୁଳନାରେ 12,42,942 ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି

ଦେଶରେ 6,76,900 ସକ୍ରିୟ ରୋଗୀ ଥିବା ବେଳେ ଏହା ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟାର ମାତ୍ର 25.57 ପ୍ରତିଶତ ଶୀଘ୍ର ଚିହ୍ନଟିକରଣ ଓ ଉତ୍ତମ ଚିକିତ୍ସା ଯୋଗୁଁ  ମୃତ୍ୟୁ ହାର ଆହୁରି ହ୍ରାସ ପାଇ ଆଜି 1.92%ରେ ପହଞ୍ଚିଛି । 

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ

 

*********

 


(Release ID: 1646514)