ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଏବଂ ନେପାଳ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
Posted On:
15 AUG 2020 2:33PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେ ପି ଶର୍ମା ଓଲିଙ୍କ ଠାରୁ ଟେଲିଫୋନ୍ ବାର୍ତ୍ତା ପାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ଓଲି ଟେଲିଫୋନ୍ ଯୋଗେ ଭାରତର 74ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ତଥା ଭାରତର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଭାରତ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବାରୁ ଶ୍ରୀ ଓଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଉଭୟ ନେତା ପାରସ୍ପରିକ ଦୃଢ଼ ସଂପର୍କ ରକ୍ଷା ଉପରେ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିବା ସହ ଉଭୟ ଦେଶରେ କରୋନା ମହାମାରୀର ପ୍ରଭାବକୁ ନିୟନ୍ତ୍ରଣ କରିବା ନିମନ୍ତେ ସହମତି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ନେପାଳକୁ ଭାରତର ନିରବଚ୍ଛିନ୍ନ ସହଯୋଗ ଅବ୍ୟାହତ ରହିବ ବୋଲି ଶ୍ରୀ ମୋଦୀ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ଓଲିଙ୍କୁ ତାଙ୍କର ଏଭଳି ଟେଲିଫୋନ ଯୋଗେ ଅଭିନନ୍ଦନ ଜ୍ଞାପନ ନିମନ୍ତେ ଧନ୍ୟବାଦ ଜଣାଇ ଶ୍ରୀ ମୋଦୀ କହିଲେ ଯେ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ସଭ୍ୟତାଗତ ସଂପର୍କ ଓ ସାଂସ୍କୃତିକ ଯୋଗସୂତ୍ର ରହିଆସିଛି ଓ ତାହାକୁ ଜାରି ରଖିବା ନିମନ୍ତେ ଭାରତ ସଦା ସର୍ବଦା ବଦ୍ଧ ପରିକର ।
**********
(Release ID: 1646188)
Visitor Counter : 212
Read this release in:
English
,
Urdu
,
Marathi
,
Hindi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam