ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତ ଅଭିମୁଖେ 5ଟି ରାଫେଲ ବିମାନ

• ପାଗ ଭଲ ରହିଲେ 29 ତାରିଖରେ ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚିବ

Posted On: 27 JUL 2020 3:00PM by PIB Bhubaneshwar

ଫ୍ରାନ୍ସରୁ ପ୍ରଥମ ପର୍ଯ୍ୟାୟରେ ଆଜି 5ଟି ରାଫେଲ ଲଢୁଆ ବିମାନ ଭାରତକୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତୀୟ ବାୟୁସେନା ପାଇଁ ଉଦ୍ଦିଷ୍ଟ ଏହି ବିମାନ ମଧ୍ୟରୁ ଆଜି ସକାଳୁ 5ଟି ଫ୍ରାନ୍ସର ମେରିୟାଙ୍କ ସ୍ଥିତ ଡାସଲ୍‌ଟ ବିମାନ ତିଆରି କାରଖାନାରୁ ଯାତ୍ରା ଆରମ୍ଭ କରିଛି । ଏହି ବିମାନ ମଧ୍ୟରେ 3ଟି ସିଙ୍ଗଲ୍‌ ସିଟ୍‌ର ଓ ଦୁଇଟି ଟ୍ଵିଇନ୍‌ ସିଟ୍‌ର ରହିଛି ।

ଏହି ବିମାନ ଆଣିବା କାର୍ଯ୍ୟ ଦୁଇ ପର୍ଯ୍ୟାୟରେ ସଂପନ୍ନ ହେବାକୁ ଯୋଜନା ପ୍ରସ୍ତୁତ କରଯାଇଛି । ଭାରତୀୟ ବିମାନ ବାହିନୀର ପାଇଲଟମାନେ ଏଗୁଡିକୁ ଭାରତ ଆଣିବେ । ଏଥିପାଇଁ ଭାରତୀୟ ବାୟୁସେନାର ପାଇଲଟମାନଙ୍କୁ ପୂର୍ଣ୍ଣାଙ୍ଗ ତାଲିମ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଯେଉଁ ବିମାନ ଆସୁଛି ସେଥିରେ ଆକାଶମାର୍ଗରେ ଇନ୍ଧନ ଭରିବା ବ୍ୟବସ୍ଥା ହୋଇଛି । ଉଡନ୍ତା ଅବସ୍ଥାରେ ଇନ୍ଧନ ବୋଝେଇ ବିମାନରୁ ଏହି ଲଢୁଆ ବିମାନକୁ ଇନ୍ଧନ ଯୋଗାଇ ଦିଆଯିବ । ଆକାଶ ମାର୍ଗରେ ରାଫେଲ ବିମାନକୁ ଇନ୍ଧନ ଯୋଗାଣ ପାଇଁ ଫରାସୀ ବାୟୁସେନା ସ୍ୱତନ୍ତ୍ର ସମର୍ପିତ ଟ୍ୟାଙ୍କର ବ୍ୟବସ୍ଥା କରିଛି । ଆସନ୍ତା 29 ତାରିଖରେ ଏହି 5ଟି ଯାକ ବିମାନ ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି । ତେବେ ପାଗ ଭଲ ରହିଲେ ଏହା ନିର୍ଦ୍ଧାରିତ ତାରିଖରେ ପହଞ୍ଚିଯିବ । ଅମ୍ବାଲା ସ୍ଥିତ ସ୍କ୍ୱାର୍ଡନ ନଂ 17 ବା ଗୋଲ୍‌ଡେନ ଆରୋ ଏଥିପାଇଁ ପ୍ରସ୍ତୁତ  ହୋଇ ରହିଛି । 

 

**********

 



(Release ID: 1641626) Visitor Counter : 212