ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ସୁସ୍ଥତା ହାରରେ ଭାରତର ରେକର୍ଡ

• ଗତ 24ଘଣ୍ଟା ମଧ୍ୟରେ 57,381 ସୁସ୍ଥ
• 32ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ଶତକଡା 50ରୁ ଅଧିକ
• ଦେଶରେ ଗୋଟିଏ ଦିନରେ ସର୍ବାଧିକ 8.6 ଲକ୍ଷ ପରୀକ୍ଷଣ

Posted On: 15 AUG 2020 1:07PM by PIB Bhubaneshwar

ପ୍ରତ୍ୟେକ ଦିନ ନିୟମିତ ଭାବେ କରୋନାରୁ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 57,381 ଜଣ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି

ଏହିଭଳି ଅଧିକ ରୋଗୀ ଆରୋଗ୍ୟ ହେବା ଦୃଷ୍ଟିରୁ ଭାରତର ସୁସ୍ଥତା ହାର 70 ପ୍ରତିଶତ ପାର କରିଛି ଏବଂ କ୍ରମଶଃ ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି 32 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ହାର ଶତକଡା 50ରୁ ଅଧିକ ରହିଛି । 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ସଂଖ୍ୟା ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି ।

ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ବେଳେ ମୋଟ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା 18 ଲକ୍ଷ ଅତିକ୍ରମ କରି ଆଜି ଏହା 18,08,936ରେ ପହଞ୍ଚିଛି ଏଥିଯୋଗୁଁ ସୁସ୍ଥ ରୋଗୀଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ତୁଳନାରେ 11 ଲକ୍ଷରୁ ଅଧିକ ଅର୍ଥାତ ଆଜିସୁଦ୍ଧା 11,40,716ରେ ପହଞ୍ଚିଛି

କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କୋଭିଡ ପରିଚାଳନାଗତ ସମନ୍ଵୟ ଯୋଗୁଁ ଏହି ସବୁଦିନିଆ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି

ଦେଶରେ ବର୍ତ୍ତମାନ 6,68,220 ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଥିବା ବେଳେ ଏହା ମୋଟ ଆକ୍ରାନ୍ତଙ୍କ ଶତକଡା 26.45 ବୋଲି ଜଣାପଡିଛି ସମସ୍ତ ସକ୍ରିୟ ରୋଗୀ ଡାକ୍ତରୀ ଚିକିତ୍ସାଧୀନ ଅଛନ୍ତି ।

ହସ୍ପିଟାଲରେ ଉପଯୁକ୍ତ ଉପଚାର, ଘରୋଇ ଏକାନ୍ତବାସର ତଦାରଖ, ଅମ୍ଳଜାନ ସହାୟତା, ରୋଗୀମାନଙ୍କ ପାଇଁ ଆମ୍ବୁଲାଂଶ ସେବାର ସଫଳ ପ୍ରୟୋଗ, କୋଭିଡ ରୋଗୀଙ୍କ ଚିକିତ୍ସା ଦାୟିତ୍ଵରେ ଥିବା ଚିକିତ୍ସକମାନଙ୍କୁ ଏମ୍ସ ବିଶେଷଜ୍ଞମାନଙ୍କ ପକ୍ଷରୁ ଦିଆଯାଉଥିବା ପରାମର୍ଶ ଯୋଗୁଁ ରୋଗୀ ପରିଚାଳନା ଓ ଚିକିତ୍ସା ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି ଏଥିପାଇଁ ମୃତ୍ୟୁହାର ମଧ୍ୟ ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ ରହିଛି । ଏହା ନିୟମିତ ଭାବେ ହ୍ରାସ ପାଇ ବର୍ତ୍ତମାନ 1.94 ପ୍ରତିଶତରେ ରହିଛି

ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିର ସଫଳତା ଯୋଗୁଁ ଗତ 24 ଘଣ୍ଟା ମଧ୍ୟରେ 8,68,679 ନମୁନା ପରୀକ୍ଷା କରାଯାଇଛି ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ 2.85 କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇଛି

ସାମଗ୍ରିକ ସଂକ୍ରମଣ ପରିଚାଳନା ଫଳସ୍ଵରୂପ ଦେଶରେ ନମୁନା ପରୀକ୍ଷାଗାର ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । 968ଟି ସରକାରୀ ଓ 497ଟି ଘରୋଇ ଏହିପରି ସମୁଦାଯ 1465ଟି ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି ।

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ ।

*********



(Release ID: 1646169) Visitor Counter : 265