ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରେଭରେଣ୍ଡ ଡକ୍ଟର ଯୋଶେଫ ମାର ଥୋମା ମେଟ୍ରୋପୋଲିଟାନଙ୍କ 90ତମ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ବୋଧନ

• କରୋନା ଯୋଦ୍ଧାଙ୍କ ଦ୍ୱାରା ସଶକ୍ତ ହୋଇ, ଭାରତ କୋଭିଡ଼–19 ବିରୋଧରେ ଦୃଢ଼ତାର ସହ ଲଢ଼ୁଛି : ପ୍ରଧାନମନ୍ତ୍ରୀ
• ଆତ୍ମନିର୍ଭର ଭାରତ ପ୍ରତ୍ୟେକ ଭାରତୀୟଙ୍କ ଆର୍ଥିକ ସାମର୍ଥ୍ୟ ଓ ସମୃଦ୍ଧିକୁ ସୁନିଶ୍ଚିତ କରିବ : ପ୍ରଧାନମନ୍ତ୍ରୀ
• “ସ୍ଥାନୀୟ ଭାବେ ଉତ୍ପାଦନ କର ଏବଂ ସ୍ଥାନୀୟ ଉତ୍ପାଦ କିଣ”ଆହ୍ୱାନ ଅନେକଙ୍କ ଘରେ ସମୃଦ୍ଧିର ପ୍ରଦୀପ ପ୍ରଜ୍ୱଳନ କରିବ : ପ୍ରଧାନମନ୍ତ୍ରୀ

Posted On: 27 JUN 2020 12:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରେଭରେଣ୍ଡ ଡକ୍ଟର ଯୋଶେଫ ମାର ଥୋମା ମେଟ୍ରୋପୋଲିଟାନଙ୍କ 90ତମ ଜୟନ୍ତୀ ପାଳନ ଅବସରରେ ଉଦ୍ବୋଧନ ଦେଇଛନ୍ତି ଏହି ଅବସରରେ ସେ ରେଭରେଣ୍ଡ ମେଟ୍ରେପୋଲିଟାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ତାଙ୍କର ଦୀର୍ଘ  ନିରାମୟ ଜୀବନ କାମନା କରିଛନ୍ତି

ଏହି ଅବସରରେ ଉଦ୍ବୋଧନ ନେଦଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଡକ୍ଟର ଯୋଶେଫ ମାର ଥୋମା ଆମ ସମାଜ ତଥା ଦେଶର ଉନ୍ନତି ନିମନ୍ତେ ତାଙ୍କର ସମଗ୍ର ଜୀବନ ଉତ୍ସର୍ଗ କରି ଦେଇଛନ୍ତି   ମାର୍ ଥୋବା ଚର୍ଚ୍ଚ ଅତି ଘନିଷ୍ଠ ଭାବେ ସନ୍ଥ ଥୋମା, ଯିଏ କି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅବତାର ତାଙ୍କରି ଆଦର୍ଶ ସହ ଜଡ଼ିତ

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ସଦାବେଳେ ବିଭିଧ ଉତ୍ସରୁ ଆଧ୍ୟାତ୍ମିକ ପ୍ରଭାବ ଗ୍ରହଣ କରିବା ସକାଶେ ତା’ର ଦ୍ୱାରକୁ ଉନ୍ମୁକ୍ତ ରଖିଆସିଛି ଡକ୍ଟର ଯୋଶେଫ ମାର ଥୋମାଙ୍କ ଉକ୍ତିକୁ ଉଦ୍ଧାର କରି ଶ୍ରୀ ମୋଦୀ କହିଲେ ଯେବିନମୟପଣ ହେଉଛି ଏକ ଆଶୀର୍ବାଦ ଏବଂ ତାହା ଉତ୍ତମ କାର୍ଯ୍ୟ ସଂପାଦନ ସେଥିରେ ସଫଳ ହେବା ସକାଶେ ପ୍ରେରଣା ଯୋଗାଇଥାଏ ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ବିନମ୍ର ମନୋଭାବର ସହ ମାର୍ ଥୋମା ର୍ଚ୍ଚ ଅନେକ ଭାରତୀୟଙ୍କ ଜୀବନରେ ସକାରାତ୍ମକ  ପରିବର୍ତ୍ତନ ଉନ୍ନତି ଘଟାଇବା ଦିଗରେ କାର୍ଯ୍ୟ କରିଆସୁଛି ବିଶେଷ କରି ସ୍ୱାସ୍ଥ୍ୟସେବା ଶିକ୍ଷା କ୍ଷେତ୍ରରେ ସେ କହିଲେ ଯେ ମାର ଥୋମା ଚର୍ଚ୍ଚ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ବିଶେଷ ଭୂମିକା ଗ୍ରହଣ କରିଥିଲା ଏବଂ ଜାତୀୟ ସମନ୍ୱୟ ରକ୍ଷା ଦିଗରେ ଅଗ୍ରଣୀ ତଥା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ  କରିଆସୁଛି

