ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଆରୋଗ୍ୟଙ୍କ ସଂଖ୍ୟା 5 ଲକ୍ଷ ଟପିଲା

• ସକ୍ରିୟ ସଂକ୍ରମିତଙ୍କ ଠାରୁ ଆରୋଗ୍ୟଙ୍କ ସଂଖ୍ୟା 2.31ଲକ୍ଷ ଅଧିକ
• ସୁସ୍ଥତା ହାର ପାଖାପାଖି 63 ପ୍ରତିଶତରେ ପହଞ୍ଚିଲା

Posted On: 11 JUL 2020 4:37PM by PIB Bhubaneshwar

କୋଭିଡ-19କୁ ରୋକିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରି ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି ଆବଦ୍ଧାଞ୍ଚଳରେ ଦୃଢ କାର୍ଯ୍ୟାନୁଷ୍ଠାନ, ନୀରିକ୍ଷଣ କାର୍ଯ୍ୟକଳାପ, ଠିକ ସମୟରେ ରୋଗୀ ଚିହ୍ନଟ ଏବଂ କରୋନାର ପ୍ରଭାବଶାଳୀ ଚିକିତ୍ସା ପରିଚାଳନା ଦ୍ଵାରା ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ଆଜି 5ଲକ୍ଷ ଅତିକ୍ରମ କରିଛି 5,15,385 କୋଭିଡ-19 ରୋଗୀ ଏପର୍ଯ୍ୟନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ସକ୍ରିୟ ମାମଲା ତୁଳନାରେ ସୁସ୍ଥ ହୋଇଥିବା ମାମଲା ସଂଖ୍ୟା 2,31,978 ଅଧିକ

ଏହି ବିସ୍ତାରିତ ବ୍ୟବଧାନ ଦ୍ଵାରା ଆରୋଗ୍ୟ ହାର 62.78%ରେ ପହଞ୍ଚିଛି ଗତ 24 ଘଣ୍ଟା ମଧ୍ୟରେ, 19,870 କରୋନା ରୋଗୀ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି

ଏବେ ଦେଶରେ ମୋଟ 2,83,407 ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ଅତ୍ୟଧିକ ଲକ୍ଷଣ ଥିବା ରୋଗୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚିକିତ୍ସାଳୟଗୁଡ଼ିକରେ ଚିକିତ୍ସିତ ହେଉଥିବା ବେଳେ ପ୍ରାକଲକ୍ଷଣ ରୋଗୀ ଏବଂ ସ୍ୱଳ୍ପ ଲକ୍ଷଣ ଦେଖାଉଥିବା ବ୍ୟକ୍ତି ଘରୋଇ ସଙ୍ଗରୋଧରେ ଅଛନ୍ତି

ନିକଟରେ ସମସ୍ତ ପଞ୍ଜିକୃତ ପରୀକ୍ଷାଗାରଗୁଡ଼ିକୁ କୋଭିଡ ପରୀକ୍ଷା ପାଇଁ ଅନୁମତି ଦେବା ଏବଂ ରାପିଡ଼ ଆଣ୍ଟିଜେନ ଟେଷ୍ଟ ଯୋଗୁଁ ଦେଶରେ ନମୁନା ପରୀକ୍ଷା ହାର ଯଥେଷ୍ଟ ବୃଦ୍ଧି ପାଇଛିଏପର୍ଯ୍ୟନ୍ତ 1,13,07,002ଟି ନମୁନା ପରୀକ୍ଷା କରାଯାଇଛି ଦେଶରେ 841ଟି ସରକାରୀ ଓ 339ଟି ଘରୋଇ ଏହିପରି ମୋଟ 1180ଟି ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି ଗତକାଲି ଗୋଟିଏ ଦିନରେ 2,82,581ଟି ନମୁନା ପରୀକ୍ଷା କରାଯାଇଛି ବର୍ତ୍ତମାନ ଦେଶରେ 10 ଲକ୍ଷ୍ୟ ଜନସଂଖ୍ୟାରେ 8,193ଟି ନମୁନା ପରୀକ୍ଷା କରାଯାଉଥିବା ଜଣାଯାଉଛି

  • ରିଅଲ-ଟାଇମ ଆରଟି ପିସିଆର ଆଧାରିତ ପରୀକ୍ଷାଗାର : 620 (ସରକାରୀ: 386 + ଘରୋଇ: 234)
  • ଟ୍ରୁ ନ୍ୟାଟ ଆଧାରିତ ପରୀକ୍ଷାଗାର : 463 (ସରକାରୀ: 420 + ଘରୋଇ: 43)
  • ସିବିନ୍ୟାଟ ଆଧାରିତ ପରୀକ୍ଷାଗାର : 97 (ସରକାରୀ: 35 + ଘରୋଇ: 62)

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 

 

 

 



(Release ID: 1638069) Visitor Counter : 190