ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଣ୍ଟରନ୍ୟାସନାଲ ଥର୍ମୋନ୍ୟୁକ୍ଲିୟାର ଏକ୍ସପେରିମେଣ୍ଟାଲ ରିଆକ୍ଟର (ଆଇଟିଇଆର୍)ରେ ଆଇଟିଇଆର୍ ଆସେମ୍ବ୍ଲି ଆରମ୍ଭରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

Posted On: 29 JUL 2020 8:35PM by PIB Bhubaneshwar

ଆଇଟିଇଆର୍ ସଂଗଠନ ପକ୍ଷରୁ 2020 ଜୁଲାଇ 28ରେ ଫ୍ରାନ୍ସ ସେଂଟ୍-ପଲ୍-ଲେଜ୍-ଦୂରାନ୍ସରେ ଆଇଟିଇଆର୍ ତୋକାମାକ୍ ଆସେମ୍ବ୍ଲିର ଶୁଭାରମ୍ଭ ହୋଇଛି । ସମସ୍ତ ଆଇଟିଇଆର୍ ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନେ ଏହି ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଅଥବା ରିମୋଟ ମୋଡରେ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଅଂଶଗ୍ରହଣ କରି ସେମାନଙ୍କର ବାର୍ତ୍ତା ଦେଇଛନ୍ତି । ଏହି ଉତ୍ସବକୁ ରାଷ୍ଟ୍ରପତି ମାକ୍ରୋନ୍ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଇଥିଲେ ।

ନିଜ ବାର୍ତ୍ତାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇଟିଇଆର୍ ସଂଗଠନକୁ ସେମାନଙ୍କର କଠିନ କାମ ତଥା ବର୍ତ୍ତମାନ ସୁଦ୍ଧା ପାଇଥିବା ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ । ସାରା ବିଶ୍ୱରୁ ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କର ଅଂଶଗ୍ରହଣକୁ ଦର୍ଶାଇ ସେ କହିଥିଲେ ଯେ ବହୁ ପୁରାତନ ଭାରତୀୟ ବିଶ୍ୱାସ ବସୁଧୈବ କୁଟୁମ୍ବକମ୍ ଆଧାରରେ ଆଇଟିଇଆର୍ ଏକ ଉପଯୁକ୍ତ ଦୃଷ୍ଟାନ୍ତ ହେବ । ଏଠାରେ ସାରା ବିଶ୍ୱ ଏକତ୍ରୀତ ହୋଇ ମାନବ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରୁଛି । ଜାହାଜ ସିଲ୍ଡସରେ କ୍ରାୟୋଷ୍ଟାଟ୍, କ୍ରାୟୋଜେନିକ୍ ଓ କ୍ରାୟୋ ବିତରଣ ବ୍ୟବସ୍ଥା, ଆରଏଫ ଓ ବିମ୍ ଟେକ୍ନୋଲୋଜି ବ୍ୟବହାର କରି ଅକ୍ଜିଲାରି ହିଟିଂ ଡିଭାଇସ୍ ଏବଂ ମଲ୍ଟି ମେଗା ୱାଟ୍ ପାୱାର ସପ୍ଲାଏ ଓ ଅନ୍ୟ ଡାଏଗ୍ନୋଷ୍ଟିକ୍ ଜରିଆରେ ନିଜର ଆଖିଦୃଶିଆ ଅବଦାନ ସହ ଆଇଟିଇଆରକୁ ଏହାର ଲକ୍ଷ୍ୟ ହାସଲରେ ସହାୟତା କରି ଭାରତ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ଉତ୍ସବରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତାକୁ ଫ୍ରାନ୍ସ ଓ ମୋନାକୋ ପାଇଁ ଥିବା ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ଜୱେଦ୍ ଅସରଫ୍ ପଢ଼ି ଶୁଣାଇଥିଲେ ।

 

**********

 



(Release ID: 1642435) Visitor Counter : 207