ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ
କତା ଓ କତା ଜାତୀୟ ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ଭାରତର ସର୍ବକାଳୀନ ରେକର୍ଡ
Posted On:
15 JUL 2020 3:25PM by PIB Bhubaneshwar
ଭାରତ 2019-20 ଆର୍ଥିକ ବର୍ଷରେ 2757.90 କୋଟି ଟଙ୍କାର କତା ଓ ଅନ୍ୟାନ୍ୟ କତା ଜାତୀୟ ସାମଗ୍ରୀ ରପ୍ତାନୀ କରି ଏକ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଛି । 2018-19 ବର୍ଷ ତୁଳନାରେ ଏହି ରପ୍ତାନୀ ପରିମାଣ 30 କୋଟି ଟଙ୍କା ଅଧିକ । 2019-20ରେ ଭାରତ 9,88,996 ମେଟ୍ରିକ ଟନ କତା ଓ କତା ଜାତୀୟ ସାମଗ୍ରୀ ରପ୍ତାନୀ କରିଥିବାବେଳେ ପୂର୍ବବର୍ଷ ଏହି ରପ୍ତାନୀ ପରିମାଣ ଥିଲା 9,64,046 ମେଟ୍ରିକ ଟନ । ଏହି ରପ୍ତାନୀ ସାମଗ୍ରୀ ମଧ୍ୟରେ କତାଗୁଣ୍ଡ, କତା ଗାଲିଚା, କତାରେ ତିଆରି ଜିଓ ଟେକ୍ସଟାଇଲ, ଦଉଡି, ପାୱାରଲୁମ୍, ହ୍ୟାଣ୍ଡଲୁମ୍ ମ୍ୟାଟ୍ ଓ ପା’ପୋଛ ଆଦି ଅନ୍ତର୍ଭୁକ୍ତ । ଏହି ରପ୍ତାନୀ ଉଭୟ ପରିମାଣ ଓ ମୂଲ୍ୟ ଦୃଷ୍ଟିରୁ ରେକର୍ଡ ଛୁଇଁଛି ଏବଂ ଏଥିରେ ଭଲ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ତେବେ ହ୍ୟାଣ୍ଡଲୁମ୍ ମ୍ୟାଟ, କତା ଦଉଡି, ରବର ମିଶ୍ରିତ କତାଗୁଣ୍ଡ ଏବଂ ପାୱାରଲୁମ୍ ମ୍ୟାଟ୍ ଆଦିର ରପ୍ତାନୀ ପରିମାଣ କମିଥିଲେ ମଧ୍ୟ ମୂଲ୍ୟ ଦୃଷ୍ଟିରୁ ଏ ବାବଦ ଆୟ ବଢିଛି ।
- କେବଳ କତା ଗୁଣ୍ଡରୁ 1349.63 କୋଟି ଟଙ୍କା ଆୟ ହୋଇଥିବାବେଳେ ଏହା ମୋଟ କତା ଜାତୀୟ ସାମଗ୍ରୀ ରପ୍ତାନୀର 49 ଭାଗ ।
- କତା ତନ୍ତୁର ରପ୍ତାନୀ ପରିମାଣ ମୋଟ ରପ୍ତାନୀର 18 ଶତାଂଶ ହୋଇଥିବାବେଳେ ଏ ବାବଦରେ ଆୟ ହୋଇଛି 498.43 କୋଟି ଟଙ୍କା ।
- ଏହି ରପ୍ତାନୀରେ ମୂଲ୍ୟ ମିଶ୍ରିତ ସାମଗ୍ରୀର ଅଂଶ ମୋଟ ରପ୍ତାନୀର 33 ଭାଗ ।
- ମୂଲ୍ୟ ମିଶ୍ରିତ ସାମଗ୍ରୀ ମଧ୍ୟରେ ଟପ୍ଟେଡ ମ୍ୟାଟ୍ର ରପ୍ତାନୀ ସର୍ବାଧିକ ହୋଇଥିବାବେଳେ ଆୟ ଅନୁସାରେ ଏହା 20 ଶତାଂଶ ।
- ଏହି ଏକ ବର୍ଷ ମଧ୍ୟରେ କତା ଓ କତା ଜାତୀୟ ସାମଗ୍ରୀରେ ରପ୍ତାନୀରେ କୌଣସି ହ୍ରାସ ଘଟିନାହିଁ । ଏହାର ଅର୍ଥ ଏସବୁ ସାମଗ୍ରୀର ବିଦେଶୀ ବଜାର ଠିକ୍ଠାକ୍ ଅଛି ଏବଂ ଭାରତୀୟ ରପ୍ତାନୀକାରୀ ଓ ଉଦ୍ୟୋଗୀ ଏଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।
- କତା ଓ କତା ଜାତୀୟ ଦ୍ରବ୍ୟର ଘରୋଇ ବଜାର ମଧ୍ୟ ଭଲ ରହିଛି ଏବଂ ଏହା କ୍ରମଶଃ ବଢୁଛି ।
- ଦେଶର ବିଭିନ୍ନ ବନ୍ଦର ମାଧ୍ୟମରେ ଏସବୁ ସାମଗ୍ରୀର 99 ଶତାଂଶ ରପ୍ତାନୀ କରାଯାଇଛି । ଅଧିକାଂଶ ରପ୍ତାନୀ ଟୁଟିକୋରିନ୍, କୋଚିନ ଓ ଚେନ୍ନଇ ବନ୍ଦର ଦେଇ ହୋଇଛି । ଏହାଛଡା ବିଶାଖାପାଟଣା, ମୁମ୍ବଇ, କଲକାତା ବନ୍ଦର ଦେଇ ମଧ୍ୟ ଏହିସବୁ ସାମଗ୍ରୀ ରପ୍ତାନୀ କରାଯାଉଛି । କିଛି କତା ଓ କତା ଜାତୀୟ ସାମଗ୍ରୀ ମଧ୍ୟ କନ୍ନୁର, କୋଏମ୍ବାଟୁର ଏବଂ ରେକ୍ସୁଆଲରୁ ସଡକପଥରେ କେତେକ ପଡୋଶୀ ଦେଶକୁ ପଠାଯାଉଛି ।
- କେଉଁ ବନ୍ଦରରୁ କେତେ କତା ଜାତୀୟ ସାମଗ୍ରୀ ରପ୍ତାନୀ କରାଯାଇଛି ତାହାର ସବିଶେଷ ବିବରଣୀ ନିମ୍ନରେ ପ୍ରଦତ୍ତ ଟେବୁଲରେ ଉଲ୍ଲେଖ କରାଯାଇଛି ।
Port-wise Export (2019-20)
|
|
|
Sl. No.
|
Port/ Place of Export
|
Qty.
(MT)
|
Value
(Rs. Lakhs)
|
|
1
|
Tuticorin
|
519144
|
122910.39
|
|
2
|
Cochin
|
217930
|
107023.69
|
|
3
|
Chennai
|
238970
|
43159.93
|
|
4
|
Vishakapatanam
|
11578
|
1871.26
|
|
5
|
Mumbai
|
1145
|
596.15
|
|
6
|
Kolkata
|
113
|
131.89
|
|
7
|
Bangalore
|
41
|
58.19
|
|
8
|
Others (By Road)
|
75
|
38.63
|
|
|
Total
|
988996
|
275790.13
|
|
**********
(Release ID: 1638860)
Visitor Counter : 187