ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମିଳିତ ଜାତିସଂଘ ଇସିଓଏସ୍ଓସିର 75ତମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 17 JUL 2020 8:49PM by PIB Bhubaneshwar

ମାନ୍ୟବରଗଣ

ଭଦ୍ର ମହିଳା ଓ ପୁରୁଷଗଣ,

ଚଳିତ ବର୍ଷ ଆମେମାନେ ମିଳିତ ଜାତିସଂଘ ପ୍ରତିଷ୍ଠାର 75 ତମ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତିମାନବ ଜାତି ପ୍ରଗତି ପାଇଁ ଜାତିସଂଘର ବହୁ ଅବଦାନକୁ ସ୍ୱୀକୃତି ଦେବା ପାଇଁ ଏହା ଏକ ଅବସରଜାତିସଂଘର ଭୂମିକା ତଥା ଏବେକାର ବିଶ୍ୱରେ ଏହାର ଆବଶ୍ୟକତା ଏବଂ ଏକ ଉତ୍ତମ ଭବିଷ୍ୟତ ନିମନ୍ତେ ସମୀକ୍ଷା କରିବା ପାଇଁ ଏହା ଏକ ସୁଯୋଗ

ମାନ୍ୟବରଗଣ,

ଦ୍ୱିତୀୟ ବିଶ୍ୱଯୁଦ୍ଧର ତତ୍କାଳ ପରେ ପରେ ମିଳିତ ଜାତିସଂଘର 50 ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଭାରତ ଅନ୍ୟତମଏହାପରଠାରୁ ଅନେକ ପରିବର୍ତ୍ତନ ଆସିଛିଆଜି ମିଳିତ ଜାତିସଂଘ 193ଟି ସଦସ୍ୟ ରାଷ୍ଟ୍ରକୁ ଏକତ୍ରିତ କରିପାରିଛିଏହାର ସଦସ୍ୟତା ସମେତ ସଂଗଠନଠାରୁ ଆଶା ମଧ୍ୟ ବଢ଼ିଛିଅପର ପକ୍ଷରେ ଏହି ସମୟରେ ବହୁ ପକ୍ଷବାଦ ଏବେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି

ମାନ୍ୟବରଗଣ,

ଆରମ୍ଭରୁ ହିଁ ଭାରତ ସକ୍ରିୟ ଭାବେ ମିଳିତ ଜାତିସଂଘର ବିକାଶମୂଳକ କାର୍ଯ୍ୟ ଓଇସିଓଏସ୍ଓସିକୁ ସମର୍ଥନ କରିଆସିଛିଇସିଓଏସ୍ଓସିର ପ୍ରଥମ ସଭାପତି ଭାରତୀୟ ଥିଲେ ।  ନିରନ୍ତର ବିକାଶ ଲକ୍ଷ୍ୟ ସମେତ ଇସିଓଏସ୍ଓସିର ବିଭିନ୍ନ ଏଜେଣ୍ଡାକୁ ଆକାର ଦେବାରେ ଭାରତର ଅବଦାନ ରହିଛିଆଜି ଆମର ଘରୋଇ ପଦକ୍ଷେପ କାରଣରୁ ଆମେମାନେ 2030 ଏଜେଣ୍ଡା ଓ ନିରନ୍ତର ବିକାଶ ଲକ୍ଷ୍ୟକୁ ହାସଲ କରିବାକୁ ଯାଉଛେଆମେମାନେ ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ସେମାନଙ୍କର ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ସହାୟତା କରୁଛେ

ମାନ୍ୟବରଗଣ,

ମାନବ ଜାତିର ଏକ ଷଷ୍ଠାଂଶ ଭାରତରେ ବାସ କରୁଛନ୍ତିଆମେମାନେ ଆମ ଦାୟିତ୍ୱ ନେଇ ବେଶ ଅବଗତଆମେ ଜାଣିଛୁ ଯେ ଭାରତ ନିଜର ବିକାଶ ମୂଳକ ଲକ୍ଷ୍ୟକୁ ସଫଳ ତାର ସହ ହାସଲ କରୁଛି, ବୈଶ୍ବିକ ଲକ୍ଷ୍ୟକୁ ହାସଲ କରିବାରେ ମଧ୍ୟ ଏହା ଚେଷ୍ଟାରତ ଏବଂ ସେଥିପାଇଁ ଆମେ ଆମର ରାଜ୍ୟ, ସ୍ଥାନୀୟ ସରକାର, ନାଗରିକ

