ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତାକାଲି ଆତ୍ମନିର୍ଭର ଉତ୍ତରପ୍ରଦେଶ ରୋଜଗାର ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Posted On: 25 JUN 2020 2:49PM by PIB Bhubaneshwar

କୋଭିଡ-19 ବୈଶ୍ଵିକ ମହାମାରୀ ଶ୍ରମିକ ଗୋଷ୍ଠୀ ତଥା ବିଶେଷକରି ପ୍ରବାସୀ ଶ୍ରମିକମାନଙ୍କ ଜୀବନଜୀବିକା ଉପରେ ଗୁରୁତର ପ୍ରଭାବ ପକାଇଛି ଅନେକ ପ୍ରବାସୀ ଶ୍ରମିକ ଇତିମଧ୍ୟରେ ବିଭିନ୍ନ ରାଜ୍ୟକୁ ଫେରିଛନ୍ତି କୋଭିଡ ମହାମାରୀ ପରିଚାଳନା ସାଙ୍ଗକୁ ଏହି ପ୍ରବାସୀ ଓ ଗ୍ରାମାଞ୍ଚଳ ଶ୍ରମିକମାନଙ୍କୁ ଜୀବନଜୀବିକା ଯୋଗାଇବା ଏକ ବଡ ସମସ୍ୟା ଭାବେ ଉଭା ହୋଇଛି ଭାରତ ସରକାର ବିଭିନ୍ନ କ୍ଷେତ୍ରକୁ ଅଧିକ ସକ୍ରିୟ କରିବା ପାଇଁ ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଛନ୍ତି ତେବେ ଦେଶର ଅନଗ୍ରସର ଅଞ୍ଚଳଗୁଡିକରେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ସହ ସ୍ଥାୟୀ ଭିତ୍ତିଭୂମି ପ୍ରସ୍ତୁତ ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଗତ 20 ତାରିଖ ଠାରୁ ଆରମ୍ଭ କରିଛନ୍ତି ।

କେବଳ ଉତ୍ତରପ୍ରଦେଶକୁ ପ୍ରାୟ 30 ଲକ୍ଷ ପ୍ରବାସୀ ଶ୍ରମିକ ଫେରିଛନ୍ତି । ଉତ୍ତରପ୍ରଦେଶର 31ଟି ଜିଲ୍ଲାରେ 25 ହଜାରରୁ ଉର୍ଦ୍ଧ୍ଵ ପ୍ରବାସୀ ଶ୍ରମିକ ଅଛନ୍ତି । ସେଗୁଡିକ ମଧ୍ୟରୁ 5ଟି ଆକାଂକ୍ଷୀ ଜିଲ୍ଲା ରହିଛି । ଏଗୁଡ଼ିକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଆତ୍ମନିର୍ଭର ଉତ୍ତରପ୍ରଦେଶ ରୋଜଗାର ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସହ ବିଭିନ୍ନ ଶିଳ୍ପ ଓ ଅନ୍ୟାନ୍ୟ ସଂଗଠନ ମଧ୍ୟ ଅଂଶୀଦାର ରହିବେ । ଏହି ଅଭିଯାନ କର୍ମ ନିଯୁକ୍ତି ସୃଷ୍ଟି କରିବା ସହ ସ୍ଥାନୀୟ ଉଦ୍ୟୋଗୀ ମଧ୍ୟ ସୃଷ୍ଟି କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦିନ 11ଟା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସ ଜରିଆରେ ଅଭିଯାନର ଶୁଭାରମ୍ଭ କରିବେ ଏହାଛଡା ଅଭିଯାନ ସହିତ ସଂଶ୍ଳିଷ୍ଟ ଉତ୍ତରପ୍ରଦେଶ ସରକାରଙ୍କ ବିଭାଗୀୟ ମନ୍ତ୍ରୀମାନେ ମଧ୍ୟ ଏଥିରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ 6ଟି ଜିଲ୍ଲାର ଗ୍ରାମବାସୀଙ୍କ ସହ ମଧ୍ୟ ମତ ବିନିମୟ କରିବେ ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାଗୁଡିକ ଏହି ଯୋଜନା ସହ ଗ୍ରାହକ ସେବା କେନ୍ଦ୍ର ଓ କୃଷି କେନ୍ଦ୍ର ଜରିଆରେ ସାମିଲ ରହିବେ । ତେବେ ସେମାନଙ୍କୁ କୋଭିଡ-19 ବୈଶ୍ଵିକ ମହାମାରୀ ପାଇଁ ଆବଶ୍ୟକ ସାମାଜିକ ଦୂରତ୍ଵ ଭଳି ନିୟମାବଳିକୁ ପାନକ କରିବାକୁ ପଡିବ । 

 

***********



(Release ID: 1634306) Visitor Counter : 216