ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତୀୟ ବାୟୁସେନା କମାଣ୍ଡର୍ସ ସମ୍ମିଳନୀ

ପୋଷ୍ଟ କରାଯିବା ଦିନାଙ୍କ: 20 JUL 2020 8:07PM by PIB Bhubaneswar

ବାୟୁସେନା କମାଣ୍ଡର୍ସ ସମ୍ମିଳନୀ (ଏଏଫସିସି) 22-24 ଜୁଲାଇ 2020ରୁ ନୂଆଦିଲ୍ଲୀସ୍ଥିତ ବାୟୁସେନା ମୁଖ୍ୟାଳୟ (ବାୟୁ ଭବନ)ରେ ଅନୁଷ୍ଠିତ ହେବ ସମ୍ମିଳନୀର ବିଷୟବସ୍ତୁ ହେଉଛି "ପରବର୍ତ୍ତୀ ଦଶନ୍ଧିରେ ଭାରତୀୟ ବାୟୁସେନା" ମାନ୍ୟବର ପ୍ରତିରକ୍ଷା ମନ୍ତ୍ରୀ ଏହି ଉତ୍ସବକୁ 22 ଜୁଲାଇ 2020ରେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ଉଦ୍ଘାଟନୀ ସମାରୋହରେ   ପ୍ରତିରକ୍ଷା ସଚିବ ତଥା ପ୍ରତିରକ୍ଷା ଉତ୍ପାଦନ ସଚିବ ମଧ୍ୟ ଉପସ୍ଥିତ ରହିବେ

ବାୟୁସେନା ମୁଖ୍ୟ, ଏୟାର ଚିଫ୍ ମାର୍ଶଲ ଆର.କେ.ଏସ୍ ଭଦୌରିଆ ଏଫସିସିରେ ଅଧ୍ୟକ୍ଷତା କରିବେ ତିନି ଦିନିଆ ସମ୍ମିଳନୀର ଆଲୋଚନା ମଧ୍ୟରେ ବର୍ତ୍ତମାନର କାର୍ଯ୍ୟାନୁଷ୍ଠାନ କ୍ଷମତା ଏବଂ ମୁତୟନ ସ୍ଥିତିର ସମୀକ୍ଷା ହେବ ପରବର୍ତ୍ତୀ ଦଶନ୍ଧି ପାଇଁ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ କ୍ଷମତା ବୃଦ୍ଧି ପାଇଁ କାର୍ଯ୍ୟ ଯୋଜନା ଉପରେ ମଧ୍ୟ ଆଲୋଚନା କରାଯିବ

 

**********

 


(ରିଲିଜ ଆଡି: 1640068) ପରିଦର୍ଶକ କାଉଣ୍ଟର : 172
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Manipuri , Bengali , Punjabi , Tamil , Telugu