ସମାଜ, ଗୋଷ୍ଠୀ ଓ ଲୋକମାନଙ୍କୁ ନିୟୋଜିତ କରିଛୁ

ଆମର ଲକ୍ଷ୍ୟ ହେଉଛି, ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ- ଅର୍ଥାତ ସମସ୍ତଙ୍କର ଅଭିବୃଦ୍ଧି ପାଇଁ ସମସ୍ତଙ୍କ ବିଶ୍ୱାସ ସହ ଏକତ୍ରିତ ହେବାକାହାକୁ ପଛରେ ନଛାଡ଼ିବା ନେଇ ଏସଡିଜିର ମୁଖ୍ୟ ସିଦ୍ଧାନ୍ତକୁ ଏହା ପ୍ରତିଫଳିତ କରୁଛିପୋଷକ ହେଉବା ସ୍ୱାସ୍ଥ୍ୟ, ଶିକ୍ଷା, ବିଜୁଳି କିମ୍ବା ହାଉସିଂ- ସବୁଥିରେ ସାମଗ୍ରିକ କାର୍ଯ୍ୟକ୍ରମ ଜରିଆରେ ଆମେ ପ୍ରଗତି ଜାରି ରଖିଛୁ

ମାନ୍ୟବରଗଣ,

ଗତବର୍ଷ, ଆମେ ଦେଶର 6 ଲକ୍ଷ ଗ୍ରାମରେ ସମ୍ପୂର୍ଣ୍ଣ ପରିମଳ ବ୍ୟବସ୍ଥାକୁ ହାସଲ କରି ଜାତିର ପିତା ମହାତ୍ମାଗାନ୍ଧୀଙ୍କ 150 ତମ ଜନ୍ମବାର୍ଷିକୀ ପାଳନ କରିଥିଲୁ

5 ବର୍ଷ ଭିତରେ ଆମେ 110 ନିୟୁତ ଘରେ ଶୌଚାଳୟ ନିର୍ମାଣ କରି ବ୍ୟାପକ ସଚେତନତା ତଥା ମହିଳାଙ୍କୁ ସଶକ୍ତ କରି ଗ୍ରାମୀଣ ପରିମଳକୁ 38%ରୁ 100%ରେ ପହଂଚାଇଛୁପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାରେ ଲିଙ୍ଗଗତ ସମାନତା ହାସଲ କରିଛୁଆମର ଜୀବିକା ମିଶନ ଅଧୀନରେ ପାଖାପାଖି 70 ନିୟୁତ ଗ୍ରାମୀଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଅଂଶ ହୋଇ ପାରିଛନ୍ତିସେମାନେ ବୃହତ ଆକାରରେ ଜୀବନ ଓ ଜୀବିକାରେ ପରିବର୍ତ୍ତନ ଆଣୁଛନ୍ତି1 ନିୟୁତରୁ ଅଧିକ ମହିଳା ଆମର ସ୍ଥାନୀୟ ସରକାରକୁ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତିଗତ 6 ବର୍ଷ ମଧ୍ୟରେ ଆମେ ଅଣବ୍ୟାଙ୍କିଙ୍ଗ୍ ଅଂଚଳରେ 400 ନିୟୁତ ବ୍ୟାଙ୍କ ଖାତା ଖୋଲିଛୁ, ସେଥି ମଧ୍ୟରୁ 220 ନିୟୁତ ମହିଳାଙ୍କ ନାମରେ ଖୋଲାଯାଇଛିଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ଆମେ ଟେକ୍ନୋଲୋଜିର କ୍ଷମତାକୁ ବ୍ୟବହାର କରିଛୁଏକକ ପରିଚୟ ପତ୍ର, ଏକ ବ୍ୟାଙ୍କ ଖାତା ଓ ମୋବାଇଲ ନମ୍ବର ଜରିଆରେ ଏହା ସମ୍ଭବପର ହୋଇପାରିଛିଏହା ମାଧ୍ୟମରେ ଆମେ 700 ନିୟୁତ ବ୍ୟକ୍ତିଙ୍କ ନିକଟକୁ 150 ବିଲିୟନ ଡଲାର ସହାୟତା ରାଶି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପ୍ରକ୍ରିୟାରେ ପ୍ରଦାନ କରିଛୁ ।  ଆମର ଖାଦ୍ୟ ନିରାପତା କାର୍ଯ୍ୟକ୍ରମ 813 ନିୟୁତ ନାଗରିକଙ୍କ ପାଖରେ ପହଂଚିଛି

