ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ୟୁନିସେଫ ସହିତ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ସହଭାଗିତା

• ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଲାଗି ଏକ କୋଟି ଯୁବ ସ୍ୱେଚ୍ଛାସେବୀଙ୍କୁ ଏକତ୍ରିତ କରାଯିବ
• ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଏହି ସହଭାଗିତା ଅତ୍ୟନ୍ତ ପ୍ରାସଙ୍ଗିକ : ଶ୍ରୀ କିରେନ ରିଜିଜୁ

Posted On: 20 JUL 2020 7:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଆତ୍ମନିର୍ଭର ଭାରତ ଦିଗରେ ଯୋଗଦାନ କରିବା ଲାଗି ସାରା ଦେଶରୁ 1 କୋଟି ଯୁବ ସ୍ୱେଚ୍ଛାସେବୀମାନଙ୍କୁ ଏକତ୍ରିତ କରାଯିବ କେନ୍ଦ୍ର କ୍ରୀଡ଼ା ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ଉଦ୍ୟମ କ୍ରମେ ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ସଂକ୍ରାନ୍ତରେ କ୍ରୀଡ଼ା ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୟୁନିସେଫ ସହିତ ଏକ ଉଦ୍ଦେଶ୍ୟପତ୍ର ସ୍ୱାକ୍ଷର କରାଯାଇଛି ୟୁନିସେଫ ଦ୍ୱାରା ଗଠିତ ଏକ ବହୁ ଅଂଶୀଦାର ବିଶିଷ୍ଟ ମଞ୍ଚ ‘ୟୁୱାହ’ ମନ୍ତ୍ରଣାଳୟ ସହିତ ମିଶି ଭାରତର ଯୁବପିଢ଼ିଙ୍କ ମଧ୍ୟରେ ସ୍ୱେଚ୍ଛାସେବାକୁ ପ୍ରୋତ୍ସାହନ କରିବା ଦିଗରେ କାର୍ଯ୍ୟ କରିବ। ସେମାନଙ୍କୁ  ଶିକ୍ଷା ଓ ପାଠପଢ଼ା ଠାରୁ ନେଇ ଗଠନମୂଳକ କାର୍ଯ୍ୟ, ଦକ୍ଷତା ତାଲିମ ଓ ସକ୍ରିୟ ନାଗରିକରେ ପରିଣତ କରିବାରେ ମାର୍ଗଦର୍ଶନ କରିବ। ଯୁବ ବ୍ୟାପାର ସଚିବ ଶ୍ରୀମତୀ ଉଷା ଶର୍ମା ଏବଂ ଭାରତରେ ୟୁନିସେଫର ପ୍ରତିନିଧି ଡ. ୟାସ୍ମିନ ଅଲ୍ଲୀ ହକଙ୍କ ଦ୍ୱାରା ଏହି ସହଭାଗିତାର ଶୁଭାରମ୍ଭ କରାଯାଇଥିବା ବେଳେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଏହି ଅବସରରେ ଉପସ୍ଥିତ ଥିଲେ

ଏହି ସହଭାଗିତାର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ଶ୍ରୀ ରିଜିଜୁ କହିଥିଲେ ଯେ ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଏହି ସହଭାଗିତା ଅତ୍ୟନ୍ତ ପ୍ରାସଙ୍ଗିକ ଏହା ଆମର ବର୍ତ୍ତମାନର ନୀତି ଉପରେ ଅଧିକ ଜୋର ଦେବ ବୋଲି ସେ ଆଶାପ୍ରକଟ କରିଥିଲେ ସେ ଆହୁରି କହିଥିଲେ ଯେ  ପ୍ରଧାନମନ୍ତ୍ରୀ ଭାରତର ଯୁବକମାନଙ୍କ ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ଆହ୍ୱାନ ଦେଇଛନ୍ତି, ଯାହାକୁ ଭାରତର ଯୁବକମାନଙ୍କୁ ଆଗେଇ ନେବାକୁ ହେବ ଭାରତ ଏକ ଯୁବ ରାଷ୍ଟ୍ରର ଯାହାର ବିପୁଳ ଜନସଂଖ୍ୟା ରହିଛି, ଯେକୌଣସି କ୍ଷେତ୍ରରେ ଯୁବପିଢ଼ିଙ୍କ ଯୋଗଦାନ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ବ୍ୟାପକ ପ୍ରଭାବ ପକାଇବ

ଭାରତ ସରକାର ଯୁବପିଢ଼ିଙ୍କ ମତାମତ ଏବଂ ବିଚାର ଶୁଣିବା ଲାଗି ପ୍ରତିବଦ୍ଧ ଭାରତର ବର୍ତ୍ତମାନର ଏବଂ ଭବିଷ୍ୟତର ସମସ୍ୟା ସମାଧାନ କ୍ଷେତ୍ରରେ ଏହି ନୂତନ ବିଚାର ଅତ୍ୟନ୍ତ ଜରୁରି ସରକାରୀ କଳ ଏବଂ ୟୁୱାହ ଭଳି ସହଯୋଗୀଙ୍କ ଜରିଆରେ ମନ୍ତ୍ରଣାଳୟ ଯୁବପିଢ଼ିଙ୍କ ମଧ୍ୟରେ ଏକ ସମ୍ପର୍କର ସେତୁ ଭାବେ କାର୍ଯ୍ୟ କରିପାରିବ ବୋଲି ଶ୍ରୀ ରିଜିଜୁ ପ୍ରକାଶ କରିଥିଲେ

ଏହି ସହଭାଗିତା ଜରିଆରେ ଯୁବପିଢ଼ିକୁ ଉଦ୍ୟମିତା, ଦକ୍ଷତା ବିକାଶ, ଆକାଂକ୍ଷିତ ସାମାଜିକ-ଅର୍ଥନୈତିକ ସୁଯୋଗ ଉପଲବ୍ଧତା, ଯୁବପିଢ଼ିଙ୍କ ମଧ୍ୟରେ ପରିବର୍ତ୍ତନ ଆଣିବା ଏବଂ ନାଗରିକ ସହଭାଗିତାକୁ ପ୍ରୋତ୍ସାହନ, କ୍ୟାରିୟର କ୍ଷେତ୍ରରେ ମାର୍ଗଦର୍ଶନ ପରାମର୍ଶ, ନୀତି ନିର୍ଦ୍ଧାରକ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ପ୍ରତ୍ୟକ୍ଷ ବାର୍ତ୍ତାଳାପ କ୍ଷେତ୍ରରେ ସହାୟତା, ଏନଏସଏସ, ଏନୱାଇକେଏସ କ୍ୟାଡର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଲାଗି ସ୍ୱେଚ୍ଛାସେବୀ କ୍ଷମତାର ଉପଯୋଗ ଆଦିକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ।

 

**********

 

 

 


(Release ID: 1640063) Visitor Counter : 275