ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଆରୋଗ୍ୟ ହାର 62.42 ପ୍ରତିଶତକୁ ବୃଦ୍ଧି

• 18 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ
• ମୃତ୍ୟୁ ହାର 2.72କୁ ଖସିଲା
• 30 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁ ହାର ଜାତୀୟ ହାରଠାରୁ କମ

Posted On: 10 JUL 2020 2:53PM by PIB Bhubaneshwar

ଦେଶରେ କୋଭିଡ-19 ସଂକ୍ରମିତ ରୋଗୀଙ୍କ ଆରୋଗ୍ୟ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛିଗତ 24 ଘଣ୍ଟା ମଧ୍ୟରେ 19,138 ଜଣ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ ଦେଶରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା 4,95,515କୁ ବୃଦ୍ଧି ପାଇଛି । ଆଜି ଜାତୀୟ ଆରୋଗ୍ୟ ହାର ଶତକଡା 62.42ରେ ପହଞ୍ଚିଛି । 2,76,882 ଜଣ ସକ୍ରିୟ ରୋଗୀ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ଓ ସ୍ଵାସ୍ଥ୍ୟଗତ ପରିଚାଳନା ଯୋଗୁଁ ଆରୋଗ୍ୟ ହାରରେ ଉନ୍ନତି ପରିଲକ୍ଷିତ ହୋଇଛି । ଆଗୁଆ ରୋଗ ନିରୂପଣ ନିମନ୍ତେ ଅଧିକରୁ ଅଧିକ ନମୁନା ପରୀକ୍ଷା, କମ ଲକ୍ଷଣ ଥିବା ରୋଗୀମାନଙ୍କ ଗୃହ ସଙ୍ଗରୋଧ ଏବଂ ଜଟିଳ ରୋଗୀମାନଙ୍କ ହସ୍ପିଟାଲ ଚିକିତ୍ସା ଯୋଗୁଁ ଦେଶରେ ଏହି ଆରୋଗ୍ୟ ହାର ବୃଦ୍ଧି ସମ୍ଭବ ହୋଇଛି । ଅଦ୍ୟାବଧି ଦେଶରେ 1218ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ, 2705ଟି କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ 10,301ଟି କୋଭିଡ ଗୃହ ରହିଛି ।

ଦେଶରେ ଆରୋଗ୍ୟ ହାର ଉତ୍ସାହଜନକ ଥିବା ବେଳେ 18ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ ରହିଛି ।

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ

ଆରୋଗ୍ୟ ହାର

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ

ଆରୋଗ୍ୟ ହାର

ପଶ୍ଚିମବଙ୍ଗ   

64.94%

ମଧ୍ୟ ପ୍ରଦେଶ

74.85%

ଉତ୍ତର ପ୍ରଦେଶ

65.28%

ହରିୟାଣା

74.91%

ଓଡିଶା

66.13%

ତ୍ରିପୁରା

75.34%

ମିଜୋରାମ

67.51%

ରାଜସ୍ଥାନ

75.65%

ଝାଡଖଣ୍ଡ

68.02%

ଦିଲ୍ଲୀ

76.81%

ପଞ୍ଜାବ

69.26%

ଚଣ୍ଡିଗଡ

77.06%

ବିହାର

70.40%

ଛତିଶଗଡ

78.99%

ଗୁଜରାଟ

70.72%

ଉତ୍ତରାଖଣ୍ଡ

80.85%

ହିମାଚଳ ପ୍ରଦେଶ

74.21%

ଲଦାଖ(କେନ୍ଦ୍ରଶାସିତ)

86.73%

 

ଜାତୀୟ ସ୍ତରରେ କରୋନା ମୃତ୍ୟୁ ହାର 2.72କୁ ହ୍ରାସ ପାଇଛି ଏହା ବିଶ୍ଵର ଅନ୍ୟାନ୍ୟ ଦେଶର ଜାତୀୟ ହାର ତୁଳନାରେ ଯଥେଷ୍ଟ କମ ରୋଗ ପରିଚାଳନାରେ ଉନ୍ନତି ଯୋଗୁଁ ଏହି ହାର ହ୍ରାସ ପାଇଛି କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶୀକାକୁ ଅନୁସରଣ କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ବିହିତ ପଦକ୍ଷେପ ନେଉଥିବାରୁ ଏହି ହାର ହ୍ରାସ ପାଇଛି ତା’ଛଡା କରୋନା ରୋଗୀମାନଙ୍କର ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ପରିବର୍ତ୍ତନ ମଧ୍ୟ ଘଟିଛି ଦେଶବ୍ୟାପୀ ଆଶା ଓ ଏଏନଏମମାନଙ୍କର ବିଶାଳ ନେଟୱର୍କ ସହ ଆୟୁଷ୍ମାନ ଭାରତ ସ୍ଵାସ୍ଥ୍ୟସେବା ଏବଂ ଆଗୁଆ ରୋଗୀ ଚିହ୍ନଟ ଯୋଗୁଁ ଏହା ସମ୍ଭବ ହୋଇଛି । ଏହାଫଳରେ 30ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ଜାତୀୟ ଆରୋଗ୍ୟ ହାର ତୁଳନାରେ ନିମ୍ନରେ ରହିଛି

 

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ

ମୃତ୍ୟୁ ହାର

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ

ମୃତ୍ୟୁ ହାର

ମଣିପୁର

0%

ବିହାର

0.82%

ନାଗାଲାଣ୍ଡ

0%

ହିମାଚଳ ପ୍ରଦେଶ

0.96%

ଦାଦ୍ରା ନଗର ହାଭେଳୀ ଓ ଡାମନ ଡ୍ୟୁ

0%

ତେଲଙ୍ଗାନା

1.07%

ମିଜୋରାମ

0%

ଆନ୍ଧ୍ରପ୍ରଦେଶ

1.16%

ଆଣ୍ଡାମାନ ଓ ନିକୋବର ଦ୍ବୀପ ସମୂହ

0%

ପୁଡୁଚେରୀ

1.22%

ସିକିମ

0%

ଚଣ୍ଡିଗଡ଼

1.34%

ତ୍ରିପୁରା

0.06%

ତାମିଲନାଡ଼ୁ

1.39%

ଲଦାଖ (କେନ୍ଦ୍ରଶାସିତ ପ୍ରଦେଶ)

0.09%

ଉତ୍ତରାଖଣ୍ଡ

1.39%

ଆସାମ

0.16%

ହରିୟାଣା

1.48%

କେରଳ

0.41%

କର୍ଣ୍ଣାଟକ

1.56%

ଛତିଶଗଡ

0.41%

ଜମ୍ମୁ ଓ କଶ୍ମୀର

1.62%

ଗୋଆ

0.42%

ମେଘାଳୟ

1.77%

ଓଡିଶା

0.46%

ରାଜସ୍ଥାନ

2.18%

ଅରୁଣାଚଳ ପ୍ରଦେଶ

0.66%

ପଞ୍ଜାବ

2.56%

ଝାଡଖଣ୍ଡ

0.71%

ଉତ୍ତର ପ୍ରଦେଶ

2.66%

ଦେଶବ୍ୟାପୀ ପରୀକ୍ଷା, ଚିହ୍ନଟ ଓ ଉପଚାର ଅଭିଯାନ ପାଇଁ 1,10,24,491ଟି ନମୁନା ପରୀକ୍ଷା କରାଯାଇଛି । କେବଳ ଗତ 24 ଘଣ୍ଟା ମଧ୍ୟରେ 2,83,659ଟି ନମୁନା ପରୀକ୍ଷା ହୋଇଛି । ଦେଶରେ ପରୀକ୍ଷାଗାରର ଭିତ୍ତିଭୂମି ମଧ୍ୟ ମଜଭୁତ ହୋଇ 835ଟି ସରକାରୀ ଓ 334ଟି ଘରୋଇ ଏହିପରି ମୋଟ ପରୀକ୍ଷାଗାର ସଂଖ୍ୟା 1169କୁ ବୃଦ୍ଧି ପାଇଛି ।   

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

   



(Release ID: 1637859) Visitor Counter : 214