ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଗୋଟିଏ ଦିନରେ ଭାରତରେ ରେକର୍ଡ 56,383 କରୋନା ମୁକ୍ତ
• ଏବେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ପ୍ରାୟ 17ଲକ୍ଷ
• ଆରୋଗ୍ୟଙ୍କ ହାର କ୍ରମାଗତଭାବେ ବଢୁଛି, ଆକ୍ରାନ୍ତଙ୍କ ମଧ୍ୟରେ ମୃତ୍ୟୁହାର ଆହୁରି ହ୍ରାସ ପାଇ ଏବେ 1.96 ପ୍ରତିଶତ
Posted On:
13 AUG 2020 2:44PM by PIB Bhubaneshwar
ଭାରତରେ କରୋନା ମୁକାବିଲା କ୍ଷେତ୍ରରେ ଆଜି ଏକ ନୂଆ ସଫଳତା ମିଳିଛି । ଗୋଟିଏ ଦିନରେ ରେକର୍ଡ ସର୍ବାଧିକ 56,383 ଜଣ ରୋଗମୁକ୍ତ ହୋଇଛନ୍ତି । ଏଥିସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 17 ଲକ୍ଷ ପାଖାପାଖି ପହଞ୍ଚିଛି । ଆଜିସୁଦ୍ଧା ମୋଟ ଆରୋଗ୍ୟଙ୍କ ସଂଖ୍ୟା 16,95,982 ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ, ଲକ୍ଷ୍ୟଭିତ୍ତିକ ଓ ସହଯୋଗ ମୂଳକ ଉଦ୍ୟମ ତଥା ଲକ୍ଷ ଲକ୍ଷ ସମ୍ମୁଖ କୋଭିଡ୍ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ଲଢେଇ ଫଳରେ ଏହି ସଫଳତା ମିଳିଛି । ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟିଂ (ପରୀକ୍ଷା, ଠାବ ଓ ଚିକିତ୍ସା) ଏହି 3ଟି ବିଷୟକୁ ଅତି ଅଧିକ ଗୁରୁତ୍ୱ ଦିଆଯାଇ କରୋନା ମୁକାବିଲା କରାଯାଉଛି । ଏଥିସହିତ ଚିକିତ୍ସକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ ହେଉଥିବା ସଙ୍ଗରୋଧ ଓ ଗୃହରୋଧ ବ୍ୟବସ୍ଥା, ସଫଳ ଚିକିତ୍ସା ପରିଚାଳନା ଏବଂ ଅତି ଗୁରୁତର ତଥା ଜଟିଳ ରୋଗୀଙ୍କ ସ୍ୱତନ୍ତ୍ର ସେବା ଯତ୍ନ ଫଳରେ ଆରୋଗ୍ୟ ହାର ବଢୁଛି । କେନ୍ଦ୍ରର ପ୍ରତ୍ୟକ୍ଷ ନିର୍ଦ୍ଦେଶ ଓ ପରାମର୍ଶରେ ରୋଗୀମାନଙ୍କର ଚିକିତ୍ସା ଓ ସେବାଯତ୍ନ କରାଯାଉଛି । ଆଜିସୁଦ୍ଧା ଆରୋଗ୍ୟ ହାର 70.77 ପ୍ରତିଶତ ହୋଇଛି । ସେହିଭଳି ଆକ୍ରାନ୍ତଙ୍କ ମୃତ୍ୟୁହାର ଆହୁରି ହ୍ରାସ ପାଇ 1.96 ପ୍ରତିଶତରେ ପହଞ୍ଚିଛି ।
ଆଜିକାର ଏହି ରେକର୍ଡ ଆରୋଗ୍ୟ ସଂଖ୍ୟା ଦେଶରେ କରୋନା ରୋଗୀଙ୍କ କ୍ରମାଗତ ଆରୋଗ୍ୟ ହାରକୁ ଅଧିକ ନିଶ୍ଚିତ କରିଛି । ଏବେ ଦେଶରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ମାତ୍ର 27.27 ଶତାଂଶ ଚିକିତ୍ସିତ ହେଉଛନ୍ତି । ସଂକ୍ରମିତଙ୍କଠାରୁ ଆରୋଗ୍ୟଙ୍କ ସଂଖ୍ୟା 10 ଲକ୍ଷରୁ ଅଧିକ ରହିଛି । ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 6,53,622 ଅଛି ।
କୋଭିଡ୍ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ ।
*********
(Release ID: 1645599)
Visitor Counter : 235
Read this release in:
English
,
Urdu
,
Hindi
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam