ଅର୍ଥ ମନ୍ତ୍ରଣାଳୟ

ଜୁନ, 2020ରେ ଜିଏସଟି ରାଜସ୍ଵ ସଂଗ୍ରହ

• ଜୁନ ମାସରେ 90,917 କୋଟି ଟଙ୍କାର ସକଳ ଜିଏସଟି ରାଜସ୍ଵ ସଂଗ୍ରହ

Posted On: 01 JUL 2020 12:51PM by PIB Bhubaneshwar

ଜୁନ, 2020 ରେ ସକଳ ଜିଏସଟି (ବସ୍ତୁ ଏବଂ ସେବା ଟିକସ) ରାଜସ୍ଵ ସଂଗ୍ରହ 90,917 କୋଟି ଟଙ୍କା ହୋଇଛି। ଏଥିମଧ୍ୟରେ ସିଜିଏସଟି 18,980 କୋଟି ଟଙ୍କା, ଏସଜିଏସଟି 23,970 କୋଟି ଟଙ୍କା, ଆଇଜିଏସଟି 40,302 କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ 15,709 କୋଟି ଟଙ୍କା ସମେତ) ଏବଂ ଉପକର (ସେସ) 7,665 କୋଟି ଟଙ୍କା (ବସ୍ତୁଗୁଡ଼ିକର ଆମଦାନୀ ଉପରୁ ସଂଗୃହିତ 607 କୋଟି ଟଙ୍କା ସମେତ) ସାମିଲ ରହିଛି।

ସରକାର ନିୟମିତ ପରିଶୋଧ ରୂପରେ ଆଇଜିଏସିଟିରୁ ସିଜିଏସଟି ଲାଗି  13,325 କୋଟି ଟଙ୍କା ଏବଂ ଏସଜିଏସଟି ଲାଗି 11,117 କୋଟି ଟଙ୍କା ପରିଶୋଧ କରିଛନ୍ତି।  ଜୁନ, 2020ରେ ନିୟମିତ ପରିଶୋଧ ପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ସଂଗୃହିତ ମୋଟ ରାଜସ୍ଵ ସଜିଏସଟି ପାଇଁ 32,305 କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ  35,087 କୋଟି ଟଙ୍କା ଥିବା ଜଣାଯାଇଛି।

ଜୁନ, 2020ରେ ଅର୍ଜିତ ରାଜସ୍ଵ ଗତବର୍ଷର ଚଳିତ ମାସରେ ସଂଗୃହିତ ରାଜସ୍ଵ ପରିମାଣାର 91% ରହିଛି। ଜୁନ, 2020 ସମୟରେ ବସ୍ତୁଗୁଡ଼ିକର ଆମଦାନୀର ରାଜସ୍ଵ 71% ଥିଲା ଏବଂ ଘରୋଇ କାରବାର (ସେବା ଆମାଦନୀ ସହିତ) ପ୍ରାପ୍ତ ରାଜସ୍ଵ ଗତ ବର୍ଷ ଚଳିତ ମାସ ସମୟରେ ଏସବୁ ଉତ୍ସରୁ ସଂଗୃହିତ ରାଜସ୍ଵର 97% ରହିଛି। ଜୁନ ମାସ ସମୟରେ ମେ 2020ର କେତେକ ରିଟର୍ଣ୍ଣ ବ୍ୟତୀତ ଫେବୃଆରୀ, ମାର୍ଚ୍ଚ ଏବଂ ଏପ୍ରିଲ 2020ର ରିଟର୍ଣ୍ଣ ମଧ୍ୟ ଦାଖଲ କରାଯାଇଛି। କାରଣ ସରକାର ଜିଏସଟି ରିଟର୍ଣ୍ଣ ଦାଖଲ କରିବାର ସମୟ ସାରଣୀକୁ ଯଥେଷ୍ଟ କୋହଳ କରିଛନ୍ତି। ମଇ 2020ର କେତେକ ରିଟର୍ଣ୍ଣ ଯାହା ସାଧାରଣତଃ ଜୁନ 2020ରେ ଦାଖଲ କରାଯାଇଥାଏ, ସେଗୁଡ଼ିକୁ ଜୁଲାଇ, 2020ର ପ୍ରଥମ କିଛିଦିନରେ ଦାଖଲ କରାଯିବ।

