ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

• ଆରୋଗ୍ୟ ହାର 60 ପ୍ରତିଶତ ଅତିକ୍ରମ କଲା
• ସୁସ୍ଥଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି : ଗତ 24 ଘଣ୍ଟାରେ ସୁସ୍ଥ ହୋଇଛନ୍ତି 20,033 ରୋଗୀ
• ସକ୍ରିୟ ମାମଲାଠାରୁ ଆରୋଗ୍ୟଙ୍କ ସଂଖ୍ୟା 1.5 ଲକ୍ଷ ଅଧିକ
• “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତି ଅନୁସରଣ ଦ୍ଵାରା ଗତ 24 ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇପାରିଛି 2.4 ଲକ୍ଷ ନମୁନା

Posted On: 03 JUL 2020 4:34PM by PIB Bhubaneshwar

କୋଭିଡ-19ର ପ୍ରସ୍ତୁତି ଉପରେ କେନ୍ଦ୍ର କ୍ୟାବିନେଟ ସଚିବ ଆଜି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି

କୋଭିଡ-19 ସଂକ୍ରମିତଙ୍କ ମଧ୍ୟରୁ ଆରୋଗ୍ୟଙ୍କ ସଂଖ୍ୟା ଶତକଡା 60 ଭାଗ ଅତିକ୍ରମ କରି  ଆଜି 60.73 ପ୍ରତିଶତରେ ପହଞ୍ଚିଛି ।

ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ ଏବଂ ସମୟୋଚିତ ଚିକିତ୍ସାର ପରିଚାଳନା ଦ୍ଵାରା ଦୈନିକ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଗତ 24 ଘଣ୍ଟା ମଧ୍ୟରେ ଆରୋଗ୍ୟ ହାର ଆଶାତୀତ ବୃଦ୍ଧି ପାଇ 20,033 ସୁସ୍ଥ ହେବା ସହିତ ସମୁଦାୟ ଆରୋଗ୍ୟ ଲାଭ ସଂଖ୍ୟାକୁ 3,79,891ରେ ପହଞ୍ଚିଛି

ବର୍ତ୍ତମାନ, 2,27,439 ସକ୍ରିୟ ରୋଗୀ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି

ପ୍ରତିରୋଧ, ଧାରଣ ଏବଂ ପରିଚାଳନା ଭଳି ପ୍ରତ୍ୟେକ ସ୍ତରରେ ଉତ୍ତମ ସମନ୍ଵୟ ଯୋଗୁଁ ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ କ୍ରମାଗତ ଭାବରେ ବ୍ୟବଧାନ ହ୍ରାସ ପାଇଛି  ଆଜି ପର୍ଯ୍ୟନ୍ତ, ସକ୍ରିୟ ରୋଗୀ ସଂଖ୍ୟାଠାରୁ ଆରୋଗ୍ୟ ସଂଖ୍ୟା 1,52,452 ଅଧିକ ରହିଛି  

ପରୀକ୍ଷା, ଚିହ୍ନଟ ଏବଂ ଚିକିତ୍ସା (ଟେଷ୍ଟ, ଟ୍ରେସ, ଟ୍ରିଟ) ବ୍ୟବସ୍ଥାରେ ବିଭିନ୍ନ ପଦକ୍ଷେପ ନିଆଯିବା ଫଳରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ନମୁନା ପରୀକ୍ଷଣ ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି ବର୍ତ୍ତମାନ ସୁଦ୍ଧା ପାଖାପାଖି 93 ଲକ୍ଷ ନମୁନା ପରୀକ୍ଷା କରାଯାଇଛି । କେବଳ ଗତ 24 ଘଣ୍ଟା ମଧ୍ୟରେ 2,41,576ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ସଂଖ୍ୟା 92,97,749 ହୋଇଛି ପରୀକ୍ଷା ମାଧ୍ୟମ ବୃଦ୍ଧି ପାଇବା ଯୋଗୁଁ ଏହା ଦେଶରେ ସମ୍ଭବ ହୋଇପାରିଛି । 775ଟି ସରକାରୀ ଏବଂ 299ଟି ଘରୋଇ ଏହିପରି ମୋଟ 1074ଟି ପରୀକ୍ଷାଗାରରେ ଏହି ନମୁନା ପରୀକ୍ଷା କରାଯାଉଛି ।

  • Real-Time RT PCR based testing labs: 579 (Govt: 366 + Private: 213)
  • TrueNat based testing labs: 405 (Govt: 376 + Private: 29)
  • CBNAAT based testing labs: 90 (Govt: 33 + Private: 57)

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଳ୍ପ ଲକ୍ଷଣ, ପୂର୍ବ ଲକ୍ଷଣ ଏବଂ ଲକ୍ଷଣ ବିହୀନ କରୋନା ରୋଗୀଙ୍କ ପାଇଁ ସଂଶୋଧିତ ଘରୋଇ ଏକାନ୍ତବାସ ମାର୍ଗଦର୍ଶିକା ଜାରି କରିଛି । ଏହି ମାର୍ଗଦର୍ଶିକା ଗତ ମେ’ ମାସରେ ଜାରି ହୋଇଥିବା ମାର୍ଗଦର୍ଶିକା ପରିବର୍ତ୍ତେ ଲାଗୁ ହେବ । ମାର୍ଗଦର୍ଶିକା ନେଇ ସବିଶେଷ ବିବରଣୀ https://www.mohfw.gov.in/pdf/ RevisedHomeIsolationGuidelines.pdfରେ ପାଇପାରିବେ  

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 



(Release ID: 1636234) Visitor Counter : 213