ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟଙ୍କ ସଂଖ୍ୟାଠାରୁ 96 ହଜାରରୁ ଅଧିକ

• କୋଭିଡ-19 ସୁସ୍ଥ ହାର 58.24 ପ୍ରତିଶତକୁ ବୃଦ୍ଧି

Posted On: 26 JUN 2020 3:08PM by PIB Bhubaneshwar

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାରଙ୍କ ଦ୍ଵାରା ନିଆଯାଉଥିବା ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଦ୍ୱାରା କୋଭିଡ-19 ପରିଚାଳନା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ମିଳିପାରିଛି

ଆରୋଗ୍ୟ ହାର ସକ୍ରିୟ ରୋଗୀଙ୍କ ତୁଳନାରେ 96,173ରୁ ଅଧିକ ହୋଇଛି ।

ଗତ 24 ଘଣ୍ଟା ମଧ୍ୟରେ  13,940 ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ଏହି ସଂଖ୍ୟା 2,85,636କୁ ବୃଦ୍ଧି ପାଇଛି । ସେ ଦୃଷ୍ଟିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା 58.24 ଶତକଡା ହୋଇଛି ।

ବର୍ତ୍ତମାନ 1,89,463 ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ଦେଶରେ ଆଇସିଏମଆର ଗତ 24 ଘଣ୍ଟା ମଧ୍ୟରେ ନମୁନା ପରୀକ୍ଷଣ ଲାଗି 11ଟି ଅଧିକ ପରୀକ୍ଷାଗାର ବୃଦ୍ଧି କରିଥିବା ବେଳେ ମୋଟ ସଂଖ୍ୟା 1,016କୁ ବୃଦ୍ଧି ପାଇଛି । ଏଥିରୁ 737ଟି ସରକାରୀ ହୋଇଥିବା ବେଳେ 279ଟି ବେସରକାରୀ ।

    • Real-Time RT PCR based testing labs: 560 (Govt: 359+Private: 201)
    • TrueNat based testing labs : 369 (Govt: 346 + Private: 23)
    • CBNAAT based testing labs : 87 (Govt: 32 + Private: 55)

ନମୁନା ପରୀକ୍ଷଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ଗତ 24 ଘଣ୍ଟା ମଧ୍ୟରେ 2,15,446ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଦେଶରେ ମୋଟ ନମୁନା ପରୀକ୍ଷଣ 77,76,228 କୁ ବୃଦ୍ଧି ପାଇଛି

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

 

 

 



(Release ID: 1634597) Visitor Counter : 211