ଆମ ହାଉସିଂ ଫର୍ଅଲ୍କାର୍ଯ୍ୟକ୍ରମରେ 2022 ସୁଦ୍ଧା ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଦେଶର ପ୍ରତିଟି ନାଗରିକଙ୍କ ମୁଣ୍ଡ ଉପରେ ଏକ ସୁରକ୍ଷିତ ଓ ନିରାପଦ ଛାତ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛୁସେତେବେଳକୁ ଏହି କାର୍ଯ୍ୟକ୍ରମ ଅଧୀନରେ 40 ନିୟୁତ ନୂଆ ବାସ ଗୃହ ନିର୍ମାଣ କରାଯିବ- ଯାହାକି ବହୁରାଷ୍ଟ୍ରର ମୋଟ ପରିବାର ତୁଳନାରେ ଢେର ଅଧିକଆଜି ଆମର ଆୟୂଷ୍ମାନ ଭାରତସ୍କିମ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ନିରାପତା କାର୍ଯ୍ୟକ୍ରମରେ ପରିଣତ ହୋଇଛି ଏହା ଅଧୀନରେ 500 ନିୟୁତ ଲୋକଙ୍କ ସ୍ୱାସ୍ଥ୍ୟକୁ ନିରାପତା ଦିଆଯାଇ ପାରିଛି କରୋନା ବିରୋଧୀ ଲଢ଼େଇରେ ଆମର ତୃଣମୂଳସ୍ତରର ସ୍ୱାସ୍ଥ୍ୟ ବ୍ୟବସ୍ଥାର ସହଯୋଗ କାରଣରୁ ଭାରତ ବିଶ୍ୱର ଅନ୍ୟତମ ସର୍ବୋତମ ଆରୋଗ୍ୟ ହାରକୁ ସୁନିଶ୍ଚିତ କରିପାରିଛି2025 ସୁଦ୍ଧା ଟିବିକୁ ହଟାଇବା ପାଇଁ ଆମେ କାର୍ଯ୍ୟ କରୁଛୁଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଭାରତର ବ୍ୟାପକ ବିକାଶ ମୂଳକ କାର୍ଯ୍ୟକ୍ରମର ସଫଳତାରୁ ଶିଖିବା ଉଚିତ ଏହା ସହ ଆମେ ନିୟୋଜିତ କରିଥିବା ଟେକ୍ନୋଲୋଜି ଓ ସୃଜନଶୀଳତାରୁ ମଧ୍ୟ

