ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସୁସ୍ଥଙ୍କ ସଂଖ୍ୟା 7 ଲକ୍ଷ ଟପିଲା

• ଦେଶରେ ମୃତ୍ୟୁହାର 2.46 ପ୍ରତିଶତ, ଯାହାକି ବିଶ୍ଵରେ ସର୍ବନିମ୍ନ

Posted On: 20 JUL 2020 2:44PM by PIB Bhubaneshwar

କରୋନା ମୃତ୍ୟୁହାର ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି ଭାରତର ମୃତ୍ୟୁହାର ଆଜି 2.46 ପ୍ରତିଶତରେ ପହଞ୍ଚିଛି ଯାହାକି ବିଶ୍ୱରେ ସର୍ବନିମ୍ନ ଉଭୟ କମ ଓ ଗୁରୁତର ଆକ୍ରାନ୍ତ ବ୍ୟକ୍ତିମାନଙ୍କ ଉପଯୁକ୍ତ ଚିକିତ୍ସା ଯୋଗୁଁ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଏଥିପାଇଁ ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି । ନୂଆଦିଲ୍ଲୀସ୍ଥିତ ଏମ୍ସରେ ଇ-ଆଇସିୟୁ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମୃତ୍ୟୁହାର କମାଇବା ଲକ୍ଷ୍ୟ ରଖି ଏମ୍ସ ପକ୍ଷରୁ 11ଟି ରାଜ୍ୟର 43ଟି ହସ୍ପିଟାଲରେ ଦକ୍ଷ ଚିକିତ୍ସକମାନଙ୍କୁ ଆଇସିୟୁ ରୋଗୀମାନଙ୍କ ଚିକିତ୍ସା ଉପରେ ପରାମର୍ଶ ଦିଆଯାଉଛି । ସେଦୃଷ୍ଟିରୁ ସାଂଘାତିକ ଅବସ୍ଥାରେ ଥିବା ରୋଗୀମାନଙ୍କ ଉପଯୁକ୍ତ ଉପଚାର ହୋଇପାରୁଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ 7 ଲକ୍ଷରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଏହାଫଳରେ ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇ ପ୍ରାୟ 3,09,627ରେ ପହଞ୍ଚିଛି । କେବଳ ଗତ 24 ଘଣ୍ଟା ମଧ୍ୟରେ 22,664 ଜଣ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ହାର ବର୍ତ୍ତମାନ 62.62 ପ୍ରତିଶତରେ ପହଞ୍ଚିଛି । ସକ୍ରିୟ ଥିବା 3,90,459 ଜଣ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ଚିକିତ୍ସା ପ୍ରଦାନ କରାଯାଉଛି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

**********



(Release ID: 1639957) Visitor Counter : 204