ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗୋଟିଏ ଦିନରେ 7,19,364 ନମୁନା ପରୀକ୍ଷା କରି ନୂତନ ଶିଖର ଛୁଇଞ୍ଚି ଭାରତ

• ଏବେ ସମୁଦାୟ ପରୀକ୍ଷଣ ସଂଖ୍ୟା 2,41,06,535

Posted On: 09 AUG 2020 3:16PM by PIB Bhubaneshwar

ଗୋଟିଏ ଦିନରେ 7 ଲକ୍ଷରୁ ଅଧିକ ପରୀକ୍ଷା କରି ଭାରତ ଏକ ସଫଳତାର ଶୀର୍ଷରେ ପହଞ୍ଚିଛି । ଗତ କିଛି ଦିନ ଧରି 6 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରୁଥିବା ଭାରତ ଗତ 24 ଘଣ୍ଟା ମଧ୍ୟରେ 7,19,364 ନମୁନା ପରୀକ୍ଷା କରିଛି ।

ଏହିଭଳି ଦୈନିକ ଅଧିକ ପରୀକ୍ଷା ଯୋଗୁଁ ପଜିଟିଭ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ତେବେ ରାଜ୍ୟଗୁଡିକୁ ବିସ୍ତୃତ ଚିହ୍ନଟ, ଶୀଘ୍ର ଏକାନ୍ତବାସ ଓ ଉତ୍ତମ ଚିକିତ୍ସା ପ୍ରଦାନ କରି ପରୀକ୍ଷା, ଚିହ୍ନଟ ଓ ଚିକିତ୍ସାର କେନ୍ଦ୍ରୀୟ ରଣନୀତିକୁ ଅନୁସରଣ କରିବାକୁ କୁହାଯାଇଛି । ଯେଉଁ ରାଜ୍ୟଗୁଡିକରେ ମୃତ୍ୟୁହାର ଅଧିକ ବୃଦ୍ଧି ପାଉଛି, ସେମାନଙ୍କ ସହିତ ପୂର୍ବରୁ ବୈଠକ କରାଯାଇ ଏହା ସୁଧାରିବାକୁ ପରାମର୍ଶ ଦିଆଯାଇଛି

ଏହିପରି ରଣନୀତି ଯୋଗୁଁ ସଫଳତା ହାସଲ ହେବା ସହ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ଦେଶରେ ଗୋଟିଏ ଦିନରେ ସର୍ବାଧିକ 53,879 ଜଣ କରୋନାରୁ ଆରୋଗ୍ୟ ଲାଭ କରି ଗତକାଲି ହସ୍ପିଟାଲରୁ ଘରକୁ ଫେରିଛନ୍ତି ଏହାଫଳରେ ଆଜିସୁଦ୍ଧା 14,80,884 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହା ଆଜି ପର୍ଯ୍ୟନ୍ତ ହୋଇଥିବା ସକ୍ରିୟ ରୋଗୀ ସଂଖ୍ୟା 6,28,747ର ଦୁଇଗୁଣରୁ ଅଧିକ ହୋଇପାରିଛି । ସକ୍ରିୟ ମାମଲା ତୁଳନାରେ ଆରୋଗ୍ୟ ହାର 2.36 ଗୁଣ ଅହିକ ହୋଇଛି । ସକ୍ରିୟ ରୋଗୀମାନେ ହସ୍ପିଟାଲ କିମ୍ବା ଘରୋଇ ଏକାନ୍ତବାସରେ ଚିକିତ୍ସିତ ହେଉଛନ୍ତି । ଅଧିକ ରୋଗୀ ସୁସ୍ଥ ହେଉଥିବାରୁ ଏହି ହାର ବୃଦ୍ଧି ପାଇ ଆଜି 68.78 ପ୍ରତିଶତରେ ପହଞ୍ଚିଛି । ସକ୍ରିୟ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ 8,52,137ରେ ପହଞ୍ଚିଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ଵିତ ରଣନୀତି ତଥା ହସ୍ପିଟାଲ ଓ କ୍ଲିନିକାଲ ପରିଚାଳନା, ଭିତ୍ତିଭୂମି ବୃଦ୍ଧି, ଗୁଣାତ୍ମକ ଉପଚାର ଯୋଗୁଁ ମୃତ୍ୟୁ ହାର ହ୍ରାସ ପାଇ (09.08.2020) 2.01 ପ୍ରତିଶତରେ ପହଞ୍ଚିଛି ।

କୋଭିଡ୍‌ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ: +91-1123978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ

 

**********

 



(Release ID: 1644629) Visitor Counter : 214