ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର କରୋନା ସୁସ୍ଥତା ହାର ଟପିଲା 15 ଲକ୍ଷ

• ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ 54,859 ଜଣ ସୁସ୍ଥ
• ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା 9 ଲକ୍ଷରୁ ଅଧିକ
• ପୁଣି ହ୍ରାସ ପାଇ ମୃତ୍ୟୁ ହାର ପହଞ୍ଚିଲା 2 ପ୍ରତିଶତକୁ

Posted On: 10 AUG 2020 11:52AM by PIB Bhubaneshwar

ଭାରତରେ କନୋନା ଆରୋଗ୍ୟ ରୋଗୀଙ୍କ ସଂଖ୍ୟା 15 ଲକ୍ଷ ଟପିଛି ଦ୍ରୁତ ପରୀକ୍ଷଣ, ଚିହ୍ନଟ ଓ ଦକ୍ଷ ଚିକିତ୍ସା ଯୋଗୁଁ 15,35,743 ଜଣ ରୋଗୀ ଏପର୍ଯ୍ୟନ୍ତ ସୁସ୍ଥ ହୋଇପାରିଛନ୍ତି । ଉନ୍ନତ ଆମ୍ବୁଲାନ୍ସ ସେବା, ଗୁଣାତ୍ମକ ସେବା ଓ ଉପଯୁକ୍ତ ଅମ୍ଳଜାନ ଚିକିତ୍ସା ଯୋଗୁଁ ଏହି ଆକାଂକ୍ଷିତ ସଫଳତା ମିଳିପାରିଛି ।

ଗତ 24 ଘଣ୍ଟା ମଧ୍ୟରେ 54,859 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ଦେଶରେ କୋଭିଡ-19 ଆରୋଗ୍ୟ ହାର ପାଖାପାଖି 70 ପ୍ରତିଶତରେ ପହଞ୍ଚିଛି

ଏହି ରେକର୍ଡ ସଂଖ୍ୟକ ମାମଲା ଯୋଗୁଁ ଦେଶରେ ପ୍ରକୃତ ସକ୍ରିୟ ମାମଲା ହ୍ରାସ ପାଇ ମୋଟ ସକାରାତ୍ମକ ମାମଲା ମାତ୍ର 28.66 ପ୍ରତିଶତରେ ରହିଛି । ଦେଶରେ ସକ୍ରିୟ କରୋନା ରୋଗୀ 6,34,945 ଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା 9 ଲକ୍ଷ ଅତିକ୍ରମ କରିଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ରଣନୀତି ସ୍ୱରୂପ ସଅଳ ଚିହ୍ନଟ, ବ୍ୟାପକ ପରୀକ୍ଷା ଏବଂ ଦକ୍ଷ ଉପଚାର ଯୋଗୁଁ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି ଆଜି ଏହା ଶତକଡା 2 ଭାଗ ଥିବାବେଳେ ଏହା କ୍ରମଶଃ ହ୍ରାସ ପାଇବାରେ ଲାଗିଛି ସଅଳ ଚିହ୍ନଟ ପ୍ରକ୍ରିୟା ଯୋଗୁଁ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଉଛି

ତୁରନ୍ତ ଚିହ୍ନଟ ସହିତ ସ୍ୱଳ୍ପ ଓ ସାମାନ୍ୟ ଲକ୍ଷଣ ଥିବା ମାମଲାଗୁଡିକୁ ଘରୋଇ ଏକାନ୍ତବାସ ଓ ଅଧିକ ଲକ୍ଷଣ ଯୁକ୍ତ ମାମଲାଗୁଡିକର ହସ୍ପିଟାଲ ଚିକିତ୍ସା ଯୋଗୁଁ ଏହି ଉନ୍ନତି ପରିଲକ୍ଷିତ ହୋଇଛି

ଏଠାରେ ଉଲ୍ଲେଖାଯୋଗ୍ୟ ଯେ, ଦେଶର 10ଟି ରାଜ୍ୟରେ ଶତକଡା 80ରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି ଦ୍ରୁତ ଚିହ୍ନଟିକରଣ ଓ ଘରକୁ ଘର ବୁଲି ସର୍ଭେ ତଥା ଆବଧାଞ୍ଚଳ ପରିଚାଳନା ଯୋଗୁଁ ପ୍ରଥମେ ପ୍ରଥମେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ସମୟକ୍ରମେ ଏହା ହ୍ରାସ ପାଇବାକୁ ଲାଗିବ  

କୋଭିଡ୍‌ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ ।

 

**********


(Release ID: 1644912)