ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ

ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସରେ ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କ ସହ ଯୋଗାଭ୍ୟାସ କଲେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି

Posted On: 21 JUN 2020 1:36PM by PIB Bhubaneshwar

 

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁଖତାର ଅବ୍ବାସ ନକଭି ଆଜି ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସରେ ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କ ସହ ତାଙ୍କ ବାସଭବନରେ ଯୋଗ ଅଭ୍ୟାସ କରିଛନ୍ତି ସାଂପ୍ରତିକ କୋଭିଡ-19 ବୈଶ୍ଵିକ ମହାମାରୀ ପରିପ୍ରେକ୍ଷୀରେ ଶ୍ରୀ ନକଭି ଚଳିତ ଆନ୍ତର୍ଜାତିକ ଯୋଗ ଦିବସର ଶୀର୍ଷକ “ପରିବାର ସହିତ ଯୋଗ”କୁ ପ୍ରୋତ୍ସାହିତ କରିବା ସହିତ ସମାବେଶ ହୋଇ ଯୋଗ କରିବାକୁ ଅନୁଚିତ ବୋଲି ଦର୍ଶାଇଥିଲେ

ଇଲେକ୍ଟ୍ରୋନିକ ଏବଂ ଡିଜିଟାଲ ମିଡିଆ ମାଧ୍ୟମରେ ଆନ୍ତର୍ଜାତିକ ଯୋଗ ଦିବସ ସାରା ଦେଶରେ ଉତ୍ସାହର ସହିତ ପାଳନ କରାଯାଉଛି ଅନଲାଇନରେ ଲୋକମାନଙ୍କ ଅଂଶଗ୍ରହଣକୁ ସରଳ କରିବା ପାଇଁ ସରକାର ସାମାଜିକ ଏବଂ ଡିଜିଟାଲ ମିଡିଆ ପ୍ଲାଟଫର୍ମର ବ୍ୟବହାରକୁ ସର୍ବାଧିକ କରିଥିଲେ

ଶ୍ରୀ ନକଭି ନିଜେ ଗତ କିଛି ବର୍ଷ ଧରି ଯୋଗ ଅଭ୍ୟାସ କରିଆସୁଛନ୍ତି ଏବଂ ଯୋଗ ସମସ୍ତ ବୟସ ବର୍ଗର ଲୋକଙ୍କୁ ଲାଭ ଯୋଗାଇଥାଏ ବୋଲି କହିଛନ୍ତି ଆମେ ଗର୍ବ ଅନୁଭବ କରୁଛୁ ଯେ, ଭାରତର ସହସ୍ର ବର୍ଷର ସଂସ୍କୃତି ସମଗ୍ର ବିଶ୍ୱ ତଥା ଏହାର ଲୋକଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟର ଉତ୍ସଭାବରେ ପ୍ରମାଣିତ ହୋଇପାରିଛି ବୋଲି ଶ୍ରୀ ନକଭି କହିଛନ୍ତି ଅତ୍ୟଧିକ ଚାପ ଏବଂ ପ୍ରଦୂଷଣ ଦ୍ୱାରା ମନୁଷ୍ୟର ମନ ଏବଂ ଶରୀର ପ୍ରଭାବିତ ହୋଇଥିବାରୁ ଯୋଗ ଆଜି ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ନକଭି କହିଛନ୍ତି ସେ କହିଛନ୍ତି, "ଯୋଗ ହେଉଛି ଉତ୍ତମ ସ୍ୱାସ୍ଥ୍ୟର ସୁବର୍ଣ୍ଣ ଚାବି ଏବଂ ଉତ୍ତମ ସ୍ୱାସ୍ଥ୍ୟ ହେଉଛି ପ୍ରକୃତ ସମ୍ପଦ

 

**********



(Release ID: 1633236) Visitor Counter : 183