ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ତ୍ୱରାନ୍ୱିତ ହୋଇଛି ଏମ୍ସ ନୂଆଦିଲ୍ଲୀର ଇ-ଆଇସିୟୁ ଭିଡିଓ ପରାମର୍ଶ କାର୍ଯ୍ୟକ୍ରମ

• ସାମିଲ ହେଲେଣି 11ଟି ରାଜ୍ୟର 43 ବଡ ଡାକ୍ତରଖାନା

Posted On: 20 JUL 2020 10:35AM by PIB Bhubaneshwar

କୋଭିଡ-19 ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ଭାରତ ସରକାରଙ୍କ ଉଦ୍ୟମକୁ ଆଗେଇ ନେବା ପାଇଁ ଏମ୍ସ ନୂଆଦିଲ୍ଲୀ ଜୁଲାଇ 8, 2020ରେ ସାରା ଦେଶର ଆଇସିୟୁ ଡାକ୍ତରମାନଙ୍କ ସହିତ ଏକ ଭିଡିଓ ପରାମର୍ଶ କାର୍ଯ୍ୟକ୍ରମ -ଆଇସିୟୁ ଆରମ୍ଭ କରିଥିଲେଦେଶରେ ଥିବା ଡାକ୍ତରଖାନା କୋଭିଡ କେନ୍ଦ୍ରଗୁଡିକରେ କୋଭିଡ-19 ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ମଧ୍ୟରେ ଚିକିତ୍ସା ସମ୍ବନ୍ଧୀୟ ଆଲୋଚନା କରାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟକୋଭିଡ-19 ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସମେତ ଆଇସିୟୁରେ କାର୍ଯ୍ୟରତ ଡାକ୍ତରମାନେ ଏହି ଭିଡିଓ ପ୍ଲାଟଫର୍ମରେ ଏମ୍ସ, ନୂଆଦିଲ୍ଲୀର ଅନ୍ୟ ଡାକ୍ତର ବିଶେଷଜ୍ଞମାନଙ୍କୁ ପ୍ରଶ୍ନ ପଚାରି ପାରିବେ ନିଜ ଅଭିଜ୍ଞତା ବାଣ୍ଟି ପାରିବେ

ଡାକ୍ତର ବିଶେଷଜ୍ଞମାନଙ୍କ ଅଭିଜ୍ଞତାକୁ ଆଧାର କରି ଆଇସୋଲେସନ ଶଯ୍ୟା, ଅମ୍ଳଜାନ ସୁବିଧା ଥିବା ଶଯ୍ୟା ଆଇସିୟୁ ଶଯ୍ୟା ସମେତ 1 ହଜାର ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ଉତ୍ତମ ଚିକିତ୍ସା ପ୍ରଣାଳୀ ଆପଣାଇ କୋଭିଡ-19 ଜନିତ ମୃତ୍ୟୁ କମାଇବା ଏହି ଭିଡିଓ ଆଲୋଚନାର ପ୍ରମୁଖ ଉଦ୍ଦେଶ୍ୟଏପର୍ଯ୍ୟନ୍ତ ମୁମ୍ବାଇ (10), ଗୋଆ (3), ଦିଲ୍ଲୀ (3), ଗୁଜୁରାଟ (3), ତେଲେଙ୍ଗାନା (2), ଆସାମ (5), କର୍ଣ୍ଣାଟକ (1), ବିହାର (1), ଆନ୍ଧ୍ରପ୍ରଦେଶ (1), କେରଳ (1), ତାମିଲନାଡୁର (13) 43ଟି ଡାକ୍ତରଖାନାକୁ ନେଇ ଚାରିଟି ଅଧିବେଶନ ଆୟୋଜିତ ହୋଇଛି