କୋଭିଡ-19 କାରଣରୁ ଚଳିତ ଆର୍ଥିକ ବର୍ଷ ସମୟରେ ରାଜସ୍ଵ ଆଦାୟ ଯଥେଷ୍ଟ ପ୍ରଭାବିତ ହୋଇଛି, ଯାହାର ଏକ କାରଣ ହେଉଛି ମହାମାରୀର ବ୍ୟାପକ ଆର୍ଥିକ ପ୍ରଭାବ ଏବଂ ଅନ୍ୟ କାରଣ କାରଣ ହେଉଛି ମହାମାରୀକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ଵାରା ରିଟର୍ଣ୍ଣ ଦାଖଲ ଏବଂ ଟିକସ ପରିଶୋଧକୁ କୋହଳ କରାଯିବା।  ତେବେ ବିଗତ ତିନି ମାସର ତଥ୍ୟ ଜିଏସଟି ରାଜସ୍ଵରେ ଆସିଥିବା ସୁଧାରକୁ ଦର୍ଶାଉଛି। ଏପ୍ରିଲ ମାସରେ ଜିଏସଟି ସଂଗ୍ରହ 32,294 କୋଟି ଟଙ୍କା ହୋଇଥିଲା ଯାହାକି ବିଗତ ବର୍ଷ ଏହି ମାସରେ ସଂଗୃହିତ ରାଜସ୍ଵର  28% ଥିଲା। ମଇ ମାସରେ ଜିଏସଟି ସଂଗ୍ରହ 62,009 କୋଟି ଟଙ୍କା ଥିଲା ଯାହା ବିଗତ ବର୍ଷ ଏହି ମାସରେ ସଂଗୃହିତ ରାଜସ୍ଵର 62% ଥିଲା। ବର୍ଷର ପ୍ରଥମ ତିନି ମାସରେ ଜିଏସଟି ସଂଗ୍ରହ ବିଗତ ବର୍ଷ ଏହି ତ୍ରୈମାସରେ ସଂଗୃହିତ ରାଜସ୍ଵର 59% ଥିଲା। ତେବେ ବହୁସଂଖ୍ୟକ ଟିକସଦାତାମାନଙ୍କ ନିକଟରେ ଏବେ ସୁଦ୍ଧା ମଇ, 2020 ଲାଗି ନିଜର ରିଟର୍ଣ୍ଣ ଦାଖଲ କରିବା ଲାଗି ସମୟ ରହିଛି।

ନିମ୍ନଲିଖିତ ଚାର୍ଟରେ ଚଳିତ ଆର୍ଥିକ ବର୍ଷ ସମୟରେ ମାସିକ ସକଳ ଜିଏସଟି ରାଜସ୍ଵ ସଂଗ୍ରହର ଆକଳନ ଦିଆଯାଇଛି। ତାଲିକାରେ ଜୁନ, 2019 ତୁଳନାରେ ଜୁନ 2020 ସମୟରେ ଏବଂ ସମ୍ପୂର୍ଣ୍ଣ ବର୍ଷ କାଳରେ ପ୍ରତ୍ୟେକ ରାଜ୍ୟରେ ଜିଏସଟି ସଂଗ୍ରହର ରାଜ୍ୟୱାରୀ ତଥ୍ୟ ପ୍ରଦାନ କରାଯାଇଛି।

https://static.pib.gov.in/WriteReadData/userfiles/image/image0012T90.png

 

 

 

 

 

 

 

 

 

ଟେବୁଲ : ଏପ୍ରିଲ 2020 ପାଇଁ ରାଜ୍ୟୱାରୀ ଜିଏସଟି ସଂଗ୍ରହ

https://static.pib.gov.in/WriteReadData/userfiles/image/image002PUTT.png

 

**************

 



(Release ID: 1635762) Visitor Counter : 246