ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଚଳିତବର୍ଷ ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ 99.23 ଶତାଂଶ ଉତ୍ତୀର୍ଣ୍ଣ ହାର ହାସଲ କରି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସର୍ବାଗ୍ରେ

Posted On: 16 JUL 2020 5:40PM by PIB Bhubaneshwar

ଚଳିତବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍‌)ର ସଫଳତା ହାର 99.23 ଶତାଂଶ ରହିଛି । ସିବିଏସ୍‌ଇର ମୋଟ ଉତ୍ତୀର୍ଣ୍ଣ ହାର ଚଳିତବର୍ଷ 91.46 ଶତାଂଶ ରହିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟଗୁଡିକ ଏହି କ୍ଷେତ୍ରରେ ଶ୍ରେଷ୍ଠ ଫଳାଫଳ ହାସଲ କରିଛନ୍ତି । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କେଭିଏସ୍‌କୁ ଏହି ସଫଳତା ମିଳିଛି ।

କେଭିଏସ୍‌ ପରୀକ୍ଷା ଫଳର ମୁଖ୍ୟାଂଶ

  • ପରୀକ୍ଷା ଦେଇଥିବା କେଭିଏସ୍‌ର ମୋଟ ଛାତ୍ରଛାତ୍ରୀ- 94498
  • ମୋଟ ଉତ୍ତୀର୍ଣ୍ଣଙ୍କ ସଂଖ୍ୟା- 93774
  • କୃତକାର୍ଯ୍ୟ ହାର- 99.23 ଶତାଂଶ
  • କୃତକାର୍ଯ୍ୟ ଛାତ୍ର- 50591
  • କୃତକାର୍ଯ୍ୟ ଛାତ୍ରୀ- 43183
  • ମୋଟ କେଭି ସଂଖ୍ୟା- 1168
  • ଶତପ୍ରତିଶତ କୃତକାର୍ଯ୍ୟ ହୋଇଥିବା କେଭି ସଂଖ୍ୟା- 846
  • ନବେ ଶତାଂଶରୁ ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀ- 9104
  • ପଞ୍ଚାନବେ ଶତାଂଶରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ- 1717

ଅନୁଷ୍ଠାନ ୱାରୀ ପ୍ରଦର୍ଶନ

1. କେଭିଏସ୍‌- 99.23%

2. ଜେଏନ୍‌ଭି- 98.66%

3. ସିଟିଏସ୍‌ଏ- 93.67%

4. ସ୍ୱାଧୀନ- 92.81%

5. ସରକାରୀ- 80.91%

6. ସରକାରୀ ଅନୁଦାନପ୍ରାପ୍ତ- 77.82 ଶତାଂଶ

କେନ୍ଦ୍ରୀୟ ବିଦ୍ୟାଳୟର ସର୍ବଭାରତୀୟ ଟପ୍ପର

ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଅଭୟ ନାୟକ ମୋଟ 500 ନମ୍ବରରୁ 497 (99.4%) ନମ୍ବର ରଖି  କେଭିର କେନ୍ଦ୍ରୀୟ ସ୍ତରରେ ଟପ୍ପର ହୋଇଛନ୍ତି ।

 

**********



(Release ID: 1639163) Visitor Counter : 174