ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଦୈନିକ ଆରୋଗ୍ୟ ସଂଖ୍ୟା

• 36 ହଜାରରୁ ଉର୍ଦ୍ଧ୍ଵ ସଂକ୍ରମିତ ସୁସ୍ଥ
• ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା 4 ଲକ୍ଷରୁ ଅଧିକ
• ସୁସ୍ଥତା ହାର ଆଜି ପାଖାପାଖି 64 ପ୍ରତିଶତରେ ପହଞ୍ଚି ନୂତନ ଶିଖର ଛୁଇଁଛି

Posted On: 26 JUL 2020 2:25PM by PIB Bhubaneshwar

ଗତକାଲି ଗୋଟିଏ ଦିନରେ ଆରୋଗ୍ୟ ହାରରେ ସର୍ବୋଚ୍ଚ ରେକର୍ଡ ପରିଲକ୍ଷିତ ହୋଇଛି ଗତ 24 ଘଣ୍ଟା ମଧ୍ୟରେ 36,145 ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହିତ ଦେଶର ମୋଟ ଆରୋଗ୍ୟ ସଂଖ୍ୟା 8,85,576ରେ ପହଞ୍ଚିଛି । ସେହିପରି ଆରୋଗ୍ୟ ହାର ସର୍ବାଧିକ ଶତକଡା 64 ଛୁଇଁଛିଆଜି ଏହା 63.92ରେ ପହଞ୍ଚିଛି । ଏଥିରୁ ସ୍ପଷ୍ଟ ଜଣାପଡିଛି ଯେ, ଆରୋଗ୍ୟ ହାର କ୍ରମାଗତ ଭାବେ ସକ୍ରିୟ ରୋଗୀଙ୍କ ତୁଳନାରେ ବଢି ଚାଲିଛି ସକ୍ରିୟଙ୍କ ତୁଳନାରେ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା 4 ଲକ୍ଷରୁ ଉର୍ଦ୍ଧ୍ଵ ହୋଇ 4,17,694ରେ ପହଞ୍ଚିଛି ସୁସ୍ଥତା ମାମଲା ସକ୍ରିୟ ମାମଲାର 1.89 ଗୁଣ ଅଧିକ

କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଗୁଡିକୁ ପରୀକ୍ଷା, ଚିହ୍ନଟ, ଚିକିତ୍ସାକୁ ପାଥେୟ କରି କରୋନା ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଥମ ଥର ପାଇଁ ଦେଶରେ ଗୋଟିଏ ଦିନରେ 4,40,000ରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ 4,42,263 ନମୁନା ପରୀକ୍ଷଣ ସହିତ ଏହି ସଂଖ୍ୟା ନିୟୁତ ପିଛା 11,805କୁ ବୃଦ୍ଧି ପାଇଥିବା ବେଳେ ମୋଟ ନମୁନା ପରୀକ୍ଷା ସଂଖ୍ୟା 1,62,91,331ରେ ପହଞ୍ଚିଛି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ସରକାରୀ ପରୀକ୍ଷାଗାରଗୁଡିକ 3,62,153 ନମୁନା ଏବଂ ଘରୋଇ ପରୀକ୍ଷାଗାରଗୁଡିକ 79,878 ନମୁନା ପରୀକ୍ଷା କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଅଧିକରୁ ଅଧିକ ନମୁନା ପରୀକ୍ଷା ସାଙ୍ଗକୁ ହସ୍ପିଟାଲର ଭିତ୍ତିଭୂମି ବୃଦ୍ଧି ତଥା ସରକାରୀ ଓ ଘରୋଇ କ୍ଷେତ୍ରର ସହଯୋଗ ମୃତ୍ୟୁହାର ହ୍ରାସ ପାଇବାରେ ସହାୟକ ହୋଇଛି ବର୍ତ୍ତମାନ ଏହା ଦ୍ରୁତଗତିରେ ହ୍ରାସ ପାଇବା ସହ 2.31 ପ୍ରତିଶତରେ ରହିଛି ଯାହାକି ବିଶ୍ଵର ସର୍ବନିମ୍ନ ମୃତ୍ୟୁହାର ବୋଲି ଜଣାପଡିଛି

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 



(Release ID: 1641428) Visitor Counter : 198