ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

• ଆରୋଗ୍ୟ ହାର ଶତକଡା 58.67କୁ ବୃଦ୍ଧି
• ସୁସ୍ଥ ଏବଂ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ 1,11,602କୁ ବଢିଲା

Posted On: 29 JUN 2020 1:13PM by PIB Bhubaneshwar

କୋଭିଡ-19ର ପ୍ରତିରୋଧ, ଧାରଣ ଏବଂ ପରିଚାଳନା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସମନ୍ଵୟରେ ଭାରତ ସରକାର ନେଇଥିବା ସକ୍ରିୟ ପଦକ୍ଷେପଗୁଡିକ ଦ୍ଵାରା ଉତ୍ସାହଜନକ ସଫଳତା ମିଳିଛି

ଆଜି ସୁସ୍ଥ ଏବଂ ସକ୍ରିୟ ରୋଗୀଙ୍କ ମଧ୍ୟରେ ବ୍ୟବଧାନ 1,11,602 ରହିଛି ଏହିପରି, ଏପର୍ଯ୍ୟନ୍ତ ସମୁଦାୟ 3,21,722 ରୋଗୀ କୋଭିଡ-19 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ସୁସ୍ଥ ରୋଗୀଙ୍କ ହାର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି କୋଭିଡ-19 ରୋଗୀଙ୍କ ମଧ୍ୟରେ ଆଜି ସୁସ୍ଥ ରୋଗୀଙ୍କ ହାର 58.67 ପ୍ରତିଶତରେ ପହଞ୍ଚିଛି

ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ 12,010 ରୋଗୀ ଆରୋଗ୍ୟ ହୋଇଛନ୍ତି

ବର୍ତ୍ତମାନ ଦେଶରେ ମୋଟ 2,10,120 ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି

କରୋନା ସଂକ୍ରମଣ ଚିହ୍ନଟ ପାଇଁ ଭାରତରେ ବର୍ତ୍ତମାନ 1,047 କୋଭିଡ-19 ଉତ୍ସର୍ଗୀକୃତ ପରୀକ୍ଷାଗାର ରହିଛି ସେଥିମଧ୍ୟରୁ 760ଟି ସରକାରୀ ଥିବା ବେଳେ 287ଟି ବେସରକାରୀ ପରୀକ୍ଷାଗାର ରହିଛି ଗତ 24 ଘଣ୍ଟା ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ 11ଟି ପରୀକ୍ଷାଗାର ସରକାରଙ୍କ ଦ୍ଵାରା ପରିଚାଳିତ   

  • Real-Time RT PCR based testing labs: 567 (Govt: 362 + Private: 205)
  • TrueNat based testing labs : 382 (Govt: 355 + Private: 27)
  • CBNAAT based testing labs : 87 (Govt: 32 + Private: 55)

ପରୀକ୍ଷା କରାଯାଇଥିବା ମୋଟ ନମୁନା ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗି ଏହା 83,98,362 ଛୁଇଁଛି ଗତ 24 ଘଣ୍ଟା ମଧ୍ୟରେ 1,70,560 ନମୁନା ପରୀକ୍ଷା କରାଯାଇଥିଲା

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 

 



(Release ID: 1635179) Visitor Counter : 200