ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଡିଜିଟାଲ ଶିକ୍ଷା ସଂକ୍ରାନ୍ତ ‘ପ୍ରଗ୍ୟାତ’ ନିର୍ଦେଶାବଳୀ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

• ଏହାଦ୍ୱାରା ଅନ୍‌ଲାଇନ ଶିକ୍ଷାର ମାନ ବୃଦ୍ଧି ପାଇବ : ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ
• ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଦୈନିକ ଅନ୍‌ଲାଇନ ଶିକ୍ଷାର ସମୟ ଓ ଅଧିବେଶନର ସୀମା ନିର୍ଦ୍ଧାରିତ

Posted On: 14 JUL 2020 4:50PM by PIB Bhubaneshwar

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଅନ୍‌ଲାଇନ ମାଧ୍ୟମରେ ଡିଜିଟାଲ ଶିକ୍ଷା ସଂକ୍ରାନ୍ତ ପ୍ରଗ୍ୟାତନିର୍ଦେଶାବଳୀ ଆଜି ନୂଆଦିଲ୍ଲୀଠାରେ ଅନ୍‌ଲାଇନ ବ୍ୟବସ୍ଥାରେ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଂଜୟ ଧୋତ୍ରେ ମଧ୍ୟ ଅନ୍‌ଲାଇନ ମାଧ୍ୟମରେ ଉପସ୍ଥିତ ଥିଲେ ।

ଶ୍ରୀ ନିଶଙ୍କ କହିଛନ୍ତି ଯେ କରୋନା ମହାମାରୀ ଫଳରେ ସ୍କୁଲ ସବୁ ବନ୍ଦ ରହିଥିବାରୁ ସେଠାରେ ପାଠ ପଢୁଥିବା 24 କୋଟି ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାହତ ହୋଇଛି । ପରିବର୍ଦ୍ଧିତ ସ୍କୁଲ ପାଠ୍ୟକ୍ରମ ଦ୍ୱାରା ପିଲାମାନେ କ୍ଷତିଗ୍ରସ୍ତ ହୋଇପାରନ୍ତି । ତେଣୁ ଏହି ପରିସ୍ଥିତିର ମୁକାବିଲା ପାଇଁ ଶିକ୍ଷାଦାନ ବ୍ୟବସ୍ଥାକୁ ପୁନଃ ପରିକଳ୍ପିତ ଓ ନୂଆ ରୂପ ଦିଆଯାଇଛି । ଏହି ଶିକ୍ଷାଦାନ ବ୍ୟବସ୍ଥାକୁ ଏକ ଉପଯୁକ୍ତ ପ୍ରଣାଳୀରେ ପରିଣତ କରିବା ସହ ଉଚ୍ଚମାନର ଶିକ୍ଷା ପ୍ରଦାନ ପାଇଁ ଏକ ସୁସ୍ଥ ପରିବେଶ ତିଆରି କରିବାକୁ ଉଦ୍ୟମ କରାଯାଇଛି । ଏଥିରେ ସ୍କୁଲରେ ପାଠପଢା ସହିତ ଘରେ ରହି ପାଠପଢାକୁ ଅନ୍ତର୍ଭୁକ୍ତ କରାଯାଇଛି । ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ଅନ୍‌ଲାଇନ୍‌/ବ୍ଲେଣ୍ଡେଡ/ଡିଜିଟାଲ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଗ୍ୟାତନିର୍ଦେଶାବଳୀ ପ୍ରସ୍ତୁତ କରାଯାଇଛି । ସ୍କୁଲକୁ ଯାଇପାରୁନଥିବା ଛାତ୍ରଛାତ୍ରୀ ଏହି ପ୍ରଣାଳୀରେ ବିଶେଷ ଉପକୃତ ହେବେ । ଏଥିରେ ଅନ୍‌ଲାଇନ ଶିକ୍ଷାର ମହତ୍ୱ ଓ ମାନ ବୃଦ୍ଧିପାଇଁ ଉଦ୍ୟମ କରାଯାଇଛି । ଛାତ୍ରଛାତ୍ରୀଙ୍କ ବ୍ୟତୀତ ସ୍କୁଲର ମୁଖ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ପିତାମାତା, ଅଭିଭାବକଶିକ୍ଷକଙ୍କୁ ତାଲିମ ଦେଉଥିବା ଶିକ୍ଷକ ଏବଂ ଅନ୍ୟାନ୍ୟ ସମସ୍ତ ସଂପୃକ୍ତ ପକ୍ଷଙ୍କ ସୁବିଧାକୁ ଆବଶ୍ୟକ ଗୁରୁତ୍ୱ ଦିଆଯାଇଛି । ଏହି ନିର୍ଦେଶାବଳୀରେ ଏନ୍‌ସିଇଆରଟିର ବିକଳ୍ପ ଶୈକ୍ଷିକ କ୍ୟାଲେଣ୍ଡର ବ୍ୟବହାର ଅଗ୍ରାଧିକାର ପାଇଛି । ଯେଉଁ ବିଦ୍ୟାର୍ଥୀଙ୍କର ଡିଜିଟାଲ ସୁବିଧା ରହିଛି ଏବଂ ଯାହାର ଏହା ନାହିଁ କିମ୍ବା ଅଳ୍ପ ରହିଛି ସେମାନେ ମଧ୍ୟ ଏହି ବ୍ୟବସ୍ଥାରେ ଉପକୃତ ହୋଇପାରିବେ । ପ୍ରଗ୍ୟାତନିର୍ଦେଶାବଳୀରେ 8ଟି ଅନ୍‌ଲାଇନ ସୋପାନ ବା ଷ୍ଟେପ୍‌ ରହିଛି । ସେଗୁଡିକ ହେଲା- ପ୍ଳାନ, ରିଭ୍ୟୁ, ଆରେଞ୍ଜ, ଗାଇଡ, ୟାକ (ଟକ୍‌) ଆଶାଇନ୍‌, ଟ୍ରାକ ଓ ଆପ୍ରିସିଏଟ । ପର୍ଯ୍ୟାୟକ୍ରମେ ଏହିସବୁ ସୋପାନ ଗୋଟିଏ ପରେ ଗୋଟିଏ ଅତିକ୍ରମ କରି ଡିଜିଟାଲ ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିବ ।

