ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ଆରୋଗ୍ୟ ହାର 59.43 ପ୍ରତିଶତକୁ ବୃଦ୍ଧି

• ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ଆକ୍ରାନ୍ତଙ୍କ ଠାରୁ 1.30 ଲକ୍ଷ ଅଧିକ

Posted On: 01 JUL 2020 5:22PM by PIB Bhubaneshwar

କୋଭିଡ-19ର ପ୍ରତିରୋଧ, ଧାରଣ ଏବଂ ପରିଚାଳନା ପାଇଁ ଭାରତ ସରକାରଙ୍କ ଦ୍ଵାରା ନିଆଯାଇଥିବା ସମନ୍ୱିତ ପଦକ୍ଷେପଗୁଡିକର ଫଳାଫଳ ଅନୁଯାୟୀ, ଆଜିସୁଦ୍ଧା ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାଠାରୁ 1,27,864 ଅଧିକ ରହିଛି ଏହାଦ୍ୱାରା ଆରୋଗ୍ୟ ହାର 59.43 ପ୍ରତିଶତକୁ ବୃଦ୍ଧି ପାଇଛି | ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ 13,157 କରୋନା ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି, ଯାହା ଦେଶର ସମୁଦାୟ ଆରୋଗ୍ୟ ସଂଖ୍ୟାକୁ 3,47,978ରେ ପହଞ୍ଚାଇଛି

ବର୍ତ୍ତମାନ ଦେଶରେ ଥିବା ସମସ୍ତ 2,20,114 ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି

ଦେଶରେ ପରୀକ୍ଷାଗାର ଆହୁରି ମଜବୁତ ହୋଇଛି ବର୍ତ୍ତମାନ ଦେଶରେ ମୋଟ 1056ଟି ପରୀକ୍ଷାଗାର ରହିଛି, ଯାହାମଧ୍ୟରୁ ସରକାରୀ କ୍ଷେତ୍ରରେ 764ଟି ଥିବାବେଳେ ବେସରକାରୀ କ୍ଷେତ୍ରରେ 292ଟି ପରୀକ୍ଷାଗାର ରହିଛି

  • Real-Time RT PCR based testing labs: 576 (Govt: 365 + Private: 211)
  • TrueNat based testing labs: 394 (Govt: 367 + Private: 27)
  • CBNAAT based testing labs: 86 (Govt: 32 + Private: 54)

ନମୁନା ପରୀକ୍ଷାରେ ସ୍ଥିର ବୃଦ୍ଧି ଘଟିଛି; ବିଗତ 24 ଘଣ୍ଟା ମଧ୍ୟରେ 2,17,931ଟି ନମୁନା ପରୀକ୍ଷା କରାଯାଇଛି ଏହାକୁ ମିଶାଇ ଆଜିସୁଦ୍ଧା ସମୁଦାୟ 88,26,585ଟି ନମୁନା ପରୀକ୍ଷା କରାଯାଇସାରିଲାଣି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********



(Release ID: 1635747) Visitor Counter : 356