ପ୍ରଧାନମନ୍ତ୍ରୀ କହିଲେ ଯେ କୋଭିଡ଼-19 କେବଳ ଏକ ଶାରୀରିକ ଅସୁସ୍ଥତା ନୁହେଁ, ଏହା ଜନନସାଧାରଣଙ୍କ ଜୀବନ ପାଇଁ ଏକ ମହା ବିପଦ ଏହା ଆମେ ବଞ୍ଚୁଥିବା ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ ସଂପର୍କରେ ଆମମାନଙ୍କୁ ସତର୍କ କରାଇ ଦେଇଛି ସେ କହିଲେ ଯେ ଏହି ବୈଶ୍ୱିକ ମହାମାରୀ  ସମଗ୍ର ମାନବସମାଜକୁ ସତର୍କ କରାଇ ଦେଇଛି ଯେ ସାମଗ୍ରିକ ଭାବେ ଏହାର ମୁକାବିଲା କରିବା ଦ୍ୱାରା ହିଁ ଏଥିରୁ ଉପଶମ ମିଳିପାରିବ ତେଣୁ ସାମାଜିକ ସଦ୍ଭାବନା ରକ୍ଷା ଶାନ୍ତିର ସହ ବିଶ୍ୱରେ ବସବାସ କରିବା ସକାଶେ ସଭିଏଁ ସକଳ ପ୍ରକାର ପ୍ରୟାସ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହ୍ୱାନ ଜଣାଇଥିଲେ ସେ କହିଛନ୍ତି ଯେ କରୋନା ଯୋଦ୍ଧାମାନଙ୍କ ଦ୍ୱାରା ପ୍ରଭାବିତ ସଶକ୍ତ ହୋଇ ଭାରତ କୋଭିଡ଼-19 ବିରୋଧରେ ସଂଗ୍ରାମ ଜାରି ରଖିଛି

ପ୍ରଧାନମନ୍ତ୍ରୀ କହିଲେ ଯେ ଲକଡାଉନ ଯୋଗୁ , ସରକାରଙ୍କ ଅନେକ କାର୍ଯ୍ୟକ୍ରମ ଲୋକମାନଙ୍କ ଦ୍ୱାରା ପରିଚାରିତ ହେଉଛି ଏବଂ କରୋନା ବିରୋଧରେ ସଂଗ୍ରାମ ଜାରି ରହିଛି ସେଇଥିପାଇଁ ବିଶ୍ୱର ଅନେକ ରାଷ୍ଟ୍ରଙ୍କ ତୁଳନାରେ ଭାରତ ବେଶ ସନ୍ତୋଷଜନକ ସ୍ଥିତିରେ ରହିଛି ଭାରତରେ ଆରୋଗ୍ୟ ହାର ବୃଦ୍ଧି ପାଉଛି ଏହି ମହାମାରୀର ଭୂତାଣୁର ଭୟାବହତା କେତେ ବ୍ୟାପକ ତାହା ପୂର୍ବାନୁମାନ ଅପେକ୍ଷା ଢ଼େର୍ ବେଶୀ ବୋଲି ଜଣାପଡ଼ିଛି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଭାରତରେ ପ୍ରତି ନିୟୁତ କୋଭିଡ଼ ସଂକ୍ରମଣରେ 12 ଜଣ ମୃତ୍ୟୁ ବରଣ କରୁଥବବପା ବେଳେ ଇଟାଲିଯେ ଏହି ହାର ନିୟୁତ ପିଛା 574 ଆମେରିକା, ବ୍ରିଟେନ, ସ୍ପେନ ଫ୍ରାନ୍ସର ମାତ୍ରା ମଧ୍ୟ ଭାରତ ଠାରୁ ଢ଼େର୍ ଉଚ୍ଚରେ ରହିଛି ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶର ଲକ୍ଷ ଲକ୍ଷ ଗ୍ରାମରେ ଯେଉଁଠାରେ କି 85 କୋଟି ଲୋକ ବସବାସ କରନ୍ତି, ଏପର୍ଯ୍ୟନ୍ତ ତାହା କରୋନା ଭୂତାଣୁ ମୁକ୍ତ ରହିପାରିଛି

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତରେ କୋଭିଡ଼-19 ବିରୋଧରେ ଜନତାଙ୍କ ଦ୍ୱାରା ହିଁ ଏହି ସଂଗ୍ରାମ ପରିଚାଳିତ ହେଉଛି ଏବଂ ସେଥିରୁ ଏପର୍ଯ୍ୟନ୍ତ ଉତ୍ତମ ସୁଫଳ ମିଳିଛି ଏହି ସଂଗ୍ରାମକୁ କଦାପି ଶିଥିଳ ନକରିବା ପାଇଁ ସେ ଗୁରୁତ୍ୱ ଆରୋପ କରିଥିଲେ ବରଂ ଆମକୁ ଆଗାମୀ ଦିନରେ ଅଧିକ ସତର୍କ ହେବାକୁ ପଡ଼ିବ ଏବଂ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷାଦୁଇ ଗଜ ଦୂରତା ରକ୍ଷା”କୁ ନିଷ୍ଠାର ସହ ମାନିବାକୁ ହେବ ସେହିଭଳି ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବା ଏକାନ୍ତ ଜରୁରି ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ

ପ୍ରଧାନମନ୍ତ୍ରୀ କହିଲେ ଯେ ଗତ କେଇ ସପ୍ତାହ ମଧ୍ୟରେ ଭାରତ ସରକାର ଦେଶର ଅର୍ଥ ବ୍ୟବସ୍ଥା ସଂପର୍କୀତ ଉଭୟ ଦୀର୍ଘକାଳୀନ ତଥା ସ୍ୱଳ୍ପକାଳନୀ ବିଭିନ୍ନ ପ୍ରସଙ୍ଗର ମୁକାବିକା ଦିଗରେ କାର୍ଯ୍ୟପନ୍ଥା ଉଠାଇଛନ୍ତି ସେ କହିଲେ ଯେ ଜନସାଧାରଣଙ୍କ ନିମନ୍ତେ ସହଜସାଧ୍ୟ ହୋଇପାରୁଥିବା ତଥା ବିକାଶ ପ୍ରକ୍ରିୟାକୁ ସହାୟକ ହେଉଥିବା ଭଳି ନିଷ୍ପତ୍ତିମାନ ବିଭିନ୍ନ ସେକ୍ଟରରେ ନିଆଯାଇଛି ତାହା ସମୁଦ୍ର ଠାରୁ ମହାକାଶ ପର୍ଯ୍ୟନ୍ତ ବ୍ୟାପ୍ତ କୃଷି କ୍ଷେତ୍ର ଠାରୁ ଆରମ୍ଭ କରି କଳକାରଖାନା ପର୍ଯ୍ୟନ୍ତ ତାହା ଲମ୍ବିଛି ଆତ୍ମ ନିର୍ଭର ଭାରତ ପାଇଁ ଦିଆଯାଇଥବବା ଆହ୍ୱାନ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ସହ ପ୍ରତ୍ୟେକ ଭାରତୀୟଙ୍କ ସମୃଦ୍ଧିରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ସଂପର୍କରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ଯୋଜନା ପାଇଁ ସରକାର କୋଡ଼ିଏ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ କରୁଛନ୍ତି ଏହା ମତ୍ସ୍ୟଜୀବୀମାନଙ୍କ ଜୀବନରେ ତଥା ମତ୍ସ୍ୟଚାଷ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛି ଏହା ଦ୍ୱାରା ଦେଶରୁ ମାଛ ରପ୍ତାନୀ ବୃଦ୍ଧି ପାଇବ ଏବଂ ତାହା ଉପାର୍ଜନ ବୃଦ୍ଧି କରିବ ପ୍ରାୟ ପଞ୍ଚାବନ ଲକ୍ଷ ଲୋକ ସେଥିରେ ନିଯୁକ୍ତି ପାଇପାରିବେ ସେ ଆହୁରି କହିଲେ ଯେ ଉତ୍ତର ପ୍ରଯୁକ୍ତି ଏବଂ ଭିତ୍ତିଭୂମି ଦ୍ୱାରା ହିଁ ଆମର ଭାଲ୍ୟୁ ଚେନକୁ ସୁଦୃଢ଼ କରାଯାଇପାରିବ ସେ ଦୃଢ଼ ଆଶା ପୋଷଣ କରି କହିଥିଲେ ଯେ କେରଳର ମତ୍ସ୍ୟଜୀବୀମାନେ ସରକାରଙ୍କ ଅନେକ ଯୋଜନାରୁ ଉପକୃତ ହୋଇପାରିବେ

ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ମହାକାଶ କ୍ଷେତ୍ରରେ ଐତିହାସିକ ସଂସ୍କାର ପ୍ରକ୍ରିୟା କାର୍ଯ୍ୟକାରୀ କରୁଛନ୍ତି ଏହାଦ୍ୱାରା ମହାକାଶ ଭଳି ସଂପଦର ଅଧିକ ଉପଯୋଗ ହୋଇପାରିବ କାର୍ଯ୍ୟକଳାପ ତ୍ୱରାନ୍ୱିତ ହେବ ବିଭିନ୍ନ ପ୍ରକାର ଡାଟା ତଥା ପ୍ରଯୁକ୍ତି ଉନ୍ନତ ହେବ କେରଳର ଅନେକ ଯୁବକ ଏବଂ ବିଶେଷ କରି ଦକ୍ଷିଣ ଭାରତର ଯୁବଗୋଷ୍ଠୀ ବିଜ୍ଞାନ ପ୍ରଯୁକ୍ତି ପ୍ରତି ଆଗ୍ରହ ପ୍ରକଟ କରୁଛନ୍ତି ଏବଂ ସେମାନେ ଏହି ସଂସ୍କାର ପ୍ରକ୍ରିୟାରୁ ଉପକୃତ ହେବେ

ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ସକଳ ପ୍ରକାର ସମ୍ବେଦନା ଏବଂ ଦୀର୍ଘକାଳୀନ ପରିକଳ୍ପନାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରୁଛନ୍ତି ଏବଂ ଏହା ଭାରତର ବିକାଶ ଇଞ୍ଜିନକୁ ତ୍ୱରାନ୍ୱିତ କରିବ ଏଭଳି ନିଷ୍ପତ୍ତି ସରକାର ଦିଲ୍ଲୀରେ କାର୍ଯ୍ୟାଳୟରେ ଆରାମରେ ବସି ନେଉନାହାନ୍ତି ବରଂ ଲୋକମାନଙ୍କ ଠାରୁ ତୃଣମୂଳ ସ୍ତରରୁ ମିଳୁଥିବା ମତାମତ ଆଧାରରେ ଏଭଳି ନିଷ୍ପତ୍ତିମାନ ଗ୍ରହଣ କରାଯାଉଛି ଏହା ପ୍ରତ୍ୟେକ ଭାରତୀୟଙ୍କୁ ଗୋଟିଏ ବ୍ୟାଙ୍କ ଜମାଖାତାର ଅଧିକାରୀ ହେବାକୁ ସୁଯୋଗ ଦେଇଛି, ଆଠ କୋଟିରୁ ଅଧିକ ପରିବାରଙ୍କୁ ମାଗଣାରେ ଧୂମହୀନ ରୋଷେଇଶାଳରେ କାମ କରିବାର ଅବସର ମିଳିଛି 1.5 କୋଟି ବାସହୀନଙ୍କ ବାସଗୃହ ଯୋଗାଇ ଦିଆଯାଇଛି ଏବଂ ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟସେବା ଯୋଜନା ଭାବେ ଏବେ ଲୋକମାନଙ୍କ ହିତ ସାଧାନ କରିପାରୁଛି