ମନ୍ତ୍ରୀ ଶ୍ରୀ ଧୋତ୍ରେ କହିଥିଲେ ଯେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଏହି ନିର୍ଦେଶାବଳୀ ଛାତ୍ରଛାତ୍ରୀଙ୍କୁ ଏହି ସମୟରେ ନିରାପଦ ରଖିପାରିବ । ଡିଜିଟାଲ ଟେକ୍‌ନୋଲଜି ବ୍ୟବହାର କଲାବେଳେ ଛାତ୍ରଛାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଯଥାସମ୍ଭବ ବ୍ୟବସ୍ଥା କରାଯାଇଛି ।

ନୂଆ ନିର୍ଦେଶାବଳୀ ଅନୁସାରେ ପ୍ରାକ୍‌ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କୁ ଦିଗ୍‌ଦର୍ଶନ ଦେବାକୁ ଗୋଟିଏ ଦିନରେ ପିତାମାତାଙ୍କ ସହ ଆଲୋଚନାର ସୁବିଧା ରହିବ । ଏହା 30 ମିନିଟରୁ ଅଧିକ ହେବନାହିଁ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏନ୍‌ସିଇଆରଟିର ବିକଳ୍ପ ଶୈକ୍ଷିକ କ୍ୟାଲେଣ୍ଡର ଅନୁସରଣ କରିବାକୁ ହେବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ସିନ୍‌କ୍ରୋନ୍‌ସ ଲର୍ଣ୍ଣିଂ ଦୁଇଟି ସେସ୍‌ନରୁ ଅଧିକ ହେବ ନାହିଁ ଏବଂ ଏହି ସେସ୍‌ନର ଅବଧି 30ରୁ 45 ମିନିଟ ମଧ୍ୟରେ ସୀମିତ ରହିବ । ପ୍ରାଇମେରୀ ସେକ୍‌ସନ ପାଇଁ ରାଜ୍ୟ ସରକାରମାନେ ଅନ୍‌ଲାଇନର ସମୟ ନିର୍ଦ୍ଧାରଣ କରିବେ । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅନ୍‌ଲାଇନ ସିନ୍‌କ୍ରୋନ୍‌ସ ଲର୍ଣ୍ଣିଂ 4ଟି ସେସ୍‌ନରୁ ଅଧିକ ହେବନାହିଁ ଏବଂ ପ୍ରତ୍ୟେକ ସେସ୍‌ନର ଅବଧି 30ରୁ 45 ମିନିଟ ରହିବ ।  ଏହି କାର୍ଯ୍ୟରେ ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ ଏବଂ ଅନ୍ୟାନ୍ୟ ସଂପୃକ୍ତ କର୍ତ୍ତୃପକ୍ଷ ସହଯୋଗ କରି ଆସେସମେଣ୍ଟ, ପ୍ଲାନିଂ, ସାଇବର ନିରାପତ୍ତା ଏବଂ ଏହାର କାର୍ଯ୍ୟକାରିତା ଆଦି ବ୍ୟବସ୍ଥା କରିବେ । ଉଭୟ ଅଫ୍‌ ଲାଇନ ଓ ଅନ୍‌ଲାଇନ୍‌ରେ ପିଲାମାନଙ୍କୁ ଶିକ୍ଷାଦାନର ସୁବିଧା ଯୋଗାଣ ବ୍ୟବସ୍ଥା କରାଯିବ । ଯେଉଁ ଛାତ୍ରଛାତ୍ରୀମାନଙ୍କର ଶାରୀରିକ ଅକ୍ଷମତା ରହିଛି ବା ଯେଉଁମାନେ ଡିଜିଟାଲ ଶିକ୍ଷା ପାଇଁ ଶାରୀରିକ ଦୃଷ୍ଟିରୁ ସକ୍ଷମ ନୁହନ୍ତି ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ବିକଳ୍ପ ବ୍ୟବସ୍ଥା ଯୋଗାଇ ଦେବାକୁ ପଡିବ । ଏହି ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥାରେ ଦୀକ୍ଷା, ସ୍ୱୟଂପ୍ରଭା, ସ୍ୱୟଂମକ୍ସ, ରେଡିଓବାହିନୀ, ଶିକ୍ଷାବାଣୀ ଆଦି ପୋର୍ଟାଲର ବିଷୟବସ୍ତୁ ବ୍ୟବହାର କରାଯାଇପାରିବ ।

 

**********



(Release ID: 1638600) Visitor Counter : 271