ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଥିଏଟର କିମ୍ବଦନ୍ତୀ ଇବ୍ରାହିମ ଅଲକାଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 04 AUG 2020 6:12PM by PIB Bhubaneswar

ଥିଏଟର କିମ୍ବଦନ୍ତୀ ଇବ୍ରାହିମ ଅଲକାଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ସମଗ୍ର ଭାରତରେ ଥିଏଟରକୁ ବହୁ ପ୍ରଚଳିତ ଏବଂ ଅଧିକ ଲୋକପ୍ରିୟ କରାଇବା ଦିଗରେ ତାଙ୍କର ଉଦ୍ୟମ ପାଇଁ ଶ୍ରୀ ଇବ୍ରାହିମ ଅଲକାଜୀ ସ୍ମରଣୀୟ ହୋଇ ରହିବେ । କଳା ଓ ସଂସ୍କୃତି ଜଗତରେ ତାଙ୍କର ଅବଦାନ ମଧ୍ୟ ଉଲ୍ଲେଖନୀୟ । ତାଙ୍କ ଦେହାନ୍ତରେ ମର୍ମାହତ । ତାଙ୍କ ପରିବାର ଏବଂ ଆତ୍ମୀୟମାନଙ୍କୁ ମୋର ସମବେଦନା । ତାଙ୍କ ଆତ୍ମାର ସଦଗତି କାମନା କରୁଛି” ।

 

**********


(ରିଲିଜ ଆଡି: 1643377) ପରିଦର୍ଶକ କାଉଣ୍ଟର : 306