ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସବିଶେଷ ସୂଚନା

• ମୋଟ 2,13,830 କୋଭିଡ-19 ରୋଗୀ ସୁସ୍ଥ ହୋଇଛନ୍ତି
• ଆରୋଗ୍ୟ ଲାଭ ହାର ଶତକଡା 54.13କୁ ବୃଦ୍ଧି

Posted On: 20 JUN 2020 3:35PM by PIB Bhubaneshwar

ଗତ 24 ଘଣ୍ଟା ମଧ୍ୟରେ ଦେଶର ମୋଟ 9,120 ଜଣ କୋଭିଡ-19 ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ 2,13,830 ଜଣ ରୋଗୀ ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କଲେଣି । ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ହାର ଶତକଡା 54.13କୁ ବୃଦ୍ଧି ପାଇଛି ।

ବର୍ତ୍ତମାନ ଦେଶରେ 1,68,269 ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ସରକାରୀ ପରୀକ୍ଷାଗାର 715କୁ ବୃଦ୍ଧି ପାଇଥିବା ବେଳେ ବେସରକାରୀ ପରୀକ୍ଷାଗାର 259କୁ ବୃଦ୍ଧି ପାଇ ଦେଶରେ ମୋଟ 974ଟି ପରୀକ୍ଷାଗାର ରହିଛି ।

Real-Time RT PCR based testing labs: 543 (Govt: 350 + Private: 193)

TrueNat based testing labs : 356 (Govt: 338 + Private: 18)

CBNAAT based testing labs : 75 (Govt: 27 + Private: 48)

ଗତ 24 ଘଣ୍ଟା ମଧ୍ୟରେ 1,89,869ଟି ନମୁନା ପରୀକ୍ଷା କରାଯାଇଥିଲା । ଏହାକୁ ମିଶାଇ ବର୍ତ୍ତମାନସୁଦ୍ଧା ଦେଶରେ ମୋଟ 66,16,496ଟି ନମୁନା ପରୀକ୍ଷା ହୋଇସାରିଲାଣି ।  

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********



(Release ID: 1633025) Visitor Counter : 191