ଇସ୍ପାତ ମନ୍ତ୍ରଣାଳୟ

ଇସ୍ପାତ ମନ୍ତ୍ରଣାଳୟର ୱେବିନାରରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

• ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ସୁଯୋଗ ଏବଂ ଚ୍ୟାଲେଞ୍ଜକୁ ଚିହ୍ନଟ କରିବା ଦରକାର - ଧର୍ମେନ୍ଦ୍ର ପ୍ରଧାନ
• ଇସ୍ପାତ ଉତ୍ପାଦନରେ ଭାରତ ଦ୍ୱିତୀୟ ସର୍ବବୃହତମ ଦେଶ
• ଦେଶର ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା
• ଦେଶରେ ରେଳ, ରାସ୍ତା, ଉର୍ଜା ଓ ବିମାନ କ୍ଷେତ୍ରରେ ବଡ ପୁଞ୍ଜିନିବେଶ ଇସ୍ପାତର ବ୍ୟବହାରକୁ ବଢାଇବ

Posted On: 30 JUN 2020 1:41PM by PIB Bhubaneshwar

ଦେଶରେ ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ଉଭୟ ସୁଯୋଗ ଏବଂ ଚ୍ୟାଲେଞ୍ଜକୁ ଚିହ୍ନଟ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବୁଧବାର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୱେବିନାର ଇସ୍ପାତି ଇରାଦା: ନିର୍ମାଣ ଓ ଭିତ୍ତିଭୂମି କ୍ଷେତ୍ରକୁ ଧ୍ୟାନରେ ରଖି ଇସ୍ପାତ୍ର ବ୍ୟବହାରକୁ ବଢାଇବାକାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶ୍ୱରେ ସର୍ବାଧିକ ଇସ୍ପାତ ଉତ୍ପାଦନ କରିବାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ଉଚ୍ଚମାନର ଉତ୍ପାଦ ତିଆରି କରିବାର କ୍ଷମତା ରଖୁଛି । ଦେଶର ବିକାଶ ପାଇଁ ଭାରତ ସରକାର ଇସ୍ପାତ ଇରାଦା ଲକ୍ଷ୍ୟରେ କାମ କରୁଛନ୍ତି । ଏହା କେବଳ ଗୋଟିଏ ସ୍ଲୋଗାନ ନୁହେଁ ବରଂ ଦେଶର ଅର୍ଥନୀତି, ଗରିବଙ୍କ ଜୈବନଶୈଳି, ପରିବେଶ ସୁରକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ।

ଭାରତ ରେଳ, ଜାତୀୟ ରାଜପଥ, ବେସାମରିକ ବିମାନ ଚଳାଚଳ, ଉର୍ଜା କ୍ଷେତ୍ରକୁ ମଜବୁତ୍ କରିବା ପାଇଁ ବଡ ପୁଞ୍ଜିନିବେଶ କରୁଛି । ଯାହା ଦ୍ୱାରା ଦେଶରେ ଇସ୍ପାତର ବ୍ୟବହାର ବଢିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଦେଶର ନିର୍ମାଣ କ୍ଷେତ୍ରରେ ଇସ୍ପାତ ଉତ୍ପାଦନକୁ ବଢାଇବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।

ଏହି ୱେବିନାରରେ କେନ୍ଦ୍ର ରାଷ୍ଟ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଯୋଗଦେଇ ଦେଶ ବିଶେଷ ଭାବରେ ଗ୍ରାମାଂଚଳରେ ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ଅନେକ ସୁଯୋଗ ରହିଛି । ଇସ୍ପାତର ବ୍ୟବହାର ଗ୍ରାମାଂଚଳରେ ଜାତୀୟ ହାରାହାରି ତୁଳନାରେ ଏକ ତୃତୀୟାଂଶ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

 

**********



(Release ID: 1635502) Visitor Counter : 173