ପ୍ରତିରକ୍ଷା ମନ୍ତ୍ରଣାଳୟ

ଲେହ ଜେନେରାଲ ହସ୍ପିଟାଲ ଅବସ୍ଥା ନେଇ ଭାରତୀୟ ସେନାର ସ୍ପଷ୍ଟିକରଣ

Posted On: 04 JUL 2020 1:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଲେହ ଗସ୍ତ କାଳରେ ପରିଦର୍ଶନ କରିଥିବା ଲେହ ଜେନେରାଲ ହସ୍ପିଟାଲର ଅବସ୍ଥା ନେଇ କେତେକ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ ଦୃଷ୍ଟିଗୋଚର ହୋଇଛି ଆମ ସଶସ୍ତ୍ର ସେନାର ସାହସିକ ଯବାନଙ୍କ ଚିକିତ୍ସା ନେଇ ଏଭଳି ଅମୂଳକ ଅଭିଯୋଗ ବାସ୍ତବିକ ଦୁର୍ଭାଗ୍ୟଜନକ ସଶସ୍ତ୍ର ସେନା ଏହାର କର୍ମଚାରୀମାନଙ୍କୁ ଯଥାସମ୍ଭବ ସର୍ବୋକୃଷ୍ଟ ସେବା ଯୋଗାଇଥାଏ ।

ଏହା ସ୍ପଷ୍ଟ କରାଯାଉଛି ଯେ, ଏହି 100 ଶଯ୍ୟାଯୁକ୍ତ ସମ୍ପ୍ରସାରିତ ଚିକିତ୍ସା ସୁବିଧା ମୁଖ୍ୟ ହସ୍ପିଟାଲର ଅଂଶବିଶେଷ । କୋଭିଡ-19 କାରଣରୁ ମୁଖ୍ୟ ଜେନେରାଲ ହସ୍ପିଟାଲର କେତେକ ୱାର୍ଡକୁ ଏକାନ୍ତବାସ ୱାର୍ଡରେ ପରିଣତ କରାଯାଇଛି । ହସ୍ପିଟାଲ କୋଭିଡ ଉପଚାର ହସ୍ପିଟାଲ ରୂପେ ପରିଗଣିତ ହେବା ପରେ ଏହାର ଅଡିଓ ଭିଡିଓ ଟ୍ରେନିଂ ହଲକୁ କୋଭିଡ ଏକାନ୍ତବାସ ଚିକିତ୍ସା ହଲରେ ପରିଣତ କରାଯାଇଛି । ଆହତ ଯବାନମାନଙ୍କୁ ଗଲୱାନରୁ ଅଣାଯିବା ପରେ ସେମାନଙ୍କୁ କୋଭିଡ ଏକାନ୍ତବାସ କେନ୍ଦ୍ରରେ ରଖାଯାଇଛି । ଏପରିକି ସ୍ଥଳ ସେନାଧ୍ୟକ୍ଷ ଏମ ଏମ ନରବଣେ ଏବଂ ସେନା କମାଣ୍ଡର ମଧ୍ୟ ଏଠାରେ ଆହତ ଯବାନମାନଙ୍କୁ ଭେଟି ଭଲ ମନ୍ଦ ବୁଝିଥିବା ସେନା ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟିକରଣରେ କୁହାଯାଇଛି ।

 

**********



(Release ID: 1636486) Visitor Counter : 274