ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ମେଘାଳୟ ପଶ୍ଚିମ ଗାରୋ ପାହାଡରେ ବନ୍ୟା ଯୋଗୁଁ ବହୁମୂଲ୍ୟ ଜୀବନହାନି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଶୋକ

• ମେଘାଳୟ ମୁଖ୍ୟମନ୍ତ୍ରୀ ଶ୍ରୀ କୋନରାଡ ସାଙ୍ଗମାଙ୍କ ସହ କଥାହେଲେ କେନ୍ଦ୍ର ଗୃହମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ସାହାଯ୍ୟ ଲାଗି ପ୍ରତିଶ୍ରୁତି
• ଏଭଳି ସମୟରେ ମେଘାଳୟ ଲୋକଙ୍କ ସହ ରାଷ୍ଟ୍ର ଦୃଢ ଭାବେ ଛିଡା ହୋଇଛି : ଶ୍ରୀ ଅମିତ ଶାହ

ପୋଷ୍ଟ କରାଯିବା ଦିନାଙ୍କ: 21 JUL 2020 2:45PM by PIB Bhubaneswar

ମେଘାଳୟର ପଶ୍ଚିମ ଗାରୋ ପାହାଡରେ ବନ୍ୟା ଯୋଗୁଁ ବହୁମୂଲ୍ୟ ଜୀବନ ହାନି ହୋଇଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଗଭୀର ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଏକ ଟ୍ଵିଟରେ କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ଶ୍ରୀ କୋନରାଡ ସାଙ୍ଗମାଙ୍କ ସହ କଥା ହୋଇଛି ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବା ନେଇ ସୁନିଶ୍ଚିତ କରାଇଛି

ଶ୍ରୀ ଅମିତ ଶାହ ଆହୁରି କହିଛନ୍ତି ଯେ, “ଏଭଳି ସମୟରେ ମେଘାଳୟ ଲୋକଙ୍କ ସହ ରାଷ୍ଟ୍ର ଦୃଢ ଭାବେ ଛିଡା ହୋଇଛି

 

**********

 


(ରିଲିଜ ଆଡି: 1640291) ପରିଦର୍ଶକ କାଉଣ୍ଟର : 236