ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଭାରତରେ ଦୈନିକ 5 ଲକ୍ଷରୁ ଅଧିକ ପରୀକ୍ଷଣ

• ଆଜିସୁଦ୍ଧା 1.73 କୋଟିରୁ ଅଧିକ ନମୁନା ପରୀକ୍ଷା
• ପ୍ରତି 10 ଲକ୍ଷରେ ପରୀକ୍ଷଣ ସଂଖ୍ୟା 12,562ରୁ ଅଧିକ

Posted On: 28 JUL 2020 5:28PM by PIB Bhubaneshwar

ପରୀକ୍ଷା, ଚିହ୍ନଟ, ଚିକିତ୍ସାକୁ ଆଧାର କରି କ୍ରମାଗତ ଭାବେ ଦୁଇ ଦିନରେ ଦିନ ପିଛା 5 ଲକ୍ଷରୁ ଅଧିକ କୋଭିଡ-19 ପରୀକ୍ଷଣ କରାଯିବା ଦ୍ଵାରା ଏହା ଏକ ନୂତନ ଶିଖରରେ ପହଞ୍ଚିଛି କୋଭିଡ-19 ସକ୍ରିୟ ମାମଲାଗୁଡ଼ିକୁ ଶୀଘ୍ର ଚିହ୍ନଟ ଏବଂ ପୃଥକ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଆକ୍ରମଣାତ୍ମକ ପରୀକ୍ଷଣ ଉପରେ ଜୋର ଦିଆଯାଇଛି କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ତଥା ସମନ୍ଵିତ ପ୍ରୟାସ ଦ୍ଵାରା ଏହି ସଫଳତା ହାସଲ ହୋଇଛି 26 ଜୁଲାଇରେ ଦେଶରେ ସମୁଦାୟ 5,15,000 ନମୁନା ପରୀକ୍ଷା କରାଯାଇଥିବା ବେଳେ 27 ଜୁଲାଇରେ ମୋଟ 5,28,000 ନମୁନା ପରୀକ୍ଷା କରାଯାଇଛି

ପରୀକ୍ଷାଗାରର ସଂପ୍ରସାରଣ ଯୋଗୁଁ ମୋଟ ପରୀକ୍ଷଣ ସଂଖ୍ୟା 1.73 କୋଟି ଅତିକ୍ରମ କରିଛି । ପ୍ରତି 10 ଲକ୍ଷ ଜନସଂଖ୍ୟା ପିଛା ପରୀକ୍ଷଣରେ ଅଭିବୃଦ୍ଧି ଘଟି ଏହା 12,562 ଅତିକ୍ରମ କରିଛି । ଦେଶର ନୋଏଡା, ମୁମ୍ବାଇ ଏବଂ କୋଲକାତାରେ ତିନୋଟି ଉଚ୍ଚକ୍ଷମତା ସମ୍ପନ୍ନ ପରୀକ୍ଷାଗାରର ସ୍ଥାପନା ଯୋଗୁଁ ଦେଶରେ ମୋଟ ପରୀକ୍ଷଣ ସାମର୍ଥ୍ୟ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏହି ପରୀକ୍ଷାଗାରଗୁଡିକର ଭର୍ଚୁଆଲ ଉଦ୍ଘାଟନ କରିଥିଲେ 905ଟି ସରକାରୀ ଓ 405ଟି ବେସରକାରୀ ଏହିପରି ମୋଟ 1310ଟି ପରୀକ୍ଷାଗାରରେ ପରୀକ୍ଷା କରାଯାଉଛି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ସୂଚନା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********



(Release ID: 1641909) Visitor Counter : 201