ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର 2020 ପାଇଁ ନାମାଙ୍କନ ଦାଖଲ ଅବଧି 15 ଅଗଷ୍ଟ 2020 ପର୍ଯ୍ୟନ୍ତ ବୃଦ୍ଧି

ପୋଷ୍ଟ କରାଯିବା ଦିନାଙ୍କ: 26 JUN 2020 4:11PM by PIB Bhubaneswar

ଭାରତର ଏକତା ଏବଂ ଅଖଣ୍ଡତା କ୍ଷେତ୍ରରେ ଅବଦାନ ଲାଗି ସର୍ବୋଚ୍ଚ ନାଗରିକ ପୁରସ୍କାର ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ପାଇଁ ଅନଲାଇନ ନାମାଙ୍କନ ଦାଖଲ ଅବଧିକୁ ବର୍ତ୍ତମାନ 15.08.2020 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗୃହ ମନ୍ତ୍ରଣାଳୟର ୱେବସାଇଟ https://nationalunityawards.mha.gov.inରେ ଅନଲାଇନରେ ନାମାଙ୍କନ ଗ୍ରହଣ କରାଯାଉଛି ।

ଭାରତ ସରକାର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନାମରେ ଏହି ପୁରସ୍କାର ପ୍ରତିଷ୍ଠା କରିଛନ୍ତି ।  ଏହି ପୁରସ୍କାର ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏବଂ ଏକ ଦୃଢ ଓ ଅଖଣ୍ଡ ଭାରତର ମୂଲ୍ୟବୋଧ ମଜବୁତ କରିବା ଦିଗରେ ଉଲ୍ଲେଖନୀୟ ଓ ପ୍ରେରଣାଦାୟକ ଯୋଗଦାନକୁ ସ୍ୱୀକୃତି ଦେଇଥାଏ ।

ପୁରସ୍କାରର ସାଜସଜ୍ଜା ନିମ୍ନରେ ଦିଆଯାଇଛି:

https://static.pib.gov.in/WriteReadData/userfiles/image/image001MS4L.jpg

https://static.pib.gov.in/WriteReadData/userfiles/image/image002R6F9.jpg

 

**********


(ରିଲିଜ ଆଡି: 1634872) ପରିଦର୍ଶକ କାଉଣ୍ଟର : 296