ମାନ୍ୟବରଗଣ,

ବିକାଶର ପଥରେ ଆଗେଇ ଚାଲିଥିବା ବେଳେ ଆମେ ଆମ ଦୁନିଆ ପ୍ରତିଥିବା ଦାୟିତ୍ୱବୋଧକୁ ମଧ୍ୟ ଭୁଲି ନାହୁଁଗତ କିଛି ବର୍ଷ ମଧ୍ୟରେ ଆମେ ଅଙ୍ଗାରକ ନିର୍ଗମନକୁ ବାର୍ଷିକ 38 ନିୟୁତ ଟନ ହ୍ରାସ କରିଛୁଆମର ଗ୍ରାମ ଗୁଡ଼ିକୁ ବିଦ୍ୟୁତୀକରଣ କରିବା ସହ 80 ନିୟୁତ ଗରିବ ପରିବାରକୁ ସ୍ୱଚ୍ଛ ରୋଷେଇ ଇନ୍ଧନ ଯୋଗାଇ ତଥା ଶକ୍ତି ସଂଚୟକାରୀ ପଦକ୍ଷେପ ଜରିଆରେ ଏହା ହାସଲ ହୋଇଛି 2030 ସୁଦ୍ଧା 450 ଗିଗାୱାଟର ଅକ୍ଷୟ ଶକ୍ତି ସ୍ଥାପନ ସହ 26 ନିୟୁତ ହେକ୍ଟର ଜମିକୁ ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ରଖିଛୁପ୍ରକୃତି ସହ ବାସକରିବାର ଆମର ବର୍ଷ ପୁରୁଣା ପରମ୍ପରା ରହିଛି ସଫେଇ ନେଇ ଆମେ ସର୍ବବୃହତ ଅଭିଯାନ ଆରମ୍ଭ କରିଥିଲୁ ଏବଂ ସିଙ୍ଗଲ-ୟୁଜର ପ୍ଲାଷ୍ଟିକ ବ୍ୟବହାରକୁ ନିରୁତ୍ସାହିତ କରିଛୁଆନ୍ତର୍ଜାତିକ ସ୍ତରରେ, ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମେ ଆନ୍ତର୍ଜାତିକ ସୋଲାର ଆଲିଆନ୍ସ ସ୍ଥାପନ କରିଛୁ ସେହିଭଳି ବିପର୍ଯ୍ୟୟ ମୁକାବିଲାକାରୀ ଭିତ୍ତିଭୂମି ମେଂଟ ଏକ ବ୍ୟାପକରଣ ନୀତିରେ ସମସ୍ତ ଅଂଶୀଦାରଙ୍କୁ ଏକାଠି କରାଯାଇଛିଏକ ଜରୁରୀକାଳୀନ ବନ୍ଧୁ ଭାବେ ଆମ କ୍ଷେତ୍ରରେ ଆମେ ସବୁବେଳେ ପ୍ରଥମ ପ୍ରତିକ୍ରିୟାକାରୀ ଭାବେ ନିଜକୁ ଗୌରବାନ୍ୱିତ ମନେ କରୁଛୁ ଭୂମିକମ୍ପ ହେଉ ଅବା ବାତ୍ୟା ଅଥବା ଅନ୍ୟ କେଉଁ ପ୍ରାକୃତିକ ଦୁର୍ବିପାକ କି ମନୁଷ୍ୟକୃତ ସଙ୍କଟ, ଭାରତ ତତ୍କାଳ

ଓ ସଂହତିର ସହ ପ୍ରତିକ୍ରିୟା କରିଛି କୋଭିଡ ବିରୋଧୀ ଲଢ଼େଇରେ ଆମେ 150ରୁ ଅଧିକ ରାଷ୍ଟ୍ରକୁ ମେଡିକାଲ ଓ ଅନ୍ୟ ସହାୟତା ପଠାଇଛୁଆମ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ନିମନ୍ତେ ସାର୍କକୋଭିଡ୍ ଏମର୍ଜେନ୍ସି ପାଣ୍ଠି ଗଠନ ପାଇଁ ଆମେ ସହାୟତାକରିଛୁ

ମାନ୍ୟବରଗଣ,

କୋଭିଡ-19 ସମସ୍ତ ରାଷ୍ଟ୍ରର ନାମନୀୟତାକୁ ଗୁରୁତର ଭାବେ ପରୀକ୍ଷା କରିଛି ଭାରତରେ ଆମେ ସରକାର ଓ ସମାଜର ମିଳିତ ପ୍ରଚେଷ୍ଟାରେ ମହାମାରୀ ବିରୋଧୀ ଲଢ଼େଇକୁ ଜନଆନ୍ଦୋଳନରେ ପରିଣତ କରିଛୁ ଗରିବ ଲୋକଙ୍କୁ ଫାଇଦା ପହଂଚାଇବା ପାଇଁ ଆମେ ସର୍ବାଧିକ ପ୍ରାଧାନ୍ୟ ଦେଇଛୁଆମେ 300 ବିଲିୟନ ଡଲାରରୁ ଅଧିକ ମୂଲ୍ୟର ପ୍ୟାକେଜ ଘୋଷଣା କରିଛୁ ଏହା ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବ, ଆଧୁନିକ ଭିତ୍ତିଭୂମି ନିର୍ମାଣ କରାଇବ ଏବଂ ଟେକ୍ନୋଲୋଜି ଚାଳିତ ସିଷ୍ଟମକୁ କାର୍ଯ୍ୟକ୍ଷମ କରାଇବ ବିଶ୍ୱ ଅର୍ଥନୀତି ସହ ସମନ୍ୱିତ ହୋଇ ଏକ ଆତ୍ମନିର୍ଭରଶୀଳ ତଥା ନମନୀୟ ଭାରତ ଆତ୍ମନିର୍ଭର ଭାରତଭିଜନ ନେଇ ଆମେ କାର୍ଯ୍ୟ କରୁଛୁ