ଭିଡିଓ କନଫରେନ୍ସ ମାଧ୍ୟମରେ ଆୟୋଜିତ ପ୍ରତ୍ୟେକ ଅଧିବେଶନର ସମୟ ସୀମା ଦେଢରୁ 2 ଘଣ୍ଟା ରହିଥିଲାଏଥିରେ କୋଭିଡ-19 ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ଆଲୋଚନା ହୋଇଥିଲାରେମଡେସିଭିର, ଆରୋଗ୍ୟକାରୀ ପ୍ଲାଜମା ଟୋସିଲିଜୁମାବ ଭଳି ଅନୁସନ୍ଧାନମୂଳକ ଚିକିତ୍ସାର ତର୍କସଙ୍ଗତ ବ୍ୟବହାରକୁ ଏହି ଆଲୋଚନାରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲାଅନୁସନ୍ଧାନମୂଳକ ଚିକିତ୍ସାର ଆଖିବୁଜା ପ୍ରୟୋଗ ଯୋଗୁଁ ହେଉଥିବା କ୍ଷତି ସାମାଜିକ ଗଣମାଧ୍ୟମ ଚାପର ବଶବର୍ତ୍ତୀ ହୋଇ ଚିକିତ୍ସା ବିଧି ସୀମିତ କରିବାର ଆବଶ୍ୟକତା ସମ୍ପର୍କରେ ଚିକିତ୍ସକ ଦଳ ଆଲୋଚନା କରିଥିଲେ

ଗୁରୁତର ରୋଗୀଙ୍କ କ୍ଷେତ୍ରରେ ପ୍ରୋନିଂ, ଉଚ୍ଚପ୍ରବାହ ଅମ୍ଳଜାନ, ନନ-ଇନଭେସିଭ ଭେଂଟିଲେସନ ଭେଂଟିଲେଟର ସେଟିଂସର ବ୍ୟବହାର ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲାକୋଭିଡ-19 ନିରୂପଣ ପାଇଁ ବିଭିନ୍ନ ପରୀକ୍ଷଣ ଶୈଳୀର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା

ବାରମ୍ବାର ପରୀକ୍ଷଣର ଆବଶ୍ୟକତା, ଚିକିତ୍ସା ପାଇଁ ଭର୍ତ୍ତି ଛାଡ କରିବାର ମାନଦଣ୍ଡ, ରୋଗୀ ଛାଡ ପାଇବା ପରେ ଦେଖା ଯାଉଥିବା ରୋଗ ଲକ୍ଷଣଗୁଡିକର ପ୍ରବନ୍ଧନ ପୁନଶ୍ଚ କାମରେ ନିୟୋଜିତ ହେବା ଭଳି ପ୍ରସଙ୍ଗରେ ଆଲୋଚନା ହୋଇଥିଲା

ରୋଗୀଙ୍କ ସହ ଯୋଗାଯୋଗ ରଖିବା ପଦ୍ଧତି, ସ୍ୱାସ୍ଥ୍ୟ କର୍ମୀଙ୍କ ସ୍କ୍ରିନିଂ, ମଧୁମେହ ଯୋଗୁଁ ସୃଷ୍ଟ ନୂଆ ସମସ୍ୟାର ମୁକାବିଲା, ଷ୍ଟ୍ରୋକ, ଡାଇରିଆ, ମାୟୋକର୍ଡିଆଲ ଇନଫାରକେସନ ଭଳି ଅସାମାନ୍ୟ ପରିସ୍ଥିତି  ଆଲୋଚନାର ବିଷୟବସ୍ତୁ ଥିଲାଏମ୍ସ, ନୂଆଦିଲ୍ଲୀର ଟିମ ପ୍ରତ୍ୟେକ ଭିଡିଓ ଆଲୋଚନା ବେଳେ ଅନ୍ୟ ଭିଡିଓ କନଫରେନ୍ସରେ ଆଲୋଚିତ ବିଷୟବସ୍ତୁ ଉପସ୍ଥାପିତ କରିବା ସହ ନିଜ ଅଭିଜ୍ଞତା ଆଧାରରେ ଆବଶ୍ୟକ ପରାମର୍ଶ ଦେଇଥିଲେ ବିଭିନ୍ନ ବିଷୟର ବିଶେଷଜ୍ଞମାନଙ୍କ ସହ ସମୀକ୍ଷା କରିଥିଲେ

ଆଗାମୀ ଦିନରେ ଦେଶରେ ଥିବା ଛୋଟ ଡାକ୍ତରଖାନା (500 ଶଯ୍ୟା କିମ୍ବା ଅଧିକ) ଆଇସିୟୁ ଡାକ୍ତରମାନଙ୍କୁ ଏହି -ଆଇସିୟୁ ଭିଡିଓ ଆଲୋଚନା କାର୍ଯ୍ୟକ୍ରମରେ ସାମିଲ କରାଯିବ

 

**********



(Release ID: 1639960) Visitor Counter : 252