ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                
                    
                    
                        ଆଫଗାନିସ୍ତାନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
                    
                    
                        
                    
                
                
                    Posted On:
                03 AUG 2020 5:50PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆଫଗାନିସ୍ତାନ ରାଷ୍ଟ୍ରପତି ଡଃ ଅଶରଫ ଘନିଙ୍କ ମଧ୍ୟରେ  ଆଜି ଏକ ଟେଲିଫୋନ ବାର୍ତ୍ତାଳାପ ହୋଇଛି । ଉଭୟ ନେତା ପରସ୍ପରକୁ ଆନନ୍ଦର ପର୍ବ ଇଦ-ଅଲ-ଅଜହାର ଶୁଭେଚ୍ଛା ଜଣାଇଲେ । 
ଆଫଗାନିସ୍ତାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖାଦ୍ୟ ଏବଂ ଚିକିତ୍ସା ସହାୟତା ଯୋଗାଇ ଦେଇଥିବାରୁ ରାଷ୍ଟ୍ରପତି ଘନି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଶାନ୍ତି ଓ ସମୃଦ୍ଧି ପାଇଁ ଆଫଗାନିସ୍ତାନ ଲୋକଙ୍କ ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ଉଭୟ ଦେଶରେ ସୁରକ୍ଷା ପରିସ୍ଥିତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବିଷୟରେ ମଧ୍ୟ ଦୁଇ ନେତା ମତ ବିନିମୟ କରିଥିଲେ ।
 
**********
                
                
                
                
                
                (Release ID: 1643244)
                Visitor Counter : 246
                
                
                
                    
                
                
                    
                
                Read this release in: 
                
                        
                        
                            Telugu 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam