ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ସମ୍ପ୍ରସାରଣ

• ନଭେମ୍ବର ଶେଷ ଦୀପାବଳି ଓ ଛଟ ପୂଜା ପର୍ଯ୍ୟନ୍ତ ମିଳିବ ଯୋଜନାର ଲାଭ : ପ୍ରଧାନମନ୍ତ୍ରୀ
• 80 କୋଟିରୁ ଅଧିକ ଲୋକଙ୍କୁ ମିଳିବ ମାଗଣାରେ 5 କିଗ୍ରା ଲେଖାଏଁ ଗହମ/ଚାଉଳ-ପ୍ରତି ପରିବାରକୁ ମାସିକ 1କିଗ୍ରା ଚଣା ଡାଲି
• ପରିଶ୍ରମୀ କୃଷକ ଓ ସଚ୍ଚୋଟ ଟିକସଦାତାମାନଙ୍କୁ ଯୋଜନାର ଶ୍ରେୟ ଦେଲେ ପ୍ରଧାନମନ୍ତ୍ରୀ
• ଭାରତର କରୋନା ଭୂତାଣୁ ବିରୋଧୀ ଲଢ଼େଇ ଅନଲକ-2 ପର୍ଯ୍ୟାୟରେ ପ୍ରବେଶ କରିଥିବାରୁ ପ୍ରତ୍ୟେକଙ୍କୁ ଲକଡାଉନ ସମୟ ଭଳି ଗମ୍ଭୀରତା ପୂର୍ବକ ନିୟମ ପାଳନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ନିବେଦନ

प्रविष्टि तिथि: 30 JUN 2020 4:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେବା ସହିତ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ସମ୍ପ୍ରସାରଣ ଘୋଷଣା କରିଛନ୍ତି।

ଗରିବମାନଙ୍କୁ ସହାୟତାର ହାତ

ଲକଡାଉନ ସମୟରେ ଦେଶର ସର୍ବୋଚ୍ଚ ପ୍ରାଥମିକତା ଥିଲା ଗରିବ ଲୋକମାନଙ୍କ ପାଇଁ ଖାଦ୍ୟସାମଗ୍ରୀର ବ୍ୟବସ୍ଥା କରିବା ସେଥିପାଇଁ ଲକଡାଉନ ଜାରି ହେବା କ୍ଷଣି ସରକାର, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆଣିଲେ ଏହି ଯୋଜନା ଅନ୍ତର୍ଗତ ଗରିବଙ୍କ ପାଇଁ 1.75 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଯୋଗାଇ ଦିଆଗଲା

ସେ ଉଲ୍ଲେଖ କରିଥିଲେ ଯେ, ଗତ ତିନି ମାସ ମଧ୍ୟରେ 20 କୋଟି ଗରିବ ପରିବାରର ଜନଧନ ଖାତାରେ ସିଧାସଳଖ 31 ହଜାର କୋଟି ଟଙ୍କା ଜମା କରାଯାଇଛି ଏଥିସହିତ, ଗାଁରେ ଶ୍ରମିକମାନଙ୍କୁ ରୋଜଗାର ଦେବା ଲାଗି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଦ୍ରୁତ ଗତିରେ ଆରମ୍ଭ କରାଯାଇଛି ଏହା ଉପରେ ସରକାର 50 ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି 9 କୋଟି କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ 18ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି

ନଭେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରଣ

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତରେ 80 କୋଟିରୁ ଅଧିକ ଲୋକମାନଙ୍କୁ 3 ମାସର ରାସନ, ଅର୍ଥାତ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ 5 କିଗ୍ରା ଗହମ କିମ୍ବା ଚାଉଳ, ପ୍ରତି ପରିବାରକୁ ପ୍ରତ୍ୟେକ ମାସ ଏକ କିଗ୍ରା ଡାଲି ମଧ୍ୟ ମାଗଣାରେ ଯୋଗାଇ ଦେବା ସାରା ବିଶ୍ୱକୁ ଚକିତ କରି ଦେଇଛି ଏହି ସମୟରେ ଯେତିକି ସଂଖ୍ୟକ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯାଇଛି ତାହା ବିଭିନ୍ନ ବୃହତ ରାଷ୍ଟ୍ରର ଜନସଂଖ୍ୟା ଠାରୁ ବହୁଗୁଣ ହେବ ବୋଲି ସେ କହିଥିଲେ

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଦେଶରେ ବର୍ଷା ଋତୁ ସମୟରେ ଏବଂ ଏହା ପରେ ମୁଖ୍ୟତଃ କୃଷି କ୍ଷେତ୍ରରେ ଅଧିକ କାମ ହୋଇଥାଏ ଜୁଲାଇ ମାସ ପରଠାରୁ ଧୀରେ ଧୀରେ ପର୍ବପର୍ବାଣୀର ପରିବେଶ ଆସିଥାଏ ଏବେ 5 ଜୁଲାଇରେ ଗୁରୁ ପୂର୍ଣ୍ଣିମା ପଡ଼ିବ, ଏହାପରେ ଶ୍ରାବଣ ମାସ  ଆରମ୍ଭ ହେବ ଏହାପରେ 15 ଅଗଷ୍ଟ ଆସିବ, ରାକ୍ଷୀ ପୂର୍ଣ୍ଣିମା ପଡ଼ିବ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଆସିବ, ଗଣେଶ ଚତୁର୍ଥୀ ଆସିବ, ଓଣମ ପାଳିତ ହେବ ଆହୁରି ଆଗକୁ କାଟୀ ବିହୁ ପଡ଼ିବ, ନବରାତ୍ରୀ, ଦୁର୍ଗାପୂଜା, ଦଶହରା, ଦୀପାବଳୀ, ଛଠୀ ମାଙ୍କ ପୂଜା ପଡ଼ିବ ପର୍ବପର୍ବାଣୀର ଏହି ସମୟରେ ଆବଶ୍ୟକତା ମଧ୍ୟ ବଢ଼ାଇଥାଏ, ଖର୍ଚ୍ଚ ବି ବଢ଼ାଇଥାଏ ସବୁ କଥାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରଣ ଏବେ ଦୀପାବଳି ଛଟ ପୂଜା ପର୍ଯ୍ୟନ୍ତ, ଅର୍ଥାତ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ କରିଦିଆଯିବ ଏହି ଯୋଜନା ଏବେ ଜୁଲାଇରୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ମଧ୍ୟ ଲାଗୁ ହେବ ଏହି 5 ମାସ ପାଇଁ, 80 କୋଟିରୁ ଅଧିକ ଗରିବ ଭାଇ-ଭଉଣୀଙ୍କୁ ପ୍ରତ୍ୟେକ ମାସ, ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ, 80କୋଟିରୁ ଅଧିକ ଗରିବ ଭାଇ-ଭଉଣୀମାନଙ୍କୁ ପ୍ରତ୍ୟେକ ମାସରେ, ପରିବାର ପ୍ରତ୍ୟେକ ସଦସ୍ୟଙ୍କୁ 5 କିଗ୍ରା ଗହମ କିମ୍ବା ଚାଉଳ ମାଗଣାରେ ଯୋଗାଇ ଦିଆଯିବ ଏଥିସହିତ ପ୍ରତ୍ୟେକ ପରିବାରକୁ ପ୍ରତ୍ୟେକ ମାସରେ ଏକ କିଗ୍ରା ଚଣା ଡାଲି ମଧ୍ୟ ମାଗଣାରେ ପ୍ରଦାନ କରାଯିବ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଏହି ସମ୍ପ୍ରସାରଣ ପାଇଁ ସରକାର 90 ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ  ଏଥିରେ ଗତ ତିନିମାସର ଖର୍ଚ୍ଚ ମଧ୍ୟ ଯୋଡ଼ି ଦେଲେ ଏହା ପାଖାପାଖି ଦେଢ଼ ଲକ୍ଷ କୋଟି ଟଙ୍କା ହୋଇଯିବ ଖାଦ୍ୟଶସ୍ୟ ସଂଗ୍ରହ ଏବଂ ଏହାର ମାଗଣା ବିତରଣର ଶ୍ରେୟ ସେ ପରିଶ୍ରମୀ କୃଷକ ଏବଂ ସଚ୍ଚୋଟ ଟିକସଦାତାମାନଙ୍କୁ ଦେବା ସହିତ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଦେଶ ‘ଏକ ରାଷ୍ଟ୍ର, ଏକ ରାସନ କାର୍ଡ’ ବ୍ୟବସ୍ଥା ଆଡ଼କୁ ଗତି କରୁଛି, ଯାହାଫଳରେ ଅନ୍ୟ ରାଜ୍ୟକୁ ଯାତ୍ରା କରୁଥିବା ଗରିବ ଲୋକମାନେ ଲାଭ ପାଇପାରିବେ

ଅନଲକ 2 ସମୟରେ ସୁରକ୍ଷିତ ରହିବା

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କରୋନା ବୈଶ୍ୱିକ ମହାମାରୀ ବିରୋଧୀ ଲଢ଼େଇରେ ଆମେ ଅନଲକ-2ରେ ପ୍ରବେଶ କରୁଛୁ ଆମେ ସେ ଋତୁରେ ମଧ୍ୟ ପ୍ରବେଶ କରୁଛୁ ଯେତେବେଳେ ଥଣ୍ଡା-ସର୍ଦ୍ଦି, କାଶ-ଜ୍ୱର ସବୁ କେତେ ହୋଇଥାଏ, ଏସବୁର ମାତ୍ରା ବଢ଼ିଯାଇଥାଏ ଏପରି ସ୍ଥିତିରେ ସମସ୍ତ ଦେଶବାସୀ ନିଜର ଯତ୍ନ ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ ସେ କହିଥିଲେ ଯେ, ସଠିକ ସମୟରେ ଲକଡାଉନ ଏବଂ ଅନ୍ୟ ନିଷ୍ପତ୍ତି ଫଳରେ ଭାରତରେ ଲକ୍ଷାଧିକ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିଛି କରୋନାଜନିତ ମୃତ୍ୟୁହାର  ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତ ନିୟନ୍ତ୍ରଣାଧୀନ ସ୍ଥିତିରେ ରହିଛି କିନ୍ତୁ ଯେତେବେଳେ ଦେଶରେ ଅନଲକ-1 କାର୍ଯ୍ୟକାରୀ ହେଲା, ବ୍ୟକ୍ତିଗତ ସାମାଜିକ ଜୀବନରେ ଅବହେଳା ମଧ୍ୟ ବଢ଼ିଚାଲିଲା ପୂର୍ବରୁ ଆମେ ମାସ୍କକୁ ନେଇ, ଦୁଇ ଗଜ ଦୂରତାକୁ ନେଇ, 20 ସେକେଣ୍ଡ ପର୍ଯ୍ୟନ୍ତ ଦିନରେ ଅନେକ ଥର ହାତ ଧୋଇବାକୁ ନେଇ ବହୁତ ସତର୍କ ଥିଲୁ କିନ୍ତୁ ଆଜି, ଯେତେବେଳେ ଅଧିକ ସତର୍କତାର ଆବଶ୍ୟକତା ରହିଛି, ଅବହେଳା କରିବା, ଚିନ୍ତାର କାରଣ ପାଲଟିଯାଇଛି

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନଲକ-2 ସମୟରେ ଲକଡାଉନ ବେଳର ଗମ୍ଭୀରତା ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ବିଶେଷ କରି କଣ୍ଟେନମେଣ୍ଟ ଜୋନଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦେବାକୁ ହେବ ଯେଉଁ ଲୋକମାନେ ନିୟମ ପାଳନ କରୁନାହାନ୍ତି, ସେମାନଙ୍କୁ ଅଟକାଇବାକୁ ପଡ଼ିବ ଏବଂ ସଚେତନ କରିବାକୁ ପଡ଼ିବ ଏକ ଘଟଣାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧି ବୁଲୁଥିବା କାରଣରୁ ଗୋଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ  13 ହଜାର ଟଙ୍କାର ଜୋରିମାନା ଲାଗୁ ହେଲା ଭାରତରେ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ଏହି ସ୍ଫୃର୍ତ୍ତିର ସହିତ କାମ କରିବାର ଆବଶ୍ୟକତା ରହିଛି ଏହା 130 କୋଟି ଦେଶବାସୀଙ୍କ ଜୀବନ ରକ୍ଷା କରିବାର ଅଭିଯାନ ଭାରତରେ ଗ୍ରାମ ପ୍ରଧାନ ହୁଅନ୍ତୁ ବା ଦେଶର ପ୍ରଧାନମନ୍ତ୍ରୀ, କେହି ବି ନିୟମ ଠାରୁ ଊର୍ଦ୍ଧ୍ବରେ ନୁହନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ଆଗକୁ ରାସ୍ତା

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗାମୀ ଦିନରେ, ସରକାର ଗରିବ ବଞ୍ଚିତଙ୍କ ସଶକ୍ତିକରଣ ଲାଗି ଆହୁରି ଅନେକ ପଦକ୍ଷେପ ଗ୍ରହଣ କରିବେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରାଯିବ, ତେବେ ଆବଶ୍ୟକ ସତର୍କତା ଅବଲମ୍ବନ କରାଯିବ ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ କାର୍ଯ୍ୟ କରିବା ଲାଗି ସଙ୍କଳ୍ପ ନେବା ସହିତ ସ୍ଥାନୀୟ ଉତ୍ପାଦ ବ୍ୟବହାର ପ୍ରଚାରପ୍ରସାର ନିମନ୍ତେ ଦେଶବାସୀଙ୍କୁ ନିବେଦନ କରିଥିଲେ ସେହିପରି ମାସ୍କ, ଫେସକଭର ବ୍ୟବହାର କରିବା, ସତର୍କ ରହିବା ଓ ‘ଦୁଇ ଗଜ ଦୂରତା’ର ମନ୍ତ୍ର ପାଳନ କରିବା ନିମନ୍ତେ ମଧ୍ୟ ସେ ପରାମର୍ଶ ଦେଇଥିଲେ

 

*************

 


(रिलीज़ आईडी: 1635440) आगंतुक पटल : 358
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam