ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ବିହାର ଓ ଉତ୍ତରପ୍ରଦେଶରେ ବଜ୍ରପାତ ଓ ପ୍ରବଳ ବର୍ଷା ଜନିତ ପ୍ରାଣହାନୀ ଯୋଗୁଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଶୋକ

• “ବିହାର ଓ ୟୁପିରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ଯୋଗୁଁ ଅନେକ ମୂଲ୍ୟବାନ ଜୀବନହାନୀ ଯୋଗୁଁ ମର୍ମାହତ” : ଶ୍ରୀ ଅମିତ ଶାହ
• “ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପରିବାରବର୍ଗଙ୍କୁ ହୃଦୟରୁ ସମବେଦନା ଏବଂ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା”: ଶ୍ରୀ ଅମିତ ଶାହ

Posted On: 26 JUN 2020 12:34PM by PIB Bhubaneshwar

ବିହାର ଓ ଉତ୍ତରପ୍ରଦେଶରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ଜନିତ ଜୀବନହାନୀ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଶୋକ ବ୍ୟକ୍ତ କରିଛନ୍ତି ବିହାର ଓ ୟୁପିରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ହେତୁ ବହୁ ମୂଲ୍ୟବାନ ଜୀବନହାନୀ ଘଟିଥିବାରୁ ମୁଁ ଅତ୍ୟନ୍ତ ମର୍ମାହତ ବୋଲି ଶ୍ରୀ  ଶାହ ଏକ ଟ୍ଵିଟରେ କହିଛନ୍ତି

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଉଭୟ ରାଜ୍ୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି

ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଏହି ଦାରୁଣ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତ ଲୋକଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି

 

**********

 



(Release ID: 1634593) Visitor Counter : 119