ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସବିଶେଷ ସୂଚନା

ପୋଷ୍ଟ କରାଯିବା ଦିନାଙ୍କ: 01 JUL 2020 12:42PM by PIB Bhubaneswar

କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନଜରକୁ ଆସିଛି ଯେ, ଭାରତ ସରକାର ଯୋଗାଉଥିବା ଭେଣ୍ଟିଲେଟରରେ ବି ଲେଭେଲ ପଜିଟିଭ ଏୟାରୱେ ପ୍ରେସର (ବିପିଏପି) ମୋଡ ଉପଲବ୍ଧ ରହୁନାହିଁ

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଦିଲ୍ଲୀର ଜିଏନସିଟି ସମେତ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଯାଉଥିବା ମେକ୍ ଇନ୍ ଇଣ୍ଡିଆଭେଣ୍ଟିଲେଟରଗୁଡ଼ିକ ଆଇସିୟୁ ପାଇଁ ଉଦ୍ଦିଷ୍ଟ ଏହି କୋଭିଡ ଭେଣ୍ଟିଲେଟରଗୁଡିକ ପାଇଁ ବୈଷୟିକ ବିଶେଷତାକୁ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଡୋମେନ ଜ୍ଞାନ ବିଶେଷଜ୍ଞଙ୍କ ବୈଷୟିକ କମିଟି ଦ୍ୱାରା ନିର୍ଦ୍ଧାରିତ କରାଯାଇଛି ଏହି ଆଧାରରେ ଭେଣ୍ଟିଲେଟରଗୁଡିକର କ୍ରୟ ଏବଂ ଯୋଗାଣ କରାଯାଇଛି

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଯାଉଥିବା ଭେଣ୍ଟିଲେଟର ମଡେଲଗୁଡିକ ବିଇଏଲ ଏବଂ ଏଜିଭିଏ ବୈଷୟିକ କମିଟି ଦ୍ୱାରା ଅନୁମୋଦନ କରାଯାଇଥିବା ସୁପାରିସ ଅନୁଯାୟୀ କ୍ରୟ ଏବଂ ଯୋଗାଣ କରାଯାଇଛି ଏହି ମିତବ୍ୟୟୀ ମେଡ ଇନ ଇଣ୍ଡିଆ ଭେଣ୍ଟିଲେଟରରେ ବୈଷୟିକ ଆବଶ୍ୟକତା ଅନୁଯାୟୀ, ବିପିଏପି ମୋଡ ଏବଂ ଅନ୍ୟାନ୍ୟ ମୋଡ ରହିଛି ଭେଣ୍ଟିଲେଟରଗୁଡିକର ୟୁଜର ମାନୁଆଲ ଏବଂ ଫିଡବ୍ୟାକ ଫର୍ମ ସହିତ ଯୋଗାଇ ଦିଆଯାଉଛି ଯାହାକୁ ସ୍ପଷ୍ଟତା ପାଇଁ ଉପଯୋଗ କରାଯାଇପାରିବ

 

**********

 


(ରିଲିଜ ଆଡି: 1635731) ପରିଦର୍ଶକ କାଉଣ୍ଟର : 274