ପ୍ରତିରକ୍ଷା ମନ୍ତ୍ରଣାଳୟ

21ତମ କାରଗିଲ ବିଜୟ ଦିବସ ଅବସରରେ ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ପୋଷ୍ଟ କରାଯିବା ଦିନାଙ୍କ: 26 JUL 2020 3:57PM by PIB Bhubaneshwar

21ତମ କାରଗିଲ ଦିବସ ଅବସରରେ ଆଜି (26.07.2020) କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ତାଙ୍କ ସହ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ନାଏକ, ପ୍ରତିରକ୍ଷା ମୁଖ୍ୟ ତଥା ସାମରିକ ବ୍ୟାପାର ସଚିବ ଜେନେରାଲ ବିପିନ ରାୱତ, ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ଏମ ଏମ ନରବଣେ, ନୌସେନା ଅଧ୍ୟକ୍ଷ ଆଡମିରାଲ କରମବୀର ସିଂ, ବାୟୁସେନା ଅଧ୍ୟକ୍ଷ ଏୟାରଚିଫ ମାର୍ଶଲ ଆର କେ ଏସ ଭଦୌରିଆ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ 1999 ଆଜିର ଏହି ଦିନରେ ଭାରତୀୟ ସଶସ୍ତ୍ର ସେନା କାରଗିଲ ବିଜୟ ହାସଲ କରିଥିଲା ଦେଶ ଏହି ଦିନଟିକୁ ଅତ୍ୟନ୍ତ ଗର୍ବ ଓ ସମ୍ମାନର ସହ ପାଳନ କରୁଛି

ପ୍ରତିରକ୍ଷା ମନ୍ତ୍ରୀ ଏହି ଅବସରରେ ଯୁଦ୍ଧ ସ୍ମାରକୀ ପରିଦର୍ଶକ ପୁସ୍ତିକାରେ ଏକ ବାର୍ତ୍ତା ମଧ୍ୟ ଉଲ୍ଲେଖ କରିଛନ୍ତି ତାହା ହେଉଛି “ଆଜି କାରଗିଲ ବିଜୟ ଦିବସ ଅବସରରେ ମାତୃଭୂମିର ରକ୍ଷା ପାଇଁ ଶତ୍ରୁ ସହ ସଂଗ୍ରାମ କରି ପ୍ରାଣ ବିସର୍ଜନ କରିଥିବା ଭାରତୀୟ ସଶସ୍ତ୍ର ସେନାର ବୀର ସୈନିକମାନଙ୍କୁ ମୁଁ ପ୍ରଣାମ ଜଣାଉଛି । ସେମାନଙ୍କ ଅଦମ୍ୟ ସାହସ ଓ ସଂକଳ୍ପକୁ ଦେଶବାସୀ ସଦାସର୍ବଦା ମନେରଖିବା ସହ ସେମାନଙ୍କ ମହାନ ଆତ୍ମୋତ୍ସର୍ଗ ପ୍ରେରଣା ଯୋଗାଇବ” । କାର୍ଗିଲ ବିଜୟ ଦିବସ କେବଳ ଏକ ସାମାନ୍ୟ ଦିନ ନୁହେଁ, ବରଂ ଆମ ଦେଶର ବୀର ସୈନିକମାନଙ୍କ ସୌର୍ଯ୍ୟର ପ୍ରତୀକ ବୋଲି ସେ କହିଛନ୍ତି । ଭାରତୀୟ ସେନାର ବୀର ସୈନିକମାନେ ଅଲଂଘ୍ୟ ଦୁର୍ଗମ ଗିରିପଥ ପ୍ରତିକୂଳ ପାଗ ସତ୍ଵେ ବାୟୁସେନାର ସହାୟତା ନେଇ ଶତ୍ରୁକୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲେ । ଏହି ସ୍ମରଣୀୟ ମୁହୂର୍ତ୍ତରେ ଦେଶ ଏହି ବୀର ଶହୀଦମାନଙ୍କ ସ୍ମୃତିଚାରଣ କରୁଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ସଚିବ ଡଃ ଅଜୟ କୁମାର ଓ ଅନ୍ୟାନ୍ୟ ସାମରିକ ଓ ବେସାମରିକ ଅଧିକାରିଗଣ ଏହି ଅବସରରେ ଉପସ୍ଥିତ ଥିଲେ ।

 

*********


(ରିଲିଜ ଆଡି: 1641430) ପରିଦର୍ଶକ କାଉଣ୍ଟର : 284