ମାନ୍ୟବରଗଣ,

ବହୁପକ୍ଷୀୟ ବ୍ୟବସ୍ଥା ଜରିଆରେ ନିରନ୍ତର ଶାନ୍ତି ଓ ସମୃଦ୍ଧି ହାସଲ ପଥରେ ଭାରତ ଦୃଢ଼ ବିଶ୍ୱାସ ରଖେପୃଥିବୀର ସନ୍ତାନ ଭାବେ ଆମେ ସର୍ବସାଧାରଣ ଆହ୍ୱାନ ଓ ସର୍ବସାଧାରଣ ଲକ୍ଷ୍ୟ ହାସଲ ପାଇଁ ହାତ ମିଶାଇବା ଉଚିତ କିନ୍ତୁ ବହୁ ପକ୍ଷବାଦ ସମକାଳୀନ ବିଶ୍ୱର ବାସ୍ତବତାକୁ ପ୍ରତିଫଳନ କରିବା ଉଚିତ ଏହାର କେନ୍ଦ୍ରରେ କେବଳ ଏକ ସଂଶୋଧିତ ବହୁପକ୍ଷବାଦ ସହ ସଂଶୋଧିତ ମିଳିତ ଜାତିସଂଘ ହିଁ ମାନବତାର ଆକାଂକ୍ଷାକୁ ପୂରଣ କରିପାରିବଆଜି ମିଳିତ ଜାତିସଂଘର 75ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆସନ୍ତୁ ପ୍ରତିଜ୍ଞାବଦ୍ଧ ହେବା, ଗ୍ଲୋବାଲ ମଲ୍ଟି ଲାଟେରାଲ ସିଷ୍ଟମର ସଂଶୋଧନ କରିବା ଏହାର ଆବଶ୍ୟକତାକୁ ସମ୍ପସାରଣ କରିବାପାଇଁ, ଏହାର ଦକ୍ଷତାକୁ ସୁଧାରିବା ପାଇଁ ଏବଂ ଏହାକୁ ଏକ ନୂଆ ମାନବ-କୈନ୍ଦ୍ରିକ ଗ୍ଲୋବାଲାଇଜେସନ୍ପ ପାଇଁ ମୂଳ ଆଧାରରେ ପରିଣତ କରିବାଦ୍ୱିତୀୟ ବିଶ୍ୱଯୁଦ୍ଧର ଅଗ୍ନିରୁ ମିଳିତ ଜାତିସଂଘର ଜନ୍ମ ହୋଇଥିଲାଆଜି ମହାମାରୀର ଅଗ୍ନି ଏହାର ପୁନର୍ଜନ୍ମ ଓ ସଂସ୍କାର ପାଇଁ ପ୍ରସଙ୍ଗ ପାଲଟିଛିଆସନ୍ତୁ ଏହି ସୁଯୋଗକୁ ହାତଛଡ଼ା କରିବା ନାହିଁ

ମାନ୍ୟବରଗଣ,

ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତ ମିଳିତ ଜାତିସଂଘର ନିରାପତା ପରିଷଦକୁ ନିର୍ବାଚିତ ହୋଇଛି ବିଶ୍ୱରେ ସୁସମ୍ପର୍କ ଜାରି ରଖିବା ସହ ସାମାଜିକ-ଅର୍ଥନୈତିକ ସମାନତାରେ ସୁଧାର ଏବଂ ପ୍ରକୃତିର ସନ୍ତୁଳନ ସଂରକ୍ଷଣ ରଖିବାକୁ ଗଭୀର ପ୍ରତିଶ୍ରୁତିବଦ୍ଧତା ନେଇ ଭାରତ ମିଳିତ ଜାତିସଂଘର ଏଜେଣ୍ଡାକୁ ସମର୍ଥନ ଜଣାଇ ନିଜ ଭୂମିକା ପୂର୍ଣ୍ଣ ଭାବେ ତୁଲାଇବ

 

*************



(Release ID: 1639625) Visitor Counter : 225