ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଧର୍ମଚକ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Posted On: 04 JUL 2020 10:43AM by PIB Bhubaneshwar

ସମ୍ମାନନୀୟ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଜୀ, ଅନ୍ୟାନ୍ୟ ବିଶିଷ୍ଟ ଅତିଥିବୃନ୍ଦ । ଆଷାଢ ପୂର୍ଣ୍ଣିମାର ଶୁଭ ଅବସରରେ ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି । ଏହା ମଧ୍ୟ ଗୁରୁପୂର୍ଣ୍ଣିମା ନାମରେ ପରିଚିତ ଯେଉଁମାନେ ଆମକୁ ଜ୍ଞାନ ପ୍ରଦାନ କରିଥିଲେ ସେିହ ଗୁରୁମାନଙ୍କୁ ସ୍ମରଣ କରିବାକୁ ଏହି ଦିବସଟି ଉଦ୍ଦିଷ୍ଟ । ଆମେ ସେହି ଭାବନାରେ ଆଜି ଭଗବାନ ବୁଦ୍ଧଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ।

ମଙ୍ଗୋଲିଆ ସରକାରଙ୍କୁ ମଙ୍ଗୋଲୀୟ କଞ୍ଜୁରର ନକଲ ହସ୍ତାନ୍ତର ହେଉଥିବା ଜାଣି ମୁଁ ଖୁସୀ । ମଙ୍ଗୋଲିଆରେ ଏହି ମଙ୍ଗୋଲୀୟ କଞ୍ଜୁରକୁ ଲୋକେ ବିଶେଷ ଭକ୍ତି ଓ ସମ୍ମାନ କରନ୍ତି । ସବୁ ବୌଦ୍ଧ ବିହାରରେ ଏହିସବୁ ଗ୍ରନ୍ଥର ନକଲ ରହିଛି ।

ବନ୍ଧୁଗଣ,

ବୁଦ୍ଧଙ୍କ ଅଷ୍ଟାଙ୍ଗମାର୍ଗ ଅନେକ ଦେଶ ଓ ସମାଜକୁ ସୁଖ ସମୃଦ୍ଧିର ପଥ ଦେଖାଇଛି । ଏହା ଦୟା ଓ କରୁଣାକୁ ଗୁରୁତ୍ୱ ଦିଏ । ଉଭୟ ବିଚାର ଓ କାର୍ଯ୍ୟରେ ବୁଦ୍ଧଙ୍କ ବାଣୀ ସରଳତାକୁ ଅଗ୍ରାଧିକାର ପ୍ରଦାନ କରେ ବୁଦ୍ଧଧର୍ମ ସମ୍ମାନର ଶିକ୍ଷା ଦିଏ । ଲୋକଙ୍କୁ ସମ୍ମାନ, ଦରିଦ୍ରଙ୍କୁ ସମ୍ମାନ, ମହିଳାଙ୍କୁ ସମ୍ମାନ, ଶାନ୍ତି ଓ ଅହିଂସାକୁ ସମ୍ମାନ ଆଦି ଏହି ବାଣୀରେ ପ୍ରତିଫଳିତ । ତେଣୁ ବୁଦ୍ଧଙ୍କ ବାଣୀ ଏକ  ନିରନ୍ତର ଧାରଣୀୟ ପୃଥିବୀ ଗଠନ ସଂପର୍କରେ ସପକ୍ଷରେ କହେ ।

ବନ୍ଧୁଗଣ,

ବୁଦ୍ଧଦେବ ସାରନାଥଠାରେ ତାଙ୍କର ପ୍ରଥମ ଧର୍ମୋପଦେଶରେ ଏବଂ ପରେ ପରେ ତାଙ୍କର ଧର୍ମଶିକ୍ଷାରେ ଦୁଇଟି କଥା କହିଥିଲେ । ସେ ଦୁଇଟି ହେଲା- ଆଶା ଏବଂ ଉଦେଶ୍ୟ । ଏହି ଦୁଇଟି ଭିତରେ ସେ ଦୃଢ ସଂପର୍କ ଦେଖିଥିଲେ ।  ଆଶାରୁ ଉଦେଶ୍ୟର ଏକ ଚେତନା ଆସେ । ଭଗବାନ ବୁଦ୍ଧଙ୍କ ପାଇଁ ଏହା ଥିଲା ମାନବ ସମାଜର ଦୁଃଖ ଦୂର କରିବା ।  ଲୋକଙ୍କ ମଧ୍ୟରେ ଆଶା ବଢାଇବା ସହ ତାହାକୁ ପୂରଣ କରିବା ଦିଗରେ ଯାହା କିଛି ସମ୍ଭବ ତାହା କରିବାକୁ ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଆଗେଇ ଯିବା ।

ବନ୍ଧୁଗଣ,

ମୁଁ ଏକବିଂଶ ଶତାବ୍ଦୀ ନେଇ ବିଶେଷ ଆଶାବାଦୀ । ମୋର ଏହି ଆଶା ମୋର ଯୁବବନ୍ଧୁ ଏବଂ ଯୁବ ସମାଜଠାରୁ ଆସିଛି । ଆଶା, ନବସୃଜନ ଓ ଅନୁକମ୍ପା କିପରି ଦୁଃଖ ଦୂର କରିପାରେ ତାହା ଯଦି ଆପଣ ଦେଖିବାକୁ ଚାହାନ୍ତି ତାହାର ଉଦାହରଣ ହେଲା ଷ୍ଟାର୍ଟଅପ୍‌ ଉଦ୍ୟୋଗ । ପ୍ରତିଭାବାନ ଯୁବକ ଯୁବତୀ ଏହା ମାଧ୍ୟମରେ ନାନାଦି ବୈଶ୍ୱିକ ସମସ୍ୟାର ସମାଧାନ ରାସ୍ତା ବାହାର କରୁଛନ୍ତି । ଭାରତରେ ଏକ ବିରାଟ ଷ୍ଟାର୍ଟଅପ୍‌ ପରିବେଶ ରହିଛି ।

ମୁଁ ମୋର ଯୁବ ବନ୍ଧୁଗଣଙ୍କୁ ବୁଦ୍ଧଙ୍କ ବାଣୀ ସହ ସଂଯୁକ୍ତ ରହିବାକୁ ପରାମର୍ଶ ଦେବି । ସେମାନେ ଅନୁପ୍ରାଣିତ ହେବେ ଏବଂ ଅନ୍ୟକୁ ଅନୁପ୍ରାଣିତ କରିବେ ତଥା ଆଗକୁ ରାସ୍ତା ଦେଖାଇବେ । ସମୟ ସମୟରେ ମଧ୍ୟ ସେମାନେ ଆପଣଙ୍କୁ ଶାନ୍ତ କରିବେ ଏବଂ ଖୁସୀ ମଧ୍ୟ କରାଇବେ । ଭଗବାନ ବୁଦ୍ଧଙ୍କ ବାଣୀ ଅପ୍ପଃ ଦୀପୋ ଭବଃଅର୍ଥାତ୍‌ ନିଜେ ନିଜର ପ୍ରଦୀପ ହୁଅ । ବାସ୍ତବରେ ଏକ ଚମତ୍‌କାର ପରିଚାଳନାଗତ ଶିକ୍ଷା ।

ବନ୍ଧୁଗଣ,

ଏବେ ବିଶ୍ୱ ଅସାଧାରଣ ଆହ୍ୱାନର ମୁକାବିଲା କରୁଛି । ଏ ସବୁର ସ୍ଥାୟୀ ସମାଧାନ ଭଗବାନ ବୁଦ୍ଧଙ୍କ ବିଚାର ଦ୍ୱାରା ସମ୍ଭବ ହୋଇପାରିବ । ଏ ସବୁ ବିଚାର ଅତୀତରେ ପ୍ରାସଙ୍ଗିକ ଥିଲା । ଏବେ ମଧ୍ୟ ପ୍ରାସଙ୍ଗିକ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ପ୍ରାସଙ୍ଗିକ ରହିବ ।

ବନ୍ଧୁଗଣ,

ଏବେ ବୁଦ୍ଧ ଐତିହ୍ୟସ୍ଥଳଗୁଡିକ ସହ ଅଧିକରୁ ଅଧିକ ଲୋକଙ୍କୁ ଯୋଡିବାକୁ ସମୟ ଆସିଛି । ଆମ ଭାରତରେ ଏଭଳି ଅନେକ ସ୍ଥାନ ରହିଛି । ଆପଣମାନେ ଜାଣନ୍ତି ଯେ ମୋ ନିର୍ବାଚନମଣ୍ଡଳୀ ବାରାଣସୀରେ ମଧ୍ୟ ବୌଦ୍ଧପୀଠ ସାରନାଥ ଅବସ୍ଥିତ । ବୌଦ୍ଧସ୍ଥଳୀଗୁଡିକୁ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ନିମନ୍ତେ ଆମେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛୁ ଅଳ୍ପଦିନ ତଳେ କେନ୍ଦ୍ର ମନ୍ତ୍ରିମଣ୍ଡଳ କୁଶୀନଗର ବିମାନ ଘାଟିକୁ ଏକ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ଦେବା ପ୍ରସ୍ତାବକୁ ଅନୁମୋଦନ କରିଛି । ଏହାଫଳରେ ଅନେକ ଲୋକ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ସହଜରେ ସେଠାକୁ ଯିବାଆସିବା କରିବାର ସୁବିଧା ପାଇବେ । ଏହା ମଧ୍ୟ ଅନେକଙ୍କ ପାଇଁ ଆର୍ଥିକ ସୁଯୋଗ ଓ ରୋଜଗାର ସୃଷ୍ଟି କରିବ ।

ଭାରତ ଆପଣଙ୍କ ଅପେକ୍ଷା କରିଛି ।

ବନ୍ଧୁଗଣ,

ପୁଣି ଥରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି । ଭଗବାନ ବୁଦ୍ଧଙ୍କ ବିଚାର ଆପଣମାନଙ୍କୁ ଆଲୋକିତ ଓ ଏକତ୍ର କରୁ ଏବଂ ଭ୍ରାତୃଭାବରେ ବାନ୍ଧିରଖୁ । ତାଙ୍କ ଆଶୀର୍ବାଦ ଆମକୁ ସତ୍‌କର୍ମ କରିବା ପାଇଁ ପ୍ରେରଣା ଦେଉ । ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ।

 

**********



(Release ID: 1636511) Visitor Counter : 212