ପ୍ରଧାନମନ୍ତ୍ରୀ କହିଲେ ଯେ ଗରିବ ଲୋକମାନଙ୍କ ସକାଶେ, ଏକ ରାଷ୍ଟ୍ର, ଏକ ରାସନ କାର୍ଡ଼ ଯୋଜନା ଆଣି ସେମାନଙ୍କୁ ଦେଶର ଯେକୌଣସି ସ୍ଥାନରେ ରାସନ ଉପଲବ୍ଧ କରାଯିବା ସୁନିଶ୍ଚିତ କରାଯାଇପାରିଛି ମଧ୍ୟବିତ୍ତ ବର୍ଗଙ୍କ ସକାଶେ, ସରକାର ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ଇଜ୍ ଅଫ୍ ଲିଭିଂ କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି କୃଷକମାନଙ୍କ ସକାଶେସର୍ବନିମମ୍ନ ସହାୟକ ମୂଲ୍ୟ (ଏମଏସପି) କୁ ବୃଦ୍ଧି କରାଯାଇଛି ଏବଂ ଏକଥା ସୁନିଶ୍ଚିତ କରାଯାଇଛି ଯେ ସେମାନେ ଯେଭଳି ନିଜର ଉତ୍ପାଦର ଉଚିତ ମୂଲ୍ୟ ପାଇପାରନ୍ତି ମହିଳାମାନଙ୍କ ନିମନ୍ତେ, ଏକଥା ସୁନିଶ୍ଚିତ କରାଯାଇଛି ଯେ ସେମାନଙ୍କ ସ୍ୱାସ୍ଥ୍ର୍ୟର ଯେଭଳି ଉପଯୁକ୍ତ ଯତ୍ନ ନିଆଯିବ ଏବଂ ବିଭିନ୍ନ ଯୋଜନା ମାଧ୍ୟମରେ ସେଥିପ୍ରତି ଆବଶ୍ୟକ ଦୃଷ୍ଟି ପ୍ରଦାନ କରାଯିବ ଏହା ଫଳରେ ସେମାନଙ୍କ କ୍ୟାରିଅର ମାର୍ଗ ମଧ୍ୟ ସୁରକ୍ଷିତ ରହିବ ସେଥିପାଇଁ ପ୍ରସବକାଳୀନ ଛୁଟି ଅବଧିକୁ ମଧ୍ୟ ବଢ଼ାଇ ଦିଆଯାଇଛି ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ସରକାର କୌଣସି ଆସ୍ଥା, ଲିଙ୍ଗ, ଜାତି, ଭାବନା କିମ୍ବା ଭାଷା ମଧ୍ୟରେ ଭେଦଭାବ ଦେଖନ୍ତିନାହିଁ କିମ୍ବା କରନ୍ତିନାହିଁ ସରକାର 130 କୋଟି ଦେଶବାସୀଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ କାର୍ଯ୍ୟରତ ଏବଂ ଭାରତର ସମ୍ବିଧାନ ହେଲା ଆମର ମାର୍ଗ ଦର୍ଶକ

ପ୍ରଧାନମନ୍ତ୍ରୀ ସୂଚୀତ କରାଇଥିଲେ ଯେ ସରକାରଙ୍କ ନିଲାମୀ ପ୍ରକ୍ରିୟା କିଭଳି ଭାବେ ଜାତୀୟ ବିକାଶ କ୍ଷେତ୍ରରେ ସହାୟକ ହୋଇପାରିଛି ସେ କହିଥିଲେ ଯେ ଆଜି ଭାରତ କହୁଛି- ଆମେ ସ୍ଥାନୀୟ ଭାବେ ଉତ୍ପାଦନ କରିବ ଏବଂ ସ୍ଥାନୀୟ ଦ୍ରବ୍ୟ ହିଁ କ୍ରୟ କରିବୁ ଏହା ଦେଶର ଅନେକ ଲୋକଙ୍କ ଘରେ ସମୃଦ୍ଧିର ଦୀପ ପ୍ରଜ୍ୱଳନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ପୃଷ୍ଠଭୂମି:

ଉଲାଙ୍କାରା ମାର ଥୋମା ସିରିଆନ୍ ଚର୍ଚ୍ଚ ଯାହାକି ମାର ଥୋମା ଚର୍ଚ୍ଚ ଭାବେ ସୁପରିଚିତ, ଏହା ଏକ ପ୍ରାଚୀନ ତଥା କେରଳର ନିଜସ୍ୱ ଚର୍ଚ୍ଚ ପାରମ୍ପରିକ ଭାବେ ଏହା ବିଶ୍ୱାସ କରାଯାଏ ଯେ ସନ୍ଥ ଥୋମାସ ଯୀଶୁଖ୍ରୀଷ୍ଟଙ୍କର ଜଣେ ଶିଷ୍ୟ ଥିଲେ ଯିଏ 52 ଖ୍ରୀଷ୍ଟାବ୍ଦରେ ଭାରତ ଆସିଥିଲେ ଏବଂ ସେଠାରେ ଏକ ଚର୍ଚ୍ଚ ସ୍ଥାପନ କରିଥିଲେ ଏହି ଚର୍ଚ୍ଚ ଅଧୁନା ସେମାନଙ୍କର 21ତମ ମାଲାଙ୍କାର ମେଟ୍ରୋପୋଲିଟାନ, ରେଭରେଣ୍ଡ ଡକ୍ଟର ଯୋଶେଫ ମାର ଥୋମାଙ୍କ ଦ୍ୱାରା ପରିଚାଳିତ ସେ ହେଉଛନ୍ତି ଏହି ଚର୍ଚ୍ଚର ମୁଖ୍ୟ ରେଭରେଣ୍ଡ ଯୋଶେଫ ଥୋମା ବିଗତ ତେର ବର୍ଷ ଧରି ଏହି ଚର୍ଚ୍ଚର ମୁଖ୍ୟ ଭାବେ ରହି ଆସିଛନ୍ତି ମାର ଥୋମା ଚର୍ଚ୍ଚ ଗଣତାନ୍ତ୍ରିକ ମୂଲ୍ୟବୋଧର ରକ୍ଷା କରିବା ସହ ଜାତୀୟତାର ମନୋଭାବର ସହ ଭାରତର ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲା ଏହା ପରେ ଜରୁରି ପରିସ୍ଥିତି ବେଳେ ମଧ୍ୟ ଗଣତାନ୍ତ୍ରିକ ମୂଲ୍ୟବୋଧ ସପକ୍ଷରେ ସ୍ୱର ଉତ୍ତୋଳନ କରିଥିଲା ଏହି ଚର୍ଚ୍ଚ ମାନବସମାଜର ସେବା ପାଇଁ ସମର୍ପିତ ଏବଂ ଅନେକ ସାମାଜିକ କଲ୍ୟାଣ ଅନୁଷ୍ଠାନ ପରିଚାଳନ କରିଆସୁଛି ଅନାଥାଶ୍ରମ, ହସପିଟାଲ, କଲେଜ, ସ୍କୁଲ ବୈଷୟିକ ଶିକ୍ଷାନୁଷ୍ଠାନ ଏହି ଚର୍ଚ୍ଚ ଦ୍ୱାରା ପରିଚାଳିତ ବିଭିନ୍ନ ରାଜ୍ୟରେ ଭୂମିକମ୍ପ, ବନ୍ୟା, ସୁନାମୀ ଭଳି ପ୍ରାକୃତିକ ଆପଦା ବେଳେ ଏହି ସର୍ଚ୍ଚ ଦୁର୍ଗତ ଲୋକମାନଙ୍କୁ ରିଲିଫ୍ ଯୋଗାଇ ଦେବା ସହ  ସେମାନଙ୍କ ଥଇଥାନ କାର୍ଯ୍ୟ ମଧ୍ୟ କରିଥାଏ

 

**********



(Release ID: 1634977) Visitor Counter : 278