ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ପ୍ରଥମ ଥର ପାଇଁ ଭାରତର ମୃତ୍ୟୁ ହାର 2.5 ପ୍ରତିଶତରୁ କମ

• ଜାତୀୟ ମୃତ୍ୟୁ ହାରଠାରୁ କମରେ ରହିଛନ୍ତି 29ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

Posted On: 19 JUL 2020 1:40PM by PIB Bhubaneshwar

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମାମଲାଗୁଡ଼ିକର ଚିକିତ୍ସା ପରିଚାଳନା ଉପରେ କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କ ପ୍ରୟାସ ଦ୍ଵାରା ଭାରତର ମୃତ୍ୟୁ ହାର 2.5 ପ୍ରତିଶତ ତଳକୁ ଖସିଛି ପ୍ରଭାବଶାଳୀ ଆବଦ୍ଧାଞ୍ଚଳ ରଣନୀତି, ପରୀକ୍ଷଣ ଏବଂ ରୋଗୀଙ୍କ  ଚିକିତ୍ସାର ମାନ ଉପରେ ଆଧାରିତ ଚିକିତ୍ସା ପରିଚାଳନାର ନିୟମାବଳୀ ଯୋଗୁଁ ମୃତ୍ୟୁ ହାର ଯଥେଷ୍ଟ ହ୍ରାସ ପାଇଛି ମୃତ୍ୟୁ ହାର ଧୀରେ ଧୀରେ ହ୍ରାସ ପାଇ ବର୍ତ୍ତମାନ 2.49 ପ୍ରତିଶତରେ ପହଞ୍ଚିଛି ଯାହା ଭାରତରେ ସର୍ବନିମ୍ନ

କେନ୍ଦ୍ର ମାର୍ଗଦର୍ଶନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ପ୍ରୟାସକୁ ମିଶାଇ ପରୀକ୍ଷା ଏବଂ ଡାକ୍ତରଖାନାର ଭିତ୍ତିଭୂମି ବୃଦ୍ଧି କରିଛନ୍ତି ବୃଦ୍ଧ, ଗର୍ଭବତୀ ମହିଳା ଏବଂ ସହ-ଅସୁସ୍ଥତା ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଅନେକ ରାଜ୍ୟ ଜନସଂଖ୍ୟା ସର୍ଭେ କରିଛନ୍ତି ମୋବାଇଲ ଆପ ପରି ବୈଷୟିକ ସମାଧାନ ବିପଦପୂର୍ଣ୍ଣ ଜନସଂଖ୍ୟାକୁ ନିରନ୍ତର ନୀରିକ୍ଷଣରେ ରଖିବା ସୁନିଶ୍ଚିତ କରିଛି, ଯାହା ଦ୍ଵାରା ଶୀଘ୍ର ଚିହ୍ନଟ, ସମୟୋଚିତ ଡାକ୍ତରୀ ଚିକିତ୍ସା ଏବଂ ମୃତ୍ୟୁହାର ହ୍ରାସକୁ ସୁନିଶ୍ଚିତ କରାଇପାରିଛି ତୃଣମୂଳ ସ୍ତରରେ, ଆଶା ଏବଂ ଏଏନଏମ ପରି ଆଗଧାଡିର ସ୍ୱାସ୍ଥ୍ୟ କର୍ମୀମାନେ ପ୍ରବାସୀ ଜନସଂଖ୍ୟାକୁ ପରିଚାଳନା କରିବା ଏବଂ ଗୋଷ୍ଠୀ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଫଳସ୍ୱରୂପ, ଜାତୀୟ ମୃତ୍ୟୁ ହାରଠାରୁ 29 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ କମରେ ରହିଛନ୍ତି 5 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଶୂନ ମୃତ୍ୟୁହାର ସଂଖ୍ୟାରେ ରହିଛନ୍ତି 14 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 1 ପ୍ରତିଶତରୁ କମ ମୃତ୍ୟୁ ହାର ରହିଛି ଯାହା ଦେଶର ପ୍ରଶଂସନୀୟ ଜନସ୍ୱାସ୍ଥ୍ୟ ଜନିତ ପଦକ୍ଷେପ ଯୋଗୁ ସମ୍ଭବ ହୋଇଛି

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

ମୃତ୍ୟୁହାର (%ରେ)

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ

ମୃତ୍ୟୁହାର (%ରେ)

ମଣିପୁର

0.00

ହିମାଚଳ ପ୍ରଦେଶ

0.75

ନାଗାଲାଣ୍ଡ

0.00

ବିହାର

0.83

ସିକ୍କିମ

0.00

ଝାଡଖଣ୍ଡ

0.86

ମିଜୋରାମ

0.00

ତେଲଙ୍ଗାନା

0.93

ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜ

0.00

ଉତ୍ତରାଖଣ୍ଡ

1.22

ଲଦାଖ

0.09

ଆନ୍ଧ୍ର ପ୍ରଦେଶ

1.31

ତ୍ରିପୁରା        

0.19

ହରିୟାଣା

1.35

ଆସାମ

0.23

ତାମିଲନାଡୁ

1.45

ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିଉ

0.33

ପୁଡୁଚେରି

1.48

କେରଳ

0.34

ଚଣ୍ଡିଗଡ

1.71

ଛତିଶଗଡ

0.46

ଜମ୍ମୁ ଓ କଶ୍ମୀର

1.79

ଅରୁଣାଚଳ ପ୍ରଦେଶ

0.46

ରାଜସ୍ଥାନ

1.94

ମେଘାଳୟ

0.48

କର୍ଣ୍ଣାଟକ

2.08

ଓଡିଶା

0.51

ଉତ୍ତରପ୍ରଦେଶ

2.36

ଗୋଆ

0.60

 

 

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

**********


(Release ID: 1639832)