ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ 24 ଘଣ୍ଟା ମଧ୍ୟରେ 34 ହଜାରରୁ ଉର୍ଦ୍ଧ୍ଵ ସଂକ୍ରମିତ ସୁସ୍ଥ

• ମୋଟ ଆରୋଗ୍ୟ ସଂଖ୍ୟା 8 ଲକ୍ଷ ଟପିଲା
• ମୃତ୍ୟୁ ହାର କ୍ରମାଗତ ହ୍ରାସ ପାଇ ବର୍ତ୍ତମାନ 2.38 ପ୍ରତିଶତରେ ପହଞ୍ଚିଛି

प्रविष्टि तिथि: 24 JUL 2020 3:26PM by PIB Bhubaneshwar

କରୋନା ସଂକ୍ରମିତଙ୍କ ଦ୍ରୁତ ଆରୋଗ୍ୟ ହାର ଅବ୍ୟାହତ ରହିଛି କ୍ରମାଗତ ଭାବେ ତୃତୀୟ ଦିନ ପାଇଁ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 34,602 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ଏହା ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା 8,17,208କୁ ବୃଦ୍ଧି ପାଇଛି ଏହି ଆରୋଗ୍ୟ ହାର ସର୍ବାଧିକ 63.45 ପ୍ରତିଶତରେ ପହଞ୍ଚିଛି । କ୍ରମାଗତ ଭାବରେ ଆରୋଗ୍ୟ ହାର ବୃଦ୍ଧି ପାଉଥିବାରୁ ସକ୍ରିୟ ସଂକ୍ରମିତ ଓ ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ମଧ୍ୟ ବୃଦ୍ଧି ପାଇଛି । ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ସକ୍ରିୟ ରୋଗୀଙ୍କ ତୁଳନାରେ 3,77,073 ଅଧିକ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ପ୍ରେରଣ ଏବଂ କେତେକ ବିଶେଷ ପଦକ୍ଷେପ ଭିଡିଓ କନଫରେନ୍ସ ଦ୍ଵାରା ନିଆଯିବା ଫଳରେ ଏହା ସମ୍ଭବ ହୋଇପାରିଛି । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କ ଅନବରତ ଉଦ୍ୟମ ଯୋଗୁଁ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇ ଏହା 2.38 ପ୍ରତିଶତରେ ପହଞ୍ଚିଛି ।

କେନ୍ଦ୍ରର ପରାମର୍ଶ ଅନୁଯାୟୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ବ୍ୟାପକ ପରୀକ୍ଷା କରିବା ତଥା ଦୃଢ ଆବଦ୍ଧାଞ୍ଚଳ ବ୍ୟବସ୍ଥା ଓ ଦକ୍ଷ ଉପଚାର ଯୋଗୁଁ ଏହା ସମ୍ଭବ ହୋଇପାରିଛି । ତ୍ରିସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ କାର୍ଯ୍ୟକ୍ଷମ ହୋଇଥିବା ଷ୍ଟାଣ୍ଡାର୍ଡ ଅଫ କେୟାର ପ୍ରୋଟୋକଲ ମାଧ୍ୟମରେ ପ୍ରଭାବଶାଳୀ କଣ୍ଟେନମେଣ୍ଟ ଯୋଜନା ଏବଂ ଦକ୍ଷ କ୍ଲିନିକାଲ ମ୍ୟାନେଜମେଣ୍ଟ ଦ୍ୱାରା ଏହାକୁ ଅନୁସରଣ କରାଯାଏ ଡାକ୍ତରଖାନାଗୁଡ଼ିକରେ ଉତ୍ତମ ଚିକିତ୍ସା ବ୍ୟବସ୍ଥା ଏବଂ ଘରୋଇ ଏକାନ୍ତବାସ ମାଧ୍ୟମରେ ଏଗୁଡିକ ସଫଳ ହୋଇଥାଏ ଯାହା ପରବର୍ତ୍ତୀ ସମୟରେ ଗୁରୁତର ରୋଗୀଙ୍କ ପାଇଁ ଡାକ୍ତରଖାନାଗୁଡ଼ିକରେ କାମ ଭିଡକୁ ସୁନିଶ୍ଚିତ କରିଥାଏ

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 


(रिलीज़ आईडी: 1640996) आगंतुक पटल : 217
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Punjabi , Gujarati , Tamil , Telugu , Malayalam