ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କରୋନା ମୃତ୍ୟୁ ହାର ରୋକିବା ପାଇଁ ରାଜ୍ୟର ଡାକ୍ତରମାନଙ୍କୁ ଟେଲି ପରାମର୍ଶ ଦେବ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଦିଲ୍ଲୀ

ପ୍ରଥମ ପର୍ଯ୍ୟାୟରେ ଭାଗନେବେ 1000ରୁ ଅଧିକ ଶଯ୍ୟା ଥିବା 10ଟି ହସ୍ପିଟାଲ
ପ୍ରତି ମଙ୍ଗଳବାର ଓ ଶୁକ୍ରବାର ହେବ ଏହି ଟେଲି ପରାମର୍ଶ

Posted On: 08 JUL 2020 1:59PM by PIB Bhubaneshwar

ଦେଶରେ କରୋନା ମୃତ୍ୟୁ ହାର ହ୍ରାସ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ବିଶେଷଜ୍ଞ ଚିକିତ୍ସକମାନଙ୍କୁ ନେଇ ଏକ ଦଳ ଗଠନ କରିଛି ଏହି ଦଳ ବିଭିନ୍ନ ରାଜ୍ୟରେ କରୋନା ଆଇସିୟୁ ସହିତ ସଂଶ୍ଳିଷ୍ଟ ଡାକ୍ତରମାନଙ୍କୁ ପରାମର୍ଶ ଦେବେ । କୋଭିଡ-19 ଚିକିତ୍ସାରେ ଟେଲି ପରାମର୍ଶକୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ବିବେଚନା କରାଯାଉଛି । ନୂଆଦିଲ୍ଲୀ ଏମ୍ସର ବିଶେଷଜ୍ଞମାନେ ଟେଲି ଭିଡିଓ ପରାମର୍ଶ ଜରିଆରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଚିକିତ୍ସକମାନଙ୍କୁ ପରାମର୍ଶ ଦେଉଛନ୍ତି । ଏ ପ୍ରକାର ପରାମର୍ଶ ଯୋଗୁଁ ମୃତ୍ୟୁ ହାର ହ୍ରାସ ପାଇବାର ଆଶା କରାଯାଉଛି । ମଙ୍ଗଳବାର ଓ ଶୁକ୍ରବାର ସପ୍ତାହରେ ଦୁଇଦିନ ଏହି ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ଅପରାହ୍ନରୁ ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି ।

ମୁମ୍ବାଇରୁ 9 ଏବଂ ଗୋଆରୁ ଗୋଟିଏ ହସ୍ପିଟାଲ ସହ ମୋଟ 10ଟି ହସ୍ପିଟାଲ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସେଗୁଡିକ ହେଲା ନେସ୍କୋ ଜୁମ୍ବୋ ଫେସିଲିଟି, ପି ସାଉଥ (ଫେଜ-2), କୋଭିଡ ମୁଳୁଣ୍ଡ ଜୁମ୍ବୋ ଫେସିଲିଟି-ଟି (ଫେଜ-2), ମାଲାଡ ଇନଫିନିଟି ମଲ ଜୁମ୍ବୋ ଫେସିଲିଟି, ପିଏନ ଫେଜ-3, ଜିଓ କନଭେନସନ ସେଣ୍ଟର ଜୁମ୍ବୋ ଫେସିଲିଟି, ଏଚଇ (ଫେଜ-3), ନାଇର ହସ୍ପିଟାଲ, ଏମସିଜିଏମ ସେଭେନ ହିଲ୍ସ, ଏମଏମଆରଡିଏ ବିକେସି ଜୁମ୍ବୋ ଫେସିଲିଟି, ଏଚଇ (ଫେଜ-2), ଏମଏମଆରଡିଏ ବିକେସି ଜୁମ୍ବୋ ଫେସିଲିଟି, ଏଚଇ (ଫେଜ-1), ମୁମ୍ବାଇ ମେଟ୍ରୋ ଦହିସାର ଜୁମ୍ବୋ ଫେସିଲିଟି, ଟି ଫେଜ-2 ଏବଂ ଗୋଆର ପାଣଜୀସ୍ଥିତ ଗମେଣ୍ଟ ମେଡିକାଲ କଲେଜ ଏବଂ ହସ୍ପିଟାଲ

କରୋନା ସଂକ୍ରମିତଙ୍କ ପାଇଁ ଏକାନ୍ତବାସ ଶଯ୍ୟା, ଅମ୍ଳଜାନ ସହାୟକ ଆଇସିୟୁ ଶଯ୍ୟା ଭଳି ଏସବୁ ହସ୍ପିଟାଲରେ 1000 ଶଯ୍ୟା ରହିଛି । ଆଜିର ଅଧିବେଶନକୁ ନୂଆଦିଲ୍ଲୀସ୍ଥିତ ଏମ୍ସର ଫୁସଫୁସ ରୋଗ ବିଶେଷଜ୍ଞ ତଥା ବିଭାଗୀୟ ମୁଖ୍ୟ ଡଃ ଆନନ୍ଦ ମୋହନ ପରିଚାଳନା କରୁଛନ୍ତି ।

ଏହି ଟେଲି ପରାମର୍ଶ ଅଭ୍ୟାସ ଦେଶର ଆଉ 61ଟି ହସ୍ପିଟାଲକୁ ସମ୍ପ୍ରସାରିତ ହେବ । ସପ୍ତାହକୁ ଦୁଇଥର ହେବାକୁ ଥିବା ଏହି ଅଧିବେଶନରେ 500-1000 ପର୍ଯ୍ୟନ୍ତ ଶଯ୍ୟା ଥିବା ହସ୍ପିଟାଲ ଭାଗ ନେବେ । ଚଳିତ ମାସ ଶେଷ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଅଧିବେଶନରେ ମୋଟ 17 ରାଜ୍ୟ ଅଂଶଗ୍ରହଣ କରିବେ ସେଗୁଡିକ ହେଲା ଦିଲ୍ଲୀ, ଗୁଜରାଟ, ତେଲଙ୍ଗାନା, କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ହରିୟାଣା, ଓଡିଶା, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ଝାଡଖଣ୍ଡ ଏବଂ ମହାରାଷ୍ଟ୍ର ଆଇସିୟୁ ଦାୟିତ୍ୱରେ ଥିବା ଦୁଇଜଣ ଡାକ୍ତର ଓ ସମ୍ପୃକ୍ତ ରାଜ୍ୟର ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ ଭିଡିଓ କନଫରେନ୍ସ ଜରିଆରେ ଏଥିରେ ଅଂଶଗ୍ରହଣ କରିବେ   

 

**********

 



(Release ID: 1637352) Visitor